ଖେଳ ଖବର

ଆର୍‌ସିବିର ଷଷ୍ଠ ପରାଜୟ ଦେଖି ରାଗିଗଲେ ବିରାଟ, କ୍ୟାମେରାରେ କଏଦ ହେଲା ତାଙ୍କ ପ୍ରତିକ୍ରିୟା – Kalinga News

[ad_1]

ବେଙ୍ଗାଲୁରୁ: ଆର୍‌ସିବିର ଷଷ୍ଠ ପରାଜୟ ଦେଖି ରାଗିଗଲେ ଷ୍ଟାର ଖେଳାଳି ବିରାଟ କେହାଲି। କ୍ୟାମେରାରେ କଏଦ ହେଲା ତାଙ୍କ ପ୍ରତିକ୍ରିୟା। ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ୨୮୭/୩ ସ୍କୋର୍‌ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନ୍‌ରେ ପରାସ୍ତ କରିଥିଲା। ଆଇପିଏଲ ୨୦୨୪ରେ ଆରସିବିର ଏହା ଷଷ୍ଠ ପରାଜୟ ଥିଲା। ଦୀନେଶ କାର୍ତ୍ତିକ ୩୫ ବଲ୍‌ରୁ ୮୩ ରନ୍‌ର ବିସ୍ଫୋରକ ପାଳି ଖେଳି ବେଙ୍ଗାଲୁରୁ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ଏବଂ ଦଳର ଏନ୍‌ଆର୍‌ଆର୍‌କୁ ଅଧିକ ପ୍ରଭାବିତ ହେବାକୁ ଦେଇନଥିଲେ। କାର୍ତ୍ତିକଙ୍କ ପାଳିରେ ୫ ଚୌକା ଓ ୭ ଛକା ସାମିଲ ଥିଲା। ଏପରିକି ଚଳିତ ଆଇପିଏଲ୍‌ ଋତୁର ଦୀର୍ଘତମ (୧୦୮ ମିଟର୍) ଛକା ସେ ନଟରାଜନଙ୍କ ବିପକ୍ଷ‌ରେ ମ‌ାରିଥିଲେ।

ବିରାଟ କୋହଲି (୨୦ ବଲ୍‌ରୁ ୪୨ ରନ୍) ଏବଂ ଫାଫ୍‌ ଡୁ ପ୍ଲେସିସ୍ (୨୮ ବଲ୍‌ରୁ ୬୨ ରନ୍) ମିଳିତ ଭାବେ ପାୱାର ପ୍ଲେରୁ ୭୯ ରନ୍ ଉଠାଇଥିଲା। ହାଇଦ୍ରାବାଦର ୨୮୭ ଜବାବରେ ‌ବେଙ୍ଗାଲୁରୁ ୨୬୨ ରନ୍ ସଂଗ୍ରହ କରିବା ଉଲ୍ଲେଖନୀୟ ଥିଲା। ହେଲେ ଦଳ ହାରୁଥିବା ଦେଖି ବିରାଟ ନିଜର କ୍ରୋଧକୁ ରୋକିପାରିନଥିଲେ। ରାଗରେ ସେ ନିଜ ଗୋଡ଼ କଚାଡି ଦେଇଥିଲେ ବୋଲି ଷ୍ଟାଡିୟମ କ୍ୟାମେରାରେ କଏଦ ହୋଇଥିବା ଭିଡିଓରେ ଦେଖାଯାଇଥିଲା। ପରେ ଭିଡିଓଟି ଭାଇରାଲ ହେବାରୁ ସେଥିରେ ସେ ନିଜ ସାଥୀ ଖେଳାଳିଙ୍କୁ ରାଗୁଥିବା ଦେଖାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button