ମନୋରଞ୍ଜନ

‘ହୀରାମଣ୍ଡି’ ସେଟରେ ଭନସାଲି ରଖିଥିବା ୨୦ଟି କୁକୁରକୁ ଏହି କାମରେ ଲଗାଯାଉଥିଲା: ଫରଦିନ ଖାନ – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭନସାଲିଙ୍କ ଆଗାମୀ ସିରିଜ ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସିରିଜ ମଧ୍ୟରୁ ଅନ୍ୟତମ। ସଞ୍ଜୟ ଲିଲା ଭନସାଲୀଙ୍କ ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ ଏକ ଆଠ ଭାଗ ବିଶିଷ୍ଟ ସିରିଜ୍। ମେ ୧ ରୁ ଏହା ୧୯୦ ଟି ଦେଶରେ ନେଟଫ୍ଲିକ୍ସରେ ଉପଲବ୍ଧ ହୋଇଯାଇଛି ।

ତେବେ ସଞ୍ଜୟ କେବଳ ହୀରାମଣ୍ଡି ନୁହେଁ ଯେଉଁଥିରେ ବି କାମ କରିଛନ୍ତି ତାହାକୁ କିପରି ପରଦାରେ ଜୀବନ୍ତ କରି ଦେଖାଇହେବ ସେ ଦିଗରେ ଖୁବଯତ୍ନଶୀଳ ଥାଆନ୍ତି। ଏଭଳି କ୍ଷେତ୍ରରେ ତାଙ୍କ ସହିତ ଖାପଖୁଆଇ ଚଳିବା ପାଇଁ ଅଭିନେତା ଓ ଅଭିନେତ୍ରୀଙ୍କୁ ଖୁବ ଭୟ ବି ଲାଗିଥାଏ। ଏକଥା ଆମେ ନୁହେଁ ଅନେକ ସାକ୍ଷାତକାରେ ଅଭିନେତା ଓ ଅଭିନେତ୍ରୀ ସଞ୍ଜୟ ଲିଲା ଭନସାଲିଙ୍କ ସହିତ କାମ କରିବାର ଅନୁଭବକୁ ସେୟାର କରିଛନ୍ତି।

ନିକଟରେ ଅଭିନେତା ଫରଦିନ ଖାନ କହିଛନ୍ତି, ‘ସଞ୍ଜୟ ଲିଲା ଭନସାଲୀ କୁକୁରମାନଙ୍କୁ ଖୁବ ଭଲ ପାଆନ୍ତି। ସେ ‘ହୀରାମଣ୍ଡି’ ସେଟରେ ୨୫ଟି କୁକୁର ରଖିଥିଲେ। ଯେତେବେ‌ଳେ ବି ସେ କୌଣସି କଥାକୁ ନେଇ ରାଗି ଯାଆନ୍ତି ବ୍ୟସ୍ତବିବ୍ରତ ହୋଇପଡ଼ନ୍ତି ‌ସିନେମାର ଆସିଷ୍ଟାଣ୍ଟ ଡାଇରେକ୍ଟର ଭନସାଲିଙ୍କ ୨୫ଟି କୁକୁରକୁ ଏକାଠି ପଠାଇ ଦେଇଥାଆନ୍ତି। ଯାହାକୁ ଦେଖି ନିର୍ଦ୍ଦେଶକଙ୍କ ରାଗ ଶାନ୍ତ ହୋଇଯାଇଥାଏ।

ସଞ୍ଜୟ ଲିଲା ଭନସାଲୀଙ୍କ ଆଉ ଗୋଟିଏ ମଜାଳିଆ ଅଭ୍ୟାସ ହେଉଛି ସେ ଦିନକୁ ତିନିଚାରିଥର ପୋଷାକ ପରିବର୍ତ୍ତନ କରିଥାଆନ୍ତି। ପୋଷାକ ପରିବର୍ତ୍ତନକୁ ନେଇ ସଞ୍ଜୟ କହିଥାଆନ୍ତି, ‘ଯେତେଥର ସେ ପୋଷାକ ପରିବର୍ତ୍ତନ କରିଥାଆନ୍ତି ତାଙ୍କ ମନକୁ ଏକ ନୂଆ ଚିନ୍ତାଧାରା ଆସିଥାଏ। ଯାହାକୁ ସେ କାମରେ ଲଗାଇ ଥାଆନ୍ତି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button