ଜୁନ୍ ୧ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ – Kalinga News

[ad_1]
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଅନ୍ତରୀଣ ଜାମିନ ମିଳିଛି। ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବା ସହ ତାଙ୍କୁ ଜୁନ୍ ୨ ତାରିଖରେ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାପାଇଁ କହିଛନ୍ତି। ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଦିପଙ୍କର ଦତ୍ତଙ୍କ ଖଣ୍ଡପୀଠ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରି ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। କେଜ୍ରିୱାଲଙ୍କ ଦ୍ବାରା କୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ତାଙ୍କ ଗିରଫକୁ ଚ୍ୟାଲେଞ୍ଜ କରାଯାଇଥିଲା ଏବଂ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାରରେ ଯୋଗ ଦେବାପାଇଁ ଅନ୍ତରୀଣ ଜାମିନ ପାଇଁ ଅନୁରୋଧ କରାଯାଇଥିଲା। ଜାମିନ ମିଳିବାପରେ କେଜ୍ରିୱାଲ ଜେଲରୁ ବାହାରି ଉଭୟ ଦିଲ୍ଲୀ ଏବଂ ପଂଜାବରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇପାରିବେ। ତେବେ ଆଜି ଶୁଣାଣି ସମୟରେ କୋର୍ଟ କେଜ୍ରିୱାଲଙ୍କୁ ଗିରଫ କରିବାରେ ଇଡି ବିଳମ୍ବ କରିଥିବା ନେଇ ପ୍ରଶ୍ନ ଉଠାଇଥିଲେ। ଖଣ୍ଡପୀଠ କହିଥିଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ୨୦୨୨ ଅଗଷ୍ଟରେ ଇସିଆଇଆର (ଏନଫୋର୍ସମେଣ୍ଟ୍ କେସ୍ ଇନଫର୍ମେସନ ରିପୋର୍ଟ) ରୁଜୁ କରିଥିଲେ କିନ୍ତୁ କେଜ୍ରିୱାଲ ମାର୍ଚ୍ଚରେ ଗିରଫ ହେଲେ। ସେ ଦେଢ଼ବର୍ଷ ସେଠାରେ ରହିଲେ। ଗିରଫ ନିର୍ବାଚନ ପୂର୍ବରୁ କିମ୍ବା ପରେ ହୋଇଥାନ୍ତା। ତେଣୁ କୌଣସି ତୁଳନା କରନା। ୨୧ ଦିନ ସେମିତି କିଛି ପ୍ରଭାବ ପକାଇବନି ବୋଲି ଜଷ୍ଟିସ ଖାନ୍ନା କରିଛନ୍ତି।
[ad_2]