ଜ୍ୟୋତିଷ

ଖରାପ ସମୟ ଦେଇ ଯାଉଛନ୍ତି କି ? ଭୟ ନ କରି ଭଗବାନ ଶ୍ରୀକୃଷ୍ଣଙ୍କ ଏହି ପଦିଏ କଥା ସବୁବେଳେ ମନେ ରଖନ୍ତୁ, ନିଶ୍ଚୟ କାମରେ ଆସିବ

ନମସ୍କାର ବନ୍ଧୁଗଣ , ମଣିଷ ଜୀବନରେ ସୁଖ  ଦୁଃଖ ଆସୁଥାଏ ଓ ଯାଉଥାଏ । କିନ୍ତୁ ଖରାପ ସମୟରେ ମଣିଷ ଭୟଭୀତ ହୋଇଥାଏ । କିନ୍ତୁ ଶ୍ରୀ କୃଷ୍ଣ କହିଛନ୍ତି ଯେତେ ବି ଖରାପ ସମୟ ଆସୁ ମାତ୍ର ମୋର ଗୋଟାଏ କଥା ମନେ ରଖିବା ଦ୍ଵାରା ଆପଣମାନେ ବୁଝିପାରିବେ ଯେ ଯାହା ବି ଘଟିଥାଏ ତାହା ଆମର ଭଲ ହିଁ ହୋଇଥାଏ । ଆଜି ଆମେ ଆପଣଙ୍କ  ଭଗବାନ କୃଷ୍ଣଙ୍କ ଅମୂଲ୍ୟ କଥାକୁ କହିବାକୁ ଇଛା କରୁଛୁ ।

ଭଗବାନ କୁହନ୍ତି ଇଶ୍ଵର ଭଲ ଲୋକମାନଙ୍କର ପରୀକ୍ଷା ନେଇଥାନ୍ତି , ମାତ୍ର ସେମାନଙ୍କ ସହିତ ରୁହନ୍ତି । କିନ୍ତୁ ଖରାପ ଲୋକମାନଙ୍କୁ ସବୁ  କିଛି ଦେଇଥାନ୍ତି , ମାତ୍ର ସେମାନଙ୍କ ସହିତ ରୁହନ୍ତି ନାହିଁ । ଆପଣମାନେ ତାହା କରନ୍ତୁ ଯାହା ଆପଣ ଚାହାନ୍ତି ମାତ୍ର ତାହା ହିଁ ହୁଏ ଯାହା ଇଶ୍ଵର ଚାହାନ୍ତି । ତେଣୁ ମଣିଷକୁ ଇଶ୍ଵରଙ୍କ କଥା ଅନୁସାରେ କରିବା ଉଚିତ୍ ତେବେ ସେ ଯାହା ଇଛା କରିଥାଏ  ତାହା ହୋଇଥାଏ ।

ଜନ୍ମ ନେଇଥିବା ସମସ୍ତ ଲୋକମାନଙ୍କ ପାଇଁ ମୃତ୍ୟୁ ନିଶ୍ଚିତ ଅଟେ ତେଣୁ ଯାହା ନିଶ୍ଚିଯ ତାହା ପାଇଁ ଚିନ୍ତା କରିବା ବ୍ୟଥ ହୋଇଥାଏ । ନିଜ ଉପରେ ଭରସା କରିବା ଆପଣ ପାଇଁ ଶକ୍ତିଯୁକ୍ତ ଅଟେ ମାତ୍ର ଅନ୍ୟ ଉପରେ ରଖିବା ଦୁର୍ବଳତା ହୁଏ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ମୁଁ କାହାର ଭାଗ୍ୟ ନିର୍ମାଣ କରିନଥାଏ ବା କର୍ମ ର ଫଳ ଦେଇଥାଏ । ଯିଏ ଯେମିତି କର୍ମ କରିଥାଏ ସେହି ଅନୁସାରେ ଫଳ ପାଇଥାଏ ।

ଭଗବାନ ଶ୍ରୀ କୃଷ୍ଣ ସମସ୍ତ କୁ ଏକ ଭାବରେ ପ୍ରେମ କରିଥାନ୍ତି , ମାତ୍ର ଯେଉଁ ଲୋକମାନେ ତାଙ୍କୁ ମନ ଧ୍ୟାନ ରେ ପୂଜା ଆରାଧନା କରିଥାନ୍ତି । ସେହି ଲୋକମାନଙ୍କୁ ଭଗବାନ ତାଙ୍କ ହୃଦୟରେ ରଖିଥାନ୍ତି ।  ଯଦି ଆପଣ କାହାକୁ ପ୍ରେମ କରିପାରିନଥାନ୍ତି ତେବେ ତାଙ୍କୁ ଘୃଣା ମଧ୍ୟ କରିବା କଥା ନୁହେଁ । ଲୋକମାନଙ୍କୁ ସର୍ବଦା ସବୁ ସମୟରେ ଯାହା ବି ଘଟୁଛି ତାହା ଭଲ ପାଇଁ ହୁଏ ତାହା ବିଶ୍ଵାସ କରିବା ଉଚିତ୍ ।

ଅତୀତ କୁ ନେଇ ପ୍ରଶ୍ଚାତାପ ,  ଭବିଷ୍ୟତ କୁ ନେଇ ଚିନ୍ତା କରିବା ଅନୁଚିତ୍ କାରଣ ବର୍ତ୍ତମାନ ଚାଲୁଅଛି । ଅବି ଆପଣ ଯାହା କରିବା କଥା ତାହା ବିଷୟରେ ଚିନ୍ତା କରି ସଫଳତା ପୂର୍ବକ ତାହାକୁ କରିବା ଉଚିତ୍ ହୋଇଥାଏ । ଯେଉଁ ଲୋକମାନେ ଭୁଲ ରୁ ଶିଖିଥାନ୍ତି ତେବେ ଭୁଲ ଆପଣଙ୍କ ପାଇଁ ପାହାଚ ହୁଏ ନଚେତ୍ ତାହା ସମୁଦ୍ର ହୋଇଥାଏ ।

ଯିଏ କେତେ କମ୍ କଥା ହୁଏ ସେ ସେତେ ବୁଦ୍ଧିମାନ ହୋଇଥାଏ । ସଫଳତା ଓ ବିଫଳତା ଆପଣଙ୍କ ଚିନ୍ତା ଧାରା ରେ ରହିଥାଏ ଆପଣ ଯାହା ଭାବିଥାନ୍ତି ତାହା ହିଁ ଘଟିଥାଏ  । ଏହି  ଦୁନିଆରେ ସମସ୍ତେ ଆପଣଙ୍କ ହାତ କୁ ଛାଡି ଦେଇଥାନ୍ତି , ମାତ୍ର ଇଶ୍ଵର ସଦାସର୍ବଦା ଆପଣଙ୍କ ହାତ କୁ ଧାଡ଼ିକୁ ରଖିଥାନ୍ତି । ତେଣୁ ଦୁଃଖ ସମୟରେ ଏକୁଟିଆ ନା ଭାବି ଇଶ୍ଵରଙ୍କ ଅଛନ୍ତି ଓ ନିଶ୍ଚୟ ଆପଣଙ୍କ ପାଇଁ ଭଲ କରିବେ ତାହା ବିଶ୍ଵାସ କରିବା ଉଚିତ୍ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button