ଜ୍ୟୋତିଷ

ଶ୍ରୀ କୃଷ୍ଣ କହିଛନ୍ତି ଘର ଉପରେ ଏହି ଗଛର ଛାଇ କେବେ ବି ପଡିବା ଉଚିତ ନୁହେଁ, ଆସିଥାଏ ଗରିବୀ

ବନ୍ଧୁଗଣ ଯଦି ଘର ଉପରେ କୌଣସି ଗଛର ଛାଇ ପଡୁଥାଏ ତେବେ ଏହାକୁ ବାସ୍ତୁ ଅନୁଯାୟୀ ଛାୟାବେଦ କୁହା ଯାଇଥାଏ । ଏହି ଗଛର ଛାଇ ଘରେ ପଡିବା ଅଶୁଭ ମାନାଯାଏ । ଏହା ଦ୍ଵାରା ଜୀବନରେ ଅନେକ ସମସ୍ଯା ଆସିଥାଏ । ଯେଉଁ ଘର ଉପରେ ଏଭଳି କିଛି ଗଛର ଛାଇ ପଡିଥାଏ ସେହି ଘରର ମୁଖିଆଙ୍କ ଉପରେ ବିପଦ ଆସିଥାଏ । ଆଜି ଆମେ ଜାଣିବା ଘର ଉପରେ କେଉଁ ଗଛର ଛାଇ ପଡିଲେ ଅଶୁଭ ହୋଇଥାଏ ଏବଂ ଏହା ଦ୍ଵାରା କେଉଁ କେଉଁ ସମସ୍ଯା ସୃଷ୍ଟି ହୋଇଥାଏ ।

୧- ବାସ୍ତୁ ଅନୁଯାୟୀ ଘରର ମୁଖ୍ୟଦ୍ଵାର ଆଗରେ ବଡ ଗଛ, ଖୁଣ୍ଟ ରହିଥାଏ ଅଶୁଭ ହୋଇଥାଏ । ଏହାଦ୍ବାରା ବାସ୍ତୁ ଦୋଷ ନିର୍ମାଣ ହୋଇଥାଏ । ଏହା ସହ ଘରେ ଶୋକ, କ୍ଲେଶ ନିର୍ମାଣ ହୋଇଥାଏ । ବଡ ଗେଟ ମଧ୍ୟ ରହିଲେ ଘରର ଲୋକଙ୍କୁ କାମରେ ସଫଳତା ମିଳେ ନାହିଁ । ଘର ଆଗରେ ମଇଳା ପାଣି ରହିବା ଅଶୁଭ ହୋଇଥାଏ । ଅନେକ ରୋଗ ଓ ଜୀବାଣୁ ସୃଷ୍ଟି ହୋଇଥାଏ ।

୨- ଘରର ମୁଖ୍ୟଦ୍ଵାର ଆଗରେ କୂଅ, ପାଣି ଟାଙ୍କି ରହିବା ଅନୁଚିତ । ଏହାଦ୍ବାରା ଘରର ଲୋକଙ୍କୁ ମାନସିକ ଅସାନ୍ତି ମିଳିଥାଏ । ଘର ଆଗରେ କୌଣସି ପ୍ରକାରର ଜଳସ୍ରୋତ ରଖିବା ଅନୁଚିତ ।

୩- ବାସ୍ତୁ ଅନୁଯାୟୀ ସ୍ବରବେଦ କାରଣରୁ ଘରେ କଳହ ହେବାର ବଡ କାରଣ ହୋଇଥାଏ । ସ୍ବରବେଦର ଅର୍ଥ ହେଉଛି ଘରର କୌଣସି ବସ୍ତୁରୁ କର୍କଟ ସ୍ଵର ବାହରୁଥିବ । ଯେମିତିକି ଘରର ମୁଖ୍ୟ କବାଟ, ଝରକା ଖୋଲିବା ସମୟରେ ଯଦି ଶବ୍ଦ ହେଉଥାଏ ତେବେ ଅଶୁଭ ହୋଇଥାଏ ।

୪- ବାସ୍ତୁ ଅନୁଯାୟୀ ଛିଦ୍ରବେଦ କାରଣରୁ ଆର୍ଥିକ ହାନି, ଧନ କ୍ଷତି ହୋଇଥାଏ । ଛିଦ୍ରବେଦ ର ଅର୍ଥ ହେଉଛି ଘରର କାନ୍ଥରେ ଛେଦ ବା ଫାଟ ସୃଷ୍ଟି ହେବା । ଘରର ପଛ ପଟେ କାନ୍ଥରେ ଫାଟ ହେବା ଅନୁଚିତ । ଏହା ଦ୍ଵାରା ନେଗେଟିଭ ଶକ୍ତି ଘରକୁ ପ୍ରବେଶ କରିଥାଏ । ପାଣି ଟ୍ଯାପରୁ ପାଣି ବୋହିବା ଦ୍ଵାରା ଧନ କ୍ଷୟ ହୋଇଥାଏ ।

୫- ବାସ୍ତୁ ଅନୁଯାୟୀ ଘର ଆଗରେ ମନ୍ଦିରର ପତାକାର ଛାଇ ପଡିବା ଅଶୁଭ ହୋଇଥାଏ । ଏହାଦ୍ବାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ।

୬- ବାସ୍ତୁ ଅନୁଯାୟୀ ପୂର୍ବ ଦିଗରେ ଥିବା ପର୍ବତ ବା ବିଲଡିଙ୍ଗର ଛାୟା ଘର ଉପରେ ପଡିଲେ ବାସ୍ତୁ ଦୋଷ ନିର୍ମାଣ ହୋଇଥାଏ । ବାସ୍ତୁ ଅନୁଯାୟୀ ପଳାସ ଗଛର ଛାଇ ପଡିଲେ ଗ୍ରହ ସ୍ଵାମୀ ପରାଜିତ ହୋଇଥାଏ ।

୭- ଘର ଉପରେ ତେନ୍ତୁଳୀ ଗଛର ଛାଇ ପଡିଲେ ଅକାଳ ମୃତ୍ୟୁର ସମ୍ଭାବନା ଥାଏ । ଘର ସାମ୍ନାରେ ଓସ୍ତ ଗଛ ରହିଲେ ଗ୍ରହ ସ୍ଵାମୀର ଆତ୍ମବିଶ୍ଵାସ କମ ହୋଇଥାଏ ।

୮- ଘର ଉପରେ ବର ଗଛର ଛାଇ ପଡିଲେ ବାସ୍ତୁ ଦୋଷ ଦେଖାଯିବା ସହ ନେଗେଟିଭ ଶକ୍ତିର ପ୍ରଭାବ ପଡିଥାଏ । ଘର ଉପରେ ବବୁଲ ଗଛର ଛାଇ ପଡିଲେ ଜୀବନରେ ଦୁର୍ଭାଗ୍ୟ ଆସିଥାଏ ଓ ଧନ ନାସ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button