୨ ଲକ୍ଷ ଚାକିରି ଦେବ କହୁଛି ବିଜେଡି, ୨୪ ବର୍ଷ ହେଲା କରୁଥିଲେ କ’ଣ?: ଧର୍ମେନ୍ଦ୍ର ପ୍ରଧାନ – Kalinga News

[ad_1]
ସମ୍ବଲପୁର: ଆଜି ସମ୍ବଲପୁରରେ ଅଖିମୁଠି ଅନୁକୁଳ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିର ଇସ୍ତାହାର ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେଡିର ଇସ୍ତାହାରରେ କୌଣସି ନୂତନତ୍ବ ନାହିଁ। ବରଂ ଏହା କାଗଜର ଦସ୍ତାବିଜ୍। ଏହା ଲୋକଦେଖାଣିଆ। ବିଜେଡି ବିଜେପିର ସଂକଳ୍ପପତ୍ରକୁ କପି କରିବାକୁ ଚେଷ୍ଟା କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସେ ଆହୁରି କହିଛନ୍ତି, ୨ ଲକ୍ଷ ଚାକିରି ଦେବ କହୁଛି ବିଜେଡି, ତାହାହେଲେ ୨୪ ବର୍ଷ ହେଲା କରୁଥିଲେ କ’ଣ? ୧ ଲକ୍ଷ ଚାକିରି ଖାଲି ପଡ଼ିଛି, କାହିଁକି ପୂରଣ କଲେନି ନବୀନ ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୧୪ ଓ ୨୦୧୯ ଭଳି ଏଥର ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛି ବିଜେଡି। ଓଡ଼ିଶାରେ ବିଜେପି ସରକାର ଆସିଲେ, କୃଷକଙ୍କ ହିତ ସାଧିତ ହେବ। ଚାଷୀଙ୍କ ଦୁଃଖ ଦୂରୀଭୂତ ହେବ। ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ।
ଏଣେ କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୀୟା’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୀୟା’ର ହାର୍ଦ୍ଦିକ ଶୁଭକାମନା । ଆଜିର ଦିନରେ ଚାଷୀ ଭାଇମାନେ ଅକ୍ଷିମୁଠି ଅନୁକୂଳ କରିଥା’ନ୍ତି। ରଥ ନିର୍ମାଣର ଆରମ୍ଭ ବି ଏହି ପବିତ୍ର ଦିନରେ ହୋଇଥାଏ। ଆମ ଦେଶ ଅର୍ଥନୀତିର ମେରୁଦଣ୍ଡ ତଥା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଗୁରୁ ଦାୟିତ୍ୱ ବହନ କରୁଥିବା ଚାଷୀ ଭାଇମାନଙ୍କର କଲ୍ୟାଣ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି।
[ad_2]