ଜ୍ୟୋତିଷ

ଆପଣ କେଉଁବି କାର୍ଯ୍ୟରେ ଅସଫଳ କାହିଁକି ହେଇଥାନ୍ତି ! ଏହି କଥା ଜାଣି ନିଅନ୍ତୁ କେବେବି ଆଉ ହାରିବେ ନାହିଁ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମେ ଆମ ଜୀବନ ରେ ଅନେକ ପ୍ରକାର କାର୍ଯ୍ୟ କରିବା ପାଇଁ ସିଦ୍ଧାନ୍ତ ନେଇଥାଉ ବା ସେହି କାର୍ଯ୍ୟ କୁ କରିଥାଉ । କିନ୍ତୁ ଏହା ମଧ୍ଯରୁ ଆମର କିଛି କାର୍ଯ୍ୟ ସଫଳ ହୋଇ ନଥାଏ ଓ କିଛି କାର୍ଯ୍ୟ ସଫଳ ହୋଇଥାଏ । କିନ୍ତୁ ଯେଉଁ କାର୍ଯ୍ୟ ସଫଳ ହୋଇ ନ ଥାଏ ତାହା କଣ ପାଇଁ ସଫଳ ହେଲା ନାହିଁ ତାହା କେବେ ଆପଣ ଭାବିଛନ୍ତି କି?ବନ୍ଧୁଗଣ ଶ୍ରୀକୃଷ୍ଣ ଶ୍ରୀମଦ ଭଗବତ ଗୀତା ରେ ଅନେକ କିଛି କହିଛନ୍ତି । ତାଙ୍କର କଥିତ ସମସ୍ତ କଥା ପ୍ରାୟତଃ ସତ ହୋଇଥାଏ ବୋଲି ଆମର ବହୁତ ବିଶ୍ୱାସ ରହିଛି ।

ଭଗବତ ଗୀତା ହିନ୍ଦୁ ଧର୍ମର ମୁଖ୍ୟ ଗ୍ରନ୍ଥ ଅଟେ । ଏଥିରେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟର କାର୍ଯ୍ୟ ସମ୍ପର୍କରେ ଅନେକ କିଛି କହିଛନ୍ତି । କାର୍ଯ୍ୟ ରେ କିପରି ସଫଳ ହେବେ ଏବଂ ଯେଉଁ କାର୍ଯ୍ୟ ରେ ଆପଣ ମାନେ ବିଫଳ ହେଉଛନ୍ତି ତାହାର କାରଣ ସମ୍ପର୍କରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ଗୀତାରେ ସମ୍ପୂର୍ଣ୍ଣ ଭାବରେ କହି ରଖିଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି ଶ୍ରୀକୃଷ୍ଣ ଙ୍କ ଦ୍ଵାରା କଥିତ ଭଗବତ ଗୀତାରେ ଲେଖା ଥିବା କାର୍ଯ୍ୟ ର ବିଫଳତା ର କାରଣ ସମ୍ପର୍କରେ ରେ ବହୁତ କିଛି ଜଣାଇବୁ । ତେବେ ଆସନ୍ତୁ ବନ୍ଧୁଗଣ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା । ବନ୍ଧୁଗଣ ଆମେ ଆମର କଳ୍ପନା ରୁ କିଛି କାର୍ଯ୍ୟ ସମ୍ପର୍କରେ ଭାବିଥାଉ ଏବଂ ଏହି କଳ୍ପନା କୁ ବାସ୍ତବ ର ରୂପ ଦେବା ପାଇଁ ଆମେ ଏହାକୁ କାର୍ଯ୍ୟକାରୀ କରିବା ସମ୍ପର୍କରେ ଭାବିଥାଉ ।

ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ପ୍ରଥମେ ବହୁତ ଉତ୍ସାହ ର ସହିତ ସେହି କାର୍ଯ୍ୟ ସମ୍ପର୍କିତ ଅନେକ ଉପାୟ ବିଷୟରେ ଚିନ୍ତା କରିଥାଉ । ଚିନ୍ତା କରିବା ପରେ ଆମେ ସେହି କାର୍ଯ୍ୟ କୁ ବାସ୍ତବ ରେ ପରିଣତ କରିବା ପାଇଁ ସେହି କ୍ଷେତ୍ରରେ ଆଗକୁ ପାଦ ବଢ଼ାଇ ଥାଉ । କିନ୍ତୁ କିଛିଦିନ ପରେ ଆମର ସେହି ପ୍ରଥମ ଦିନର ଉତ୍ସାହ ଆଉ ଦେଖିବାକୁ ମିଳି ନ ଥାଏ । ଏହି ପରି ଅନେକ କାମ ଥିବ ଯାହାକୁ ଆପଣ ପୁରା ଜୋଶ ର ସହିତ ଆରମ୍ଭ କରିଥିବେ କିନ୍ତୁ ଏହାକୁ ଶେଷ ପର୍ଯ୍ୟନ୍ତ ପହଞ୍ଚାଇ ପାଇଁ ନ ଥିବେ ।

