୪ପୁଅ-୨ଝିଅ ସମେତ ୬ଟି ସନ୍ତାନଙ୍କୁ ଜନ୍ମଦେଲେ ମହିଳା, ଡାକ୍ତର ମଧ୍ୟ ଦେଖି ଆଶ୍ଚର୍ଯ୍ୟ, କହିଲେ ଏହା ଏକ

ପାକିସ୍ତାନର ରାୱଲପିଣ୍ଡି ଜିଲ୍ଲାରୁ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଜିଲ୍ଲା ଡାକ୍ତରଖାନାରେ ଜଣେ ମହିଳା ଥରକରେ ୬ଟି ସନ୍ତାନ ଜନ୍ମ ଦେଇଛନ୍ତି। ଡାକ୍ତରଙ୍କ ଅନୁଯାୟୀ ମହିଳା ଏବଂ ଶିଶୁ ସୁସ୍ଥ ଅଛନ୍ତି। ପ୍ରସବ ଯନ୍ତ୍ରଣା ହେତୁ ମହିଳା ଜଣକ ଗୁରୁବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ଏକ ଦୀର୍ଘ ସମୟ ଧରି ଅପରେସନ୍ ପରେ, ମହିଳା ସେକ୍ସଟପ୍ଲେଟ୍ (Sextuplets) ଅର୍ଥାତ୍ ୬ ସନ୍ତାନ ଜନ୍ମ ଦେଇଥିଲେ। ସମସ୍ତ ପିଲା ସୁସ୍ଥ ଅଛନ୍ତି। ସେମାନଙ୍କ ମଧ୍ୟରେ ୪ ପୁଅ ଏବଂ ୨ ଝିଅ ଅଛନ୍ତି । ଜିଓ ନ୍ୟୁଜରେ ପ୍ରକାଶିତ ଖବର ଅନୁଯାୟୀ, ବର୍ତ୍ତମାନ ନବଜାତ ଶିଶୁମାନଙ୍କୁ ଆଇସିୟୁରେ ରଖାଯାଇ ମନିଟରିଂ କରାଯାଉଛି।
ସୂଚନା ମୁତାବକ, ହାଜାରା କଲୋନୀର ବାସିନ୍ଦା ୱାହିଦ୍ ଗୁରୁବାର ଦିନ ନିଜ ପତ୍ନୀ ଜେନାତଙ୍କୁ ପ୍ରସବ ପାଇଁ ରାୱଲପିଣ୍ଡି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଚେକଅପ୍ କରି କହିଥିଲେ ଯେ, ମହିଳାଙ୍କ ପେଟରେ ୬ଟି ପିଲା ରହିଛି । ଶୁକ୍ରବାର ଦିନ ଦୀର୍ଘ ସମୟ ଧରି ଅପରେସନ୍ କରାଯାଇଥିଲା । ମହିଳାଙ୍କ ପେଟରୁ ଗୋଟିଏ ପରେ ଗୋଟିଏ କରି ୬ଟି ପିଲା ପ୍ରସବ କରାଯାଇଥିଲା । ପ୍ରତ୍ୟେକ ଶିଶୁର ଓଜନ ୨ ପାଉଣ୍ଡରୁ କମ୍ ଥିଲା ।
ଖୁସି ବ୍ୟକ୍ତ କଲେ ଡାକ୍ତର
ସଫଳ ଅସ୍ତ୍ରୋପଚାର ପରେ ଡାକ୍ତର କହିଛନ୍ତି ଯେ, ଏହା କୌଣସି ସାଧାରଣ ପ୍ରସବ ନଥିଲା । ଏହି ପ୍ରସବ କରାଇବା କଠିନ କାର୍ଯ୍ୟ ଥିଲା । ସନ୍ତାନ ଜନ୍ମ କରିବା ସମୟରେ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ତାହା ସ୍ୱାଭାବିକ ହୋଇଥିଲା । ମାଆ ଏବଂ ସମସ୍ତ ଶିଶୁ ସୁସ୍ଥ ଥିବା ଜାଣି ଡାକ୍ତର ଏବଂ କର୍ମଚାରୀମାନେ ବହୁତ ଖୁସି ପ୍ରକାଶ କରିଛନ୍ତି । ଡାକ୍ତର କହିଛନ୍ତି, ଭଗବାନଙ୍କ ଦୟାରୁ ମାଆ ଏବଂ ପିଲାମାନେ ଠିକ୍ ଅଛନ୍ତି ।
ମହିଳାଙ୍କ ପେଟରେ ସେକ୍ସଟପ୍ଲେଟ୍
VerywellFamily.comରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପ୍ରାୟ ୪.୭ ବିଲିୟନ ମହିଳାଙ୍କ ମଧ୍ୟରୁ ଜଣଙ୍କ ପେଟରେ ଏପରି ସେକ୍ସଟପ୍ଲେଟ୍ ସ୍ଥିତି ଉପୁଜେ । ଏହା ଏକ ଜଟିଳ ପ୍ରକ୍ରିୟା ।




