ଦେଶ- ବିଦେଶ

ବହୁ ବର୍ଷର ପୁରୁଣା ମାଠିଆରେ ପାଣି ରଖି ପାଣିକୁ କରନ୍ତୁ, ଫ୍ରିଜ ଭଳି ଥଣ୍ଡା ପାଣି ! ଥରେ ବ୍ୟବହାର କରି ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ଖରାଦିନ ଆରମ୍ଭ ହୋଇସାରିଲାଣି । ଆଉ ଖରାଦିନେ ସୂର୍ଯ୍ୟଙ୍କ ପ୍ରଖର ତାପ ଆମ ଶରୀରକୁ ଭିତରୁ ଗରମ କରିଦେଇଥାଏ । ତେଣୁ ଆମେ ନିଜକୁ ଥଣ୍ଡା ରଖିବା ପାଇଁ ଫ୍ରିଜ ପାଣିର ସେବନ କରିଥାଉ । କିନ୍ତୁ ସମସ୍ତେ କଣ ଫ୍ରିଜ କିଣିପାରିବେ ତାପରେ ପରେ ବି ଆପଣ ଜାଣିଥିବେ ନିଶ୍ଚୟ ଫ୍ରିଜ ପାଣି ପିଇବା ଦେହ ପାଇଁ ଭଲ ମଧ୍ୟ ନୁହେଁ । ତେଣୁ ଆପଣ ମାଠିଆରେ ପାଣି ରଖି ପିଇପାରିବେ । ତେବେ ଆପଣ ମାଠିଆରେ ଏକ ଚାମଚ କେଉଁ ଜିନିଷ ପକାଇ ଦେବା ଦ୍ଵାରା ମିଳିଥାଏ ଫ୍ରିଜ ଭଳି ଥଣ୍ଡା ପାଣି ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ଯଦି ଆପଣଙ୍କ ପାଖରେ ନୂଆ ମାଠିଆ ନାହିଁ କିନ୍ତୁ ବହୁ ବର୍ଷର ପୁରୁଣା ମାଠିଆଟିଏ ଅଛି । ତେବେ ଆପଣ ସେହି ମାଠିଆକୁ ଆଣନ୍ତୁ ତାହାକୁ ଭଲ ଭାବରେ ସଫା କରିଦିଅନ୍ତୁ । ଏହାପରେ ମାଠିଆକୁ ବାହାରୁ ଏବଂ ଭିତରୁ ଭଲ ଭାବରେ ଓଦା କରିଦିଅନ୍ତୁ । ଆପଣ ଢାଳିଥିବା ପାଣିକି ମାଠିଆ 8 ମିନିଟ ଭିତରେ ଶୋଷି ନେବ ।

ଏହାପରେ ଆପଣ ପୁଣି ଦୁଇ ତିନି ଥର ଏହିଭଳି ମାଠିଆରେ ପାଣି ଢାଳିବେ ଏବଂ ମାଠିଆ ପାଣିକୁ ଶୋଷିବା ପର୍ଯ୍ୟନ୍ତ ଅପେକ୍ଷା କରିବେ । ଏହାପରେ ଆପଣ ବାସନ ମାଜିବା ପାଇଁ ନେଉଥିବା ସ୍ପଞ୍ଜ ଆଣନ୍ତୁ ଆଉ ମାଠିଆକୁ ବାସନ ମାଜିବା ଭଳି ବାସ ପାଣି ସାହାର୍ଯ୍ୟରେ ସ୍ପଞ୍ଜକୁ ଓଦା କରି ମାଜିନିଅନ୍ତୁ । ମାଠିଆକୁ ଧୋଇ ସାରିବା ପରେ ଆପଣ କୌଣସି ବଡ ଜାଗାରେ ପାଣି ରଖି ସେଥିରେ ମାଠିଆକୁ ସମ୍ପୂର୍ଣ ଭାବରେ ଅଧ ଘଣ୍ଟା ବୁଡାଇ ରଖନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button