ଶେଷରେ ଆପଣଙ୍କ ର ସମସ୍ତ କାଳ୍ପନିକ ଚିନ୍ତା କଳ୍ପନା ରେ ହିଁ ରହିଯାଇଥାଏ । ଏପରି ହେବାର ମୁଖ୍ୟ କାରଣ ହେଉଛି ଆପଣଙ୍କ ଭିତରେ ସଂକଳ୍ପ ଶକ୍ତି ର ବହୁତ ଅଭାବ ଦେଖା ଦେଇଥାଏ । ଯେଉଁ ପରି ଆପଣ ଏହି କାର୍ଯ୍ୟ କୁ କରିବା ପାଇଁ ସଂକଳ୍ପ ନେଇଥାନ୍ତି ସେପରି ଆପଣ କରି ପାରି ନ ଥାନ୍ତି । ଆମେ ଯାହା କରିବା ପାଇଁ କଳ୍ପନା ରେ ଭାବିଥାଉ ତାକୁ ବାସ୍ତବରେ ପରିଣତ କରିବା ପାଇଁ ଆମ ମଧ୍ୟରେ କୌଣସି ରୁଚି ଦେଖିବାକୁ ମିଳି ନ ଥାଏ ।

ଯେଉଁ କାମ ଆମକୁ ସ୍ବପ୍ନ ରେ ଦେଖିବାକୁ ଭଲ ଲାଗିଥାଏ ତାକୁ ଆମେ ବାସ୍ତବ ରେ କରିବା ସମୟରେ ଆମ ମଧ୍ୟରେ ସେପରି ରୁଚି ଓ ଉତ୍ସାହ ଦେଖିବାକୁ ମିଳି ନଥାଏ । ଆମେ ଯାହା କରିବା ପାଇଁ ଭାବିଥାଉ ତାକୁ ଆମେ କରିବା ପାଇଁ ଯେଉଁ ସଂକଳ୍ପ ନେଇଥାଉ ତାହା କେବଳ ଆରମ୍ଭ ରେ ହିଁ ଦେଖା ଦେଇ ଥାଏ । କିନ୍ତୁ କାର୍ଯ୍ୟ ର ଶେଷ ସମୟରେ ଆମର ଆଉ ଉତ୍ସାହ କିମ୍ବା ରୁଚି ଦେଖା ଦେଇ ନ ଥାଏ । ତେଣୁ ଆମେ ସେହି କାର୍ଯ୍ୟ କୁ ସଂଲ ଭାବେ କରି ପାରି ନଥାଉ କି କଳ୍ପନା କୁ ବାସ୍ତବ ର ରୂପ ଦେଇ ପାରି ନଥାଉ ।

ତେଣୁ ଆମ ମଧ୍ୟରେ ଏକ ସଂକଳ୍ପ ଶକ୍ତି ରହିବା ଆବଶ୍ୟକ ଯାହା ଦ୍ୱାରା ଆମେ ଯେ କୌଣସି କାର୍ଯ୍ୟ କୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିପାରିବୁ । ଏହି ପରି ଶକ୍ତି ସମସ୍ତ ଙ୍କ ମଧ୍ୟରେ ରହିବା ଆବଶ୍ୟକ ଅଟେ । ଏହି ଶକ୍ତି ଆପଣ ଙ୍କ ମଧ୍ୟରେ ରହିବା ଦ୍ୱାରା ଆପଣ ଯେ କୌଣସି କାର୍ଯ୍ୟ କୁ ନିଜ କଳ୍ପନା ରେ ଭାବିଥିବେ ତାହାକୁ ବାସ୍ତବ ରେ ପରିଣତ କରି ତାକୁ ଶେଷ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ମଧ୍ୟ ଆପଣଙ୍କ ମନ ରେ ଶାହସ ଏବଂ ଉତ୍ସାହ ରହିଥିବ । ତେଣୁ ସଂକଳ୍ପ ଶକ୍ତି ଓ ଶି କାର୍ଯ୍ୟ ପ୍ରତି ରୁଚି ରହିବା ଆବଶ୍ୟକ ହୋଇଥାଏ । ଏହା ଦ୍ଵାରା ଆପଣ ସମସ୍ତ କାର୍ଯ୍ୟ ରେ ସଫଳ ପାଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button