ଅନୁଭବଙ୍କୁ ଆଶ୍ୱସ୍ତି: ଜାମିନ ବିହୀନ ଗିରଫ ପରୱାନା ଉପରେ ରୋକ ଲଗାଇଲେ ହାଇକୋର୍ଟ – Kalinga News
[ad_1]
କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ କ୍ରମେ କଟକ ଜେଏମଏଫସି କୋର୍ଟ ଅନୁଭବଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଚାର୍ଜଫ୍ରେମ୍ ପାଇଁ ହାଜର ନହୋଇ ଅଭିନେତା ବାରମ୍ବାର ସମୟ ମାଗି ଚାଲିଥିଲେ । ତେଣୁ ଶେଷରେ କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଥିଲେ । ଆସନ୍ତା ୨୩ ତାରିଖ ସୁଦ୍ଧା ୱାରେଣ୍ଟ ଜାରି କରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ମେ’ ୮ ତାରିଖରେ ଅଭିନେତା ଅନୁଭବଙ୍କ ନାମରେ ଚାର୍ଜଫ୍ରେମ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ଅନୁଭବଙ୍କ ଡିସଚାର୍ଜ ପିଟିସନ ଖାରଜ ହୋଇଯାଇଥିଲା। ଘରୋଇ ହିଂସାକୁ ନେଇ ଅଭିନେତ୍ରୀ ବର୍ଷାଙ୍କ ତରଫରୁ ପୁରୀଘାଟ ଥାନାରେ ଏହି ମାମଲା ରୁଜୁ କରାଯାଇଥିଲା ।
ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଅନୁଭବ ସମୟ ମାଗିଥିବା ବେଳେ ଉକ୍ତ ଆବେଦନକୁ ଗ୍ରହଣ କରି କୋର୍ଟ ଅନୁଭବଙ୍କୁ ସମୟ ଦେଇଥିଲେ । ବାରମ୍ବାର ସମୟ ମାଗିବା ସହ କୋର୍ଟରେ ହାଜର ନ ହେବା ଯୋଗୁ ଶେଷରେ କୋର୍ଟ ଅନୁଭବଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ । ଏନେଇ ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହାକୁ ଚ୍ୟାଲେଞ୍ଜ କରିଥିଲେ।
[ad_2]