ମନୋରଞ୍ଜନ

କେମିତି ୟୁଟ୍ୟୁବରୁ Rupa Pintu କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ? ଗରିବରୁ କେମିତି ହେଲେ ଧନୀ

ୟୁଟ୍ଯୁବର ରୂପା, ପିଣ୍ଟୁଙ୍କ ଭାଗ୍ୟ କେମିତି ବଦଳି ଗଲା ! ହଁ ଆଜ୍ଞା ସୋସିଆଲ ମିଡିଆରେ ବହୁ ଚର୍ଚିତ ଯୋଡି ହେଉଛନ୍ତି ୟୁଟ୍ଯୁବର ରୂପା ଏବଂ ପିଣ୍ଟୁ । ଯେଉଁ ଯୋଡିକୁ ଦେଖିବା ପାଇଁ ସାରା ଓଡିଶାବାସୀ ଭଲ ପାଇଥାନ୍ତି । ଦିନ ଥିଲା ସେମାନେ ବହୁତ ଗରିବ ଥିଲେ । ତାଙ୍କର ଗୋଟିଏ ଛୋଟ ଲୁଗା ଦୋକାନରୁ ଯେତିକି ଟଙ୍କା ରୋଜଗାର ହେଉଥିଲା । ସେଥିରେ କଷ୍ଟମଷ୍ଟରେ ପରିବାରର ଗୁଜୁରାଣ କରୁଥିଲେ ରୂପା ଏବଂ ପିଣ୍ଟୁ । ହେଲେ ସେମାନଙ୍କ ଜୀବନରେ ଅଚାନକ ଏକ ମୋଡ ଆସିଯାଇଥିଲା ।

ଯାହା ପରେ ରୂପା ଓ ପିଣ୍ଟୁଙ୍କ ଭାଗ୍ୟ ପୂରାପୂରି ବଦଳି ଯାଇଥିଲା । ତେବେ ରୂପା ଏବଂ ପିଣ୍ଟୁଙ୍କ କାହାଣୀ ସର୍ବ ପ୍ରଥମେ ଟିକଟକରୁ ହିଁ ଆରମ୍ଭ ହୋଇଥିଲା । ଟିକଟକରେ ରୂପା ଏବଂ ପିଣ୍ଟୁଙ୍କ ଭିଡିଓ ଦେଖି ସେମାନଙ୍କୁ ଦର୍ଶକଙ୍କର ଖୁବ ସାରା ଭଲ ପାଇବା ମିଳିପାରିଥିଲା । ତାପରେ କୋରୋନା ସମୟରେ ସବୁ କିଛି ତାଙ୍କ ଜୀବନରେ ବଦଳି ଯାଇଥିଲା । ପରବର୍ତ୍ତୀ ସମୟରେ ଭାରତ ସରକାର ଟିକଟକକୁ ବନ୍ଦ କରିଦେଇଥିଲେ ।

ଟିକଟକ ବନ୍ଦ ହେଲା ପରେ ୟୁଟ୍ଯୂବରେ ନୂଆ କରି ପାଦ ଥାପି ଭିଡିଓ ଆରମ୍ଭ କରୁ କରୁ ମଧ୍ୟ ପୂର୍ବ ଭଳି ରୂପା ଏବଂ ପିଣ୍ଟୁଙ୍କୁ ଲୋକଙ୍କ ଭଲ ପାଇବା ମିଳିବାକୁ ଲାଗିଥିଲା । ତେବେ ବର୍ତ୍ତମାନ ସମୟରେ ରୂପା ଏବଂ ପିଣ୍ଟୁଙ୍କର 15 ଲକ୍ଷରୁ ଅଧିକ ସବସ୍କ୍ରାଇବର ୟୁଟ୍ଯୂବରେ ଅଛନ୍ତି । ରୂପା ଏବଂ ପିଣ୍ଟୁଙ୍କ ଭିଡିଓକୁ ଲକ୍ଷ ଲକ୍ଷ ଦେଖୁଛନ୍ତି । ତେବେ ରୂପା ପିଣ୍ଟୁ ୟୁଟ୍ଯୂବରୁ ପ୍ରାୟ 3 ଲକ୍ଷରୁ ଅଧିକ ଟଙ୍କା ଇନକମ କରୁଛନ୍ତି ବୋଲି ଜଣା ପଡିଛି ।

ତେବେ ଏବେ ତାଙ୍କ ପାଖରେ ଘର, ଗାଡି ଦୋକାନ ସବୁ କିଛି ରହିଛି । ଏବେ ନୂଆ ନୂଆ କରି ପିଣ୍ଟୁ ଏକ ନୂଆ ମୋବାଇଲ ଦୋକାନ ମଧ୍ୟ କରିଛନ୍ତି । ରୂପା ପିଣ୍ଟୁଙ୍କର ପରିବାରକୁ ଆଧାର କରି ଭିନ୍ନ ଭିନ୍ନ ଭିଡିଓ ଦେଖିବାକୁ ଲୋକେ ଖୁବ ଆଗ୍ରହ ପ୍ରକାଶ କରନ୍ତି । ତେବେ ରୂପା ପିଣ୍ଟୁଙ୍କୁ ଦେଖି ଅନେକ ଲୋକ ମଧ୍ୟ ତାଙ୍କ ଭଳି ସଫଳ ୟୁଟ୍ଯୂବର ହେବା ପାଇଁ ବହୁତ ଚେଷ୍ଟା କରୁଛନ୍ତି । ତେବେ ରୂପା ଏବଂ ପିଣ୍ଟୁଙ୍କ ଯୋଡି ଆପଣ ମାନଙ୍କୁ କିପରି ଲାଗେ ?

Related Articles

Leave a Reply

Your email address will not be published. Required fields are marked *

Back to top button