ପ୍ରେମ ମଧୁର ହେବା ଦରକାର, ଜଟିଳ ନୁହେଁ: କୃତି ସେନନ୍ – Kalinga News

[ad_1]
ନିଜ ଜୀବନରେ ଏକ ସୁନ୍ଦର ରାଜକୁମାର ଭଳି ସ୍ବାମୀଟେ ପାଇବାକୁ କେଉଁ ଝିଅର ବା ଇଚ୍ଛା ନଥାଏ! କେହି କେହି ନିଜେ ନିଜର ଲାଇଫ୍ ପାର୍ଟନର୍ ବାଛନ୍ତି ତ କେହି ବ୍ୟବସ୍ଥିତ ବିବାହ ଉପରେ ନିର୍ଭର କରନ୍ତି। ତେବେ ସେଲିବ୍ରିଟିମାନେ ମଧ୍ୟ ନିଜ ଲାଇଫ୍ ପାର୍ଟନର୍ଙ୍କୁ ନେଇ ବେଶ୍ ସଚେତନ। ନିଜ ଜୀବନସାଥୀ କିପରି ହେବା ଦରକାର, ତାଙ୍କ ଭିତରେ କେମିତି ଗୁଣ ଥିବ ଇତ୍ୟାଦି ବିଷୟରେ ନିକଟରେ ପ୍ରକାଶ କରିଛନ୍ତି ଅଭିନେତ୍ରୀ କୃତି ସେନନ୍। ଚଳିତ ବର୍ଷ ଆରମ୍ଭରୁ କୃତି ତାଙ୍କ ଚଳଚ୍ଚିତ୍ର ପାଇଁ ଲାଇମ୍ ଲାଇଟ୍ରେ ଅଛନ୍ତି। ଏହାବାଦ୍ ତାଙ୍କ ପ୍ରେମିକ କବୀର ବାହିୟାଙ୍କ ସହ ଡେଟିଂ କରୁଥିବା ଗୁଜବ ପାଇଁ ମଧ୍ୟ ଖବରରେ ଅଛନ୍ତି। ହେଲେ ଏ ସଂପର୍କରେ କୌଣସି ସୂଚନା ଦେଇନାହାନ୍ତି କୃତି। କିନ୍ତୁ ନିଜ ଭବିଷ୍ୟତର ଆଦର୍ଶ ପତି କେମିତି ହେବ ସେ ବିଷୟରେ ମୁହଁ ଖୋଲିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଏକ ସାକ୍ଷାତ୍କାରରେ ତାଙ୍କୁ ପଚରାଯାଇଥିଲା, ସେ କେମିତି ଜୀବନସାଥୀ ଚାହୁଛନ୍ତି? ଉତ୍ତରରେ ହସି ହସି କୃତି କହିଥିଲେ, ‘ମୁଁ ଜାଣିନାହିଁ ମୁଁ ଯେମିତି ଖୋଜୁଛି ସେମିତି ଜୀବନସାଥୀ ମିଳିବେ କି ନାହିଁ କିମ୍ବା ମୋ ଭଳି କେହି ଅଛନ୍ତି କି ନାହିଁ! ତେବେ ମୋତେ ଲାଗୁଛି ଆମେ ନିଜ ଉପରେ ଅତ୍ୟଧିକ ଚାପ ପକାଉଛୁ କି ମୋତେ ଏମିତି ପୁଅ ଦରକାର, ସେମିତି ପୁଅ ଦରକାର। ତେବେ ମୁଁ ଏମିତି ଜଣେ ସାଥୀ ଚାହୁଛି ଯିଏ ମୋତେ ହସାଇ ପାରିବ, ମୋ ସହିତ ଘଣ୍ଟା ଘଣ୍ଟା କଥା ହୋଇପାରିବ, ମତେ ବୁଝି ପାରିବ, ମୋ କାମକୁ ସମ୍ମାନ ଦେଇପାରିବ ଏବଂ ଏସବୁ ମୋ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ସଂପର୍କରେ ସଚ୍ଚୋଟତା ରହିବା ଉଚିତ। ଆଉ ସବୁଠୁ ବଡ଼ କଥା, ସେ କେୟାରିଂ ହେବା ଉଚିତ। ପ୍ରେମ ପାଇଁ ସର୍ବଦା ସମୟ ଦେବା ଦରକାର। ପ୍ରେମ ସୁନ୍ଦର… ଜଟିଳ ନୁହେଁ, ଏହା ସେ ବି ବୁଝିଥିବା ଦରକାର’।
[ad_2]