ମନୋରଞ୍ଜନ
ଆଜି ବି କୋର୍ଟରେ ହାଜର ହେଲେନି ଅନୁଭବ, ଜାରି ହେଲା ଜାମିନବିହୀନ ଗିରଫ ପରୱାନା – Kalinga News

[ad_1]
କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଜି ବି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇନାହାନ୍ତି। ଏଣୁ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି। ଆଗରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓକିଲଙ୍କ ଜରିଆରେ ସେ କୋର୍ଟଙ୍କୁ ସମୟ ମାଗିଥିଲେ। ମାତ୍ର ଆଜି ପୁଣି ସମୟ ମାଗିବାରୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ଆଜି ଅନୁଭବଙ୍କ ନାଁରେ ଜାରି ହୋଇଛି ଏନ ବି ଡବ୍ଲ୍ୟୁ (ଜାମିନବିହୀନ ଗିରଫ ପରୱାନା)। ଆଗାମୀ ୨୩ ତାରିଖ ସୁଦ୍ଧା ଏନ ବି ଡବ୍ଲ୍ୟୁ କାର୍ଯ୍ୟକାରୀ କରିବାକୁ ପୁରୀଘାଟ ଥାନାକୁ ସ୍ପେସାଲ ଜେ ଏମ ଏଫ ସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ବର୍ଷାଙ୍କ ଘରୋଇ ହିଂସା ମାମଲାରେ ଜେ ଏମ ଏଫ୍ ସି ସ୍ଵତନ୍ତ୍ର କୋର୍ଟ ତାଙ୍କୁ ଓ ତାଙ୍କ ସହଯୋଗୀ ଖଗେନ୍ଦ୍ର ସାହୁ ଓ ସୁଜିତ ଦଳେଇଙ୍କୁ ଚାର୍ଜ ଫ୍ରେମ କରିଥିଲେ।
[ad_2]