ମନୋରଞ୍ଜନ

କଙ୍ଗନାଙ୍କ ପାଇଁ ପ୍ରଚାର କରିବେ କି ଶେଖର? ପ୍ରଶ୍ନ ଶୁଣି ଦେଲେ ଏଭଳି ଉତ୍ତର – Kalinga News

[ad_1]

ନୂଆଦିଲ୍ଲୀ: ଭାରତୀୟ ଟିଭିର ଅନ୍ୟତମ ଲୋକପ୍ରିୟ କଳାକାର ଶେଖର ସୁମନ ଏବେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ରିଲିଜ୍ ହୋଇଥିବା ୱେବ୍ ସିରିଜ୍ ‘ହିରାମଣ୍ଡି’ରେ ଶେଖର ସୁମନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ଏବଂ ଦର୍ଶକଙ୍କୁ ତାଙ୍କ କାମ ବହୁତ ପସନ୍ଦ ଆସିଛି। ଅଭିନୟ ସହ ଶେଖର ଏବେ ରାଜନୀତିରେ ପାଦ ଦେଇଛନ୍ତି। ସେ ମଙ୍ଗଳବାର ବିଜେପିରେ ଯୋଗ ଦେବା ପରେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ଏହା ପୂର୍ବରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢ଼ିବା ପାଇଁ ମଣ୍ଡିରୁ ପ୍ରାର୍ଥୀ ହୋଇଥିଲେ। ଦୁହେଁ ସମାନ ଦଳ ଓ ସମାନ ପେସାରେ ଥିବାରୁ କଙ୍ଗନାଙ୍କ ପାଇଁ ପ୍ରଚାର କରିବେ କି ନାହିଁ ବୋଲି ଶେଖରଙ୍କୁ ପଚରାଯାଇଥିଲା। ଉତ୍ତରରେ ସେ ଯାହା କହିଥିଲେ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନା ମୁତାବକ, ଶେଖରଙ୍କ ପୁଅ ଅଧ୍ୟୟନ ଓ କଙ୍ଗନା ଅତୀତରେ ପରସ୍ପରକୁ ଡେଟ୍ କରିଥିଲେ। ହେଲେ ବିବାଦ ହେବାରୁ ଦୁହିଁଙ୍କର ବ୍ରେକଅପ ହୋଇଥିଲା। ଏବେ ପୁଅର ପୂର୍ବ ପ୍ରେମିକାଙ୍କ ପାଇଁ ପ୍ରଚାର କରିବେ କି ନାହିଁ ପ୍ରଶ୍ନ କରାଯିବାରୁ ଶେଖର କହିଥିଲେ, ‘ଯଦି ସେ ଡାକିବେ, ତେବେ କାହିଁକି ଯିବି ନାହିଁ? ଏହା ମୋର କର୍ତ୍ତବ୍ୟ ଏବଂ ମୋର ଅଧିକାର ମଧ୍ୟ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button