ମନୋରଞ୍ଜନ

କାହା ପ୍ରେମରେ ପଡ଼ିଲେ ପ୍ରଭାସ? ଷ୍ଟାଟସ ଦେଖି ପଚାରିଲେଣି ଲୋକେ – Kalinga News

[ad_1]

ନୂଆଦିଲ୍ଲୀ: ସିନେମା ‘ବାହୁବଳୀ’ ଜରିଆରେ ପ୍ରଭାସ ଏକ ବଡ଼ ସଫଳତା ପାଇଥିଲେ। ଏହା ପରେ ପରେ ରିଲିଜ୍ ହୋଇଥିବା ତାଙ୍କର କିଛି ସିନେମା ଫ୍ଲପ ହେବା ପରେ ଫିଲ୍ମ ସାଲାର ପୁଣି ତାଙ୍କୁ ବକ୍ସ ଅଫିସ କିଙ୍ଗ କରିଥିଲା। ଏବେ ଅଭିନେତା କିଛି ଦିନ ହେବ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କଲକି ୨୮୯୮ଏଡି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ବୟସ ୪୪ହୋଇଥିଲେ ବି ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି ପ୍ରଭାସ। ଏହି କ୍ରମରେ ପ୍ରଭାସ କେବେ ବିବାହ କରିବ‌େ ସେନେଇ ତାଙ୍କ ଫ୍ୟାନ୍ସମାନେ ଅପେକ୍ଷା କରି ରହିଛନ୍ତି।

କିଛି ବର୍ଷ ହେଲାଣି ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡାଯାଇଥିବା ବେଳେ କାହା ସହିତ ପ୍ରେମ ସମ୍ପର୍କ ଥିବା ନିଶ୍ଚିତ କରିନଥିଲେ ପ୍ରଭାସ। ଏମିତି କି ସେ ଅନୁଷ୍କା ସେଟ୍ଟୀଙ୍କୁ ବିବାହ କରିବେ ବୋଲି ବି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଅନୁଷ୍କା ଭଲ ବନ୍ଧୁ ବୋଲି କହି ପ୍ରଭାସ ଏହି ଚର୍ଚ୍ଚା ଉପରେ ରୋକ ଲଗାଇଥିଲେ।

ଏବେ ପ୍ରଭାସଙ୍କ ଇନଷ୍ଟା ଷ୍ଟାଟସ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଲାଗୁଛି ତାଙ୍କ ଜୀବନକୁ କେହି ଜଣେ ଆସିଛନ୍ତି। ଷ୍ଟାଟସରେ ସେ ନିଜ ଫ୍ୟାନଙ୍କୁ ଡାର୍ଲିଙ୍ଗସ କହି ଲେଖିଛନ୍ତି, ‘ଶେଷରେ କେହି ଜଣେ ବିଶେଷ ଆମ ଜୀବନରେ ପ୍ରବେଶ କରିବାକୁ ଯାଉଛନ୍ତି।’ ତାଙ୍କର ଏହି ପୋଷ୍ଟ ପରେ ପ୍ରକୃତ କଥାଟି ଜାଣିବା ପାଇଁ ପ୍ରଶଂସକଙ୍କ ଉତ୍ସାହ ବଢ଼ିଛି।

କିଛି ‌‌ପ୍ରଶଂସକ ବିବାହ ଠିକ୍ ହୋଇଗଲା କି ବୋଲି ପ୍ରଶ୍ନ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button