ଜ୍ୟୋତିଷ

ମନୁଷ୍ୟ ବର୍ବାଦ ହେବାର ଏହି 6 ଗୋଟି କାରଣ, ଯଦି ଆପଣଙ୍କ ଠାରେ ଏପରି କିଛି ଲକ୍ଷଣ ଅଛି, ତୁରନ୍ତ ଦୂର କରନ୍ତୁ, Motivational Speech

ନମସ୍କାର ବନ୍ଧୁଗଣ, ଗୋଟିଏ ମଣିଷ ନିଜ ପାଖରେ ଥିବା ସମସ୍ତ ଜିନିଷ ହରାଇବା ପରେ ଯେତେବେଳେ ବର୍ବାଦ ହୋଇଯାଏ ଏଥିପାଇଁ ସେହି ମଣିଷ ନିଜେ ହିଁ ଦାୟୀ ହୋଇଥାଏ ଭଗବାନ ନୁହନ୍ତି । କାରଣ ଭାଗବତ ଗୀତାରେ ଲେଖା ଅଛି 6ଟି କାରଣ ପାଇଁ ମଣିଷ ବର୍ବାଦ ନିଜେ ହୋଇଥାଏ । ଆଉ ସେହି ସମସ୍ତଙ୍କ କାରଣର ଜଡ ହୋଇଥାଏ ନିଜେ ସେହି ମଣିଷ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଭାଗବତ ଗୀତାରେ ଉଲ୍ଲେଖ ଥିବା ସେହି 6ଟି କାରଣ ସମ୍ପର୍କରେ ଯାହା ମଣିଷକୁ ବର୍ବାଦ କରିଦେଇଥାଏ ।

ଭାଗବତ ଗୀତା ଅନୁଯାୟୀ ମଣିଷ ବର୍ବାଦ ହେବା ପଛର ମୂଳ 6ଟି କାରଣ ହୋଇଥାଏ । ଯାହା ହେଉଛି ନିଦ୍ରା, କ୍ରୋଧ, ଡର, ଥକାପଣ, ଅଳସୁଆ ହେବା ଏବଂ କାମକୁ ଘୁଞ୍ଚାଇବା ପ୍ରକୃତି । ଜୀବନରେ ଯଦି ସଂଘର୍ଷ ଏବଂ କଷ୍ଟ ନ ଆସିବ ତେବେ ଜୀବନ ମଜା ଆଉ କଣ ବଞ୍ଚିବାର । ଯେତେବେଳେ ଆପଣଙ୍କ ହୃଦୟରେ ନିଆଁ ଲାଗିଥିବ କିଛି କରିବାର ଜିଦି ଥିବ ସେତେବେଳେ ଆପଣ ନ କରିବା କାର୍ଯ୍ୟ ମଧ୍ୟ କରି ବସିଥାନ୍ତି ।

ଯଦି ଶରୀର ସୁସ୍ଥ ରହିବ ନାହିଁ ତେବେ ଆପଣଙ୍କ ମସ୍ତିସ୍କକୁ ମଧ୍ୟ ଆପଣ ମଜବୁତ କରିପାରିବେ ନାହିଁ । ନିଜ ବାପା ପାଇସାରେ କାବିଲ ତ ସମସ୍ତେ ହୋଇଯାଇପାରିବେ । ଜୀବନରେ ବନିବାର ଅଛି ତ ନିଜ ଦମରେ ଧନୀ ହୁଅନ୍ତୁ । ମୁଁ ସବୁଠାରୁ ଶ୍ରେଷ୍ଠ ଅଟେ ଏହା ଆତ୍ମବିଶ୍ଵାସ ଅଟେ । କିନ୍ତୁ ମୁଁ ହିଁ କେବଳ ଶ୍ରେଷ୍ଠ ଆଉ କେହି ନୁହନ୍ତି ଏବଂ ହୋଇପାରିବେ ନାହିଁ ଏହା ଅହଂକାର ହୋଇଥାଏ ଯାହା ଆପଣଙ୍କୁ ପରେ ବର୍ବାଦ କରିଦେଇଥାଏ ।

ମଣିଷକୁ ପରିଶ୍ରମର ଆବଶ୍ୟକତା ହୋଇଥାଏ । କାରଣ ସଫଳତା ପାଇବାର ମଜାକୁ ଉଠାଇବାର ଏହା ନିହାତି ଜରୁରୀ ହୋଇଥାଏ । ଯଦି ଆମେ କୌଣସି ଜୀବନର କଳ୍ପନା କରିପାରିବା ତେବେ ଆମେ ତାହାକୁ ପୁରା ମଧ୍ୟ କରିପାରିବା । ସବୁଦିନ କିଛି ଭଲ ହେବ ଏହା ଜରୁରୀ ନୁହେଁ । କିନ୍ତୁ ସବୁଦିନ କିଛି ନା କିଛି ଭଲ ନିଶ୍ଚୟ ହୋଇଥାଏ ।

ବିତି  ଯାଇଥିବା କାଲି କେବେ ବଦଳି ନଥାଏ କିନ୍ତୁ ଆସୁଥିବା କାଲିକୁ ଆପଣ ବଦଳି ପାରିବେ ଏହା ଆପଣଙ୍କ ହାତରେ ଥାଏ । ନିଜର ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ନିଜକୁ ଏତେ ବ୍ୟସ୍ତ ରଖନ୍ତୁ କି ଅନ୍ୟର ଖରାପ ଆଲୋଚନା କରିବା ପାଇଁ ସମୟ ହିଁ ନଥିବ ।

ଆତ୍ମବିଶ୍ଵାସ ସବୁବେଳେ ଠିକ ହେବାଦ୍ୱାରା ଆସିନଥାଏ । ବରଂ ଭୁଲ ନ ହେବାର ଡର ବିନା ଆସିଥାଏ । ଅନ୍ୟର ପରିଚୟରେ ମିଳିଥିବା କାମ କିଛି ସମୟ ପାଇଁ ରହିଥାଏ । କିନ୍ତୁ ଆପଣଙ୍କ କାମ ପାଇଁ ମିଳିଥିବା ପରିଚୟ ସାରା ଜୀବନ ପାଇଁ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button