ଦେଶ- ବିଦେଶ

ଦକ୍ଷିଣ ଏବଂ ପୂର୍ବ ଭାରତରେ ବିଜେପିର ବିଜୟ ଚମକାଇ ଦେବ : ପ୍ରଶାନ୍ତ କିଶୋର – Kalinga News

[ad_1]

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ସପ୍ତାହ ବାକିଥିବାବେଳେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜି ବିଜେପି ପାଇଁ ଦକ୍ଷିଣ ଏବଂ ପୂର୍ବ ଭାରତରେ ଏକ ଗୁରୁତ୍ବପୂର୍ଣ୍ଣ ଆକଳନ କରିଛନ୍ତି। ଦକ୍ଷିଣ ଏବଂ ପୂର୍ବ ଭାରତରେ ବିଜେପିର ବିଜୟ ଚମକାଇ ଦେତବା ଭଳି ହେବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ତାମିଲନାଡ଼ୁରେ ବିଜେପିର ଭୋଟ୍ ପ୍ରତିଶତ ବଢ଼ିବ ବୋଲି ସେ କହିଛନ୍ତି। ତେବେ ବର୍ଷକ ତରେ ମଧ୍ୟ ପ୍ରଶାନ୍ତ କିଶୋର ଏହି ସମାନ କଥା କହିଥିଲେ। ତାମିଲନାଡ଼ୁରେ ବିଜେପି ପ୍ରଥମ ଏବଂ ଦ୍ବିତୀୟ ଦଳ ହୋଇପାରେ ଏବଂ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କଥା। ପଶ୍ଚିମବଙ୍ଗରେ ବିଜେପି ନମ୍ବର ୱାନ୍ ଦଳ ହେବ ବୋଲି କିଶୋର କହିଛନ୍ତି। ତେବେ ୫୪୦ ଆସନ ବିଶିଷ୍ଟ ଲୋକସଭା ଆସନରୁ ବିଜେପି ୩୭୦ଟି ଆସନ ଟପିବାପାଇଁ ଲକ୍ଷ୍ୟ ରଖିଥିବାବେଳେ ପ୍ରଶାନ୍ତ କିଶୋର କହିଛନ୍ତି ବିଜେପି ଏହି ୩୭୦ ସଂଖ୍ୟା ଟପିନପାରେ। ଉଲ୍ଲେଖଯୋଗ୍ୟ ଯେ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ତେଲେଙ୍ଗାନା, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କେରଳ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାରରେ ମିଳିତ ଭାବେ ମଧ୍ୟ ୫୦ ଟପିନଥିଲା। ଦଳ ୨୦୨୪ ନିର୍ବାଚନରେ ଉକ୍ତ ରାଜ୍ୟ ଗୁଡ଼ିକରେ ୨୯ଟି ଆସନରେ ଜିତିଥିବାବେଳେ ୨୦୧୯ ନିର୍ବାଚନରେ ଉକ୍ତ ରାଜ୍ୟ ଗୁଡ଼ିକରେ ୪୭ ନିର୍ବାଚନମଣ୍ଡଳୀରେ ଜିତିଥିଲା। ତେବେ ଆନ୍ଧ୍ରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ପୁଣିଥରେ ଫେରିବା ଜଟିଳ ହେବ ବୋଲି ସେ କହିଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button