ଦେଶ- ବିଦେଶ

୨ ଦିନ ଧରି ନିଖୋଜ ଥିବା କଂଗ୍ରେସ ନେତାଙ୍କ ଦଗ୍ଧ ଶରୀର ମିଳିଲା – Kalinga News

[ad_1]

ନୂଆଦିଲ୍ଲୀ : ୨ ଦିନ ଧରି ନିଖୋଜ ଥିବା ଜଣେ କଂଗ୍ରେସ ନେତାଙ୍କ ଦଗ୍ଧ ଶରୀର ଆଜି ଏକ କ୍ଷେତରୁ ମିଳିଛି। ଉକ୍ତ ଘଟଣାର ତଦନ୍ତ ପାଇଁ ପୁଲିସ ୩ଟି ସ୍ବତନ୍ତ୍ର ଦଳ ଗଠନ କରିଛି। ନେତାଙ୍କ ମୃତଦେହ ତିରୁନେଲଭେଲିରୁ ମିଳିଛି। ତାଙ୍କ ନାଁ କେପିକେ ଜେୟକୁମାର। ତିରୁନେଲଭେଲି ଜିଲ୍ଲା କଂଗ୍ରେସ ବିଭାଗର ସେ ସଭାପତି। ପୁଲିସ ଅନୁଯାୟୀ ଜେୟକୁମାର ଗୁରୁବାର ଠାରୁ ନିଖୋଜ ଥିଲେ ଏବଂ ତାଙ୍କ ପୁଅ ଶୁକ୍ରବାର ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଥିଲେ। ପୁଲିସ ଉକ୍ତ ଘଟଣାର ତଦନ୍ତ କରୁଛି। ତେବେ ଜେୟକୁମାରଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିନି। ଏସପି ଏଲ୍ ସିଲମ୍ବରସନ କହିଛନ୍ତି, ମାମଲାର ତଦନ୍ତ ପାଇଁ ୩ଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି। ଜେୟକୁମାରଙ୍କ ମୃତ୍ୟୁ ଘଟଣାରେ ତାମିଲନାଡ଼ୁ କଂଗ୍ରେସ ମୁଖ୍ୟ କେ ସେଲଭପେରୁନଥଗାଇ ଶୋକ ପ୍ରକାଶ କରିଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button