ମନୋରଞ୍ଜନ

ନିଖୋଜ ଗୁରୁଚରଣ ସିଂହ ପୁଲିସ ପାଇଁ ପାଲଟିଛନ୍ତି ଚ୍ୟାଲେଞ୍ଜ – Kalinga News

[ad_1]

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଭାରତୀୟ ଧାରାବାହିକ ‘ତାରକ ମେହତାକା ଉଲ୍‌ଟା ଚଷମା’ରେ ରୋଶନ ସିଂହ ସୌଢ଼ି ଭୂମିକାରେ ଅଭିନୟ କରିଥିବା ଗୁରୁଚରଣ ସିଂହ ଅନେକଦିନ ହେବ ନିଖୋଜ ‌ଅଛନ୍ତି। ତାଙ୍କର କୌଣସି ସୂଚନା ଏଯାବତ ମିଳିପାରୁ ନାହିଁ।

ପୁଲିସ ଗୁରୁଚରଣ ସିଂହ ନିଖୋଜ ହେବା ଅଭିଯୋଗ ପାଇଲା ଦିନଠାରୁ ତଦନ୍ତ ଜାରି ରଖିଛି। ବିଭିନ୍ନ ସ୍ଥାନରେ ଗୁରୁଚରଣଙ୍କୁ ଖୋଜିଖୋଜି ଶେଷରେ ’ମେହତାକା ଉଲ୍‌ଟା ଚଷମା’ ସୁଟିଂ ସେଟ‌ରେ ଯାଇ ପହଞ୍ଚିଯାଇଛି। ସେଠାରେ ଲାଗିଥିବା ପ୍ରତିଟି ସିସି କ୍ୟାମେରାର ଫୁଟେଜକୁ ଜବତ କରି ଯାଞ୍ଚ କରୁଛି।

ଏଥିସହିତ ଯେଉଁମାନେ ଗୁରୁଚରଣଙ୍କ ସହିତ ଯୋଗାଯୋଗରେ ଥିଲେ ସେମାନଙ୍କର ପୁଲିସ ବୟାନ ରେକର୍ଡ କରୁଛି । ସେଟର ପ୍ରତିଟି ସଦସ୍ୟ ପୁଲିସକୁ ଯାଞ୍ଚରେ ସାହାଯ୍ୟ ବି କରୁଛନ୍ତି। ଯାହା ପାଖରେ  ଗୁରୁଚରଣଙ୍କୁ ନେଇ ଯେତିକି ସୂଚନା ଥିଲା ସେସବୁ ପୁଲିସକୁ ସମସ୍ତ ଦେଇଛନ୍ତି।

ନିଖୋଜ ଅଭିନେତାଙ୍କୁ ଖୋଜି ବାହାର କରିବା ପାଇଁ ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି ବୋଲି କୁହାଯାଉଛି।

ଏପ୍ରିଲ ୨୨ ତାରିଖରେ ଗୁରୁଚରଣ ସିଂହ ନିଖୋଜ ହେବାପରେ ଅଭିନେତାଙ୍କ ପିତା ତାଙ୍କ ଅଭିଯୋଗରେ କହିଥିଲେ, ତାଙ୍କ ପୁଅ ସୋମବାର ଦିନ ଦିଲ୍ଲୀରୁ ମୁମ୍ବାଇ ଯାଇଥାଆନ୍ତେ। ସେ  ଦିଲ୍ଲୀରୁ ବାହାରିଛନ୍ତି ସତ କିନ୍ତୁ ମୁମ୍ବାଇରେ  ପହଞ୍ଚି ନାହାନ୍ତି। ସେବେଠାରୁ ତାଙ୍କ ସହ ଟେଲିଫୋନ୍‌ ଯୋଗେ ବି ଯୋଗାଯୋଗ ହୋଇପାରୁନାହିଁ ବୋଲି ତାଙ୍କ ବାପା ପୁଲିସ୍‌ରେ ଜଣାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button