କାର୍ ଦୁର୍ଘଟଣାରେ ଲୋକପ୍ରିୟ ଟେଲି ଅଭିନେତ୍ରୀଙ୍କ ମୃତ୍ୟୁ – Kalinga News

[ad_1]
ନୂଆଦିଲ୍ଲୀ: ସାଉଥ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ତେଲୁଗୁ ଏବଂ କନ୍ନଡ ଟିଭି ସିରିଏଲର ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ଦେହାନ୍ତ ହୋଇଛି। ହଠାତ ତାଙ୍କର ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି। କୁହାଯାଉଛି ଯେ, ସଡ଼କ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି। ଆନ୍ଧ୍ରପ୍ରଦେଶର ମହବୁବନଗର ନିକଟରେ ଏକ ଭୟଙ୍କର କାର ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେ ତାଙ୍କ ଭଉଣୀ ଅପେକ୍ଷା, ଡ୍ରାଇଭର ଶ୍ରୀକାନ୍ତ ଏବଂ ଅଭିନେତା ଚନ୍ଦ୍ରକାନ୍ତଙ୍କ ସହ ଯାତ୍ରା କରୁଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ପବିତ୍ରା , ଭଉଣୀ ଆପେକ୍ଷା, ଡ୍ରାଇଭର ଶ୍ରୀକାନ୍ତ ଏବଂ ଅଭିନେତା ଚନ୍ଦ୍ରକାନ୍ତଙ୍କ ସହ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ହାନାକେରେରୁ ଫେରୁଥିବା ବେଳେ ହାଇଦ୍ରାବାଦର ମେହବୁବ ନଗରରେ ଦୁର୍ଘଟଣା ଘଟିଥିଲା। ପ୍ରଥମେ ଅଭିନେତ୍ରୀଙ୍କ କାର୍ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହେବା ସହ ବିପରୀତ ଦିଗରୁ ଆସୁଥିବା ଏକ ବସ୍ କାରର ଡାହାଣ ପାର୍ଶ୍ବକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପବିତ୍ରାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଆସିବା ପରେ ଅନେକ ସୋସିଆଲ ମିଡିଆକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ତେଲୁଗୁ ଟେଲିଭିଜନ ଧାରାବାହିକ ‘ତ୍ରିନୟନୀ’ରେ ତିଳୋତମା ଭୂମିକାରେ ଅଭିନୟ କରିଥିଲେ ପବିତ୍ରା। ଏହି ସୋ’ ତାଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା। ଏହା ବ୍ୟତୀତ ସେ ଅନେକ ଟିଭି ସୋ’ ମଧ୍ୟ କରିଥିଲେ|
[ad_2]