ଦେଶ- ବିଦେଶ

ଏହି ଦୁଇଟି ସଙ୍କେତରୁ ଜାଣନ୍ତୁ ଆପଣଙ୍କ ମଧ୍ୟରେ କଣ ଚମତ୍କାର ଶକ୍ତି ରହିଛି। ଏହା ସ୍ଵୟଂ ଭଗବାନ ଶ୍ରୀକୃଷ୍ଣଙ୍କର ବାଣୀ

ଏହି ପୃଥିବୀରେ ସବୁ ଜିନିଷ ଈଶ୍ୱରଙ୍କ ଇଚ୍ଛାରେ ହିଁ ହୋଇଥାଏ। ତାଙ୍କ ବିନା ଅନୁମତିରେ ଗୋଟିଏ ପତ୍ର ମଧ୍ୟ ପଡି ନଥାଏ। ଈଶ୍ୱର ଆମକୁ ପ୍ରତ୍ୟକ୍ଷ ରୂପରେ ଦର୍ଶନ ନ ଦେଇ ପାରିଲେ ମଧ୍ୟ ପରୋକ୍ଷ ଭାବରେ ସେ ଆମକୁ ଅନେକ ସଙ୍କେତ ଦେଇଥାନ୍ତି ଏବଂ ଆମ ସହିତ ସର୍ବଦା ରହିଥାନ୍ତି। ତେଣୁ ଆମେ ଇଶ୍ୱରଙ୍କ ଉପସ୍ଥିତି ଅଧିକାଂଶ ସମୟରେ ଅନୁଭବ କରିଥାଉ।

ତେବେ କିଛି ଲୋକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି, ଏହାର କାରଣ ଈଶ୍ୱରଙ୍କ ଆଶୀର୍ବାଦ ସର୍ବଦା ତାଙ୍କ ସହିତ ରହିଥାଏ ଏବଂ କିଛି ଏଭଳି ଶକ୍ତି ସର୍ବଦା ତାଙ୍କ ଆଖପାଖରେ ରହିଥାଏ, ଯାହାଦ୍ଵାରା ସବୁକ୍ଷେତ୍ରରେ ତାଙ୍କୁ ସଠିକ ମାଗ ଦର୍ଶନ ମିଳିଥାଏ ଏବଂ ଅସୁବିଧା ସମୟରେ ଈଶ୍ୱର ତାଙ୍କୁ ସହଯୋଗ କରିଥାନ୍ତି। ତେବେ ଈଶ୍ୱରଙ୍କ ଦ୍ୱାରା କିଛି ଏଭଳି ସଙ୍କେତ ମିଳିଥାଏ, ଯାହାଦ୍ୱାରା ଆପଣ ସେହି ଅଦ୍ଭୁତ ଏବଂ ଈଶ୍ୱରୀୟ ଶକ୍ତିକୁ ଅନୁଭବ କରି ପାରିବେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ପ୍ରଥମ ସଙ୍କେତ ହେଉଛି ଯେଉଁ ବ୍ୟକ୍ତି ମଧ୍ୟରେ କାମନା ,କ୍ରୋଧ, ଈର୍ଷା, ବାସନା, ଲୋଭ,ମାୟା ଆଦି ନଥାଏ, ଏଭଳି ବ୍ୟକ୍ତିଙ୍କ ଉପରେ ଈଶ୍ୱରଙ୍କର ବିଶେଷ କୃପା ଦୃଷ୍ଟି ରହିଥାଏ। ଏହି ବ୍ୟକ୍ତି ନିଜ କ୍ରୋଧକୁ ସର୍ବଦା ନିୟନ୍ତ୍ରଣରେ ରଖିବାର କ୍ଷମତା ରଖିଥାନ୍ତି। ଏହାଛଡା ଏମାନେ ନିଜର ମଧୁର ବାଣୀ ଓ ବ୍ୟବହାର ଦ୍ୱାରା ସମସ୍ତଙ୍କ ହୃଦୟ ଜିତି ନେଇଥାନ୍ତି। ଏମାନେ ସର୍ବଦା ସୁଖରେ ଜୀବନ ଅତିବାହିତ କରିଥାନ୍ତି।

୨/ ଦ୍ଵିତୀୟ ସଂକେତ ହେଉଛି, ଯେଉଁ ବ୍ୟକ୍ତିର ସ୍ୱପ୍ନରେ ମନ୍ଦିର କିମ୍ବା ଦେଖା ଦେଇଥାଏ, ସେହି ବ୍ୟକ୍ତିକୁ ଶାସ୍ତ୍ରରେ ଭାଗ୍ୟଶାଳୀ ବୋଲି କୁହାଯାଇଛି। ଯେଉଁମାନଙ୍କ ସ୍ୱପ୍ନରେ ଭଗବାନ ସାକ୍ଷାତ କରିବାକୁ ଆସିଥାନ୍ତି, ସେହି ବ୍ୟକ୍ତିଙ୍କ ସହିତ ଈଶ୍ୱରୀୟ ଶକ୍ତି ଯୋଡି ହୋଇ ରହିଥାଏ। ଏହି ବ୍ୟକ୍ତିଙ୍କ ସହିତ ସର୍ବଦା ଅଲୌକିକ ଶକ୍ତି ରହିଥାଏ ।

୩/ ତୃତୀୟ ସଂକେତ ହେଉଛି, ପ୍ରତ୍ୟେକ ଲୋକଙ୍କୁ ନିଜର ବଳକା ସମୟରେ ଈଶ୍ୱରଙ୍କ ଭକ୍ତି ଏବଂ ଈଶ୍ବରଙ୍କ ନାମ ସ୍ମରଣ କରି ସମୟ ଅତିବାହିତ କରିବା ଉଚିତ। ଈଶ୍ଵରଙ୍କୁ ହିଁ ସତ୍ୟ ମାନି ତାଙ୍କ ଅନୁଭୂତି କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ।

୪/ ଚତୁର୍ଥ ସଙ୍କେତ ହେଉଛି, ଯେଉଁ ବ୍ୟକ୍ତି ସମାଜ ପ୍ରତି ନିଜର ଦାୟିତ୍ୱ ବୁଝି ପାରି ସତକାର୍ଯ୍ୟ ଏବଂ ପୁଣ୍ୟ କାର୍ଯ୍ୟ କରିଥାନ୍ତି, ଏହାସହିତ ସେ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥାନ୍ତି, ସେଭଳି ବ୍ୟକ୍ତି ସମାଜ ପାଇଁ ଏକ ଉଦାହରଣ ହେବା ସହିତ ସେମାନଙ୍କ ଉପରେ ଭଗବାନଙ୍କର ଆଶୀର୍ବାଦ ରହିଥାଏ।

୫/ ପଞ୍ଚମ ସଂକେତ ହେଉଛି, ଯେଉଁ ବ୍ୟକ୍ତିଙ୍କ ଉପରେ ଈଶ୍ୱରୀୟ ପ୍ରଭାବ ରହିଥାଏ, ସେମାନେ ସଚ୍ଚୋଟ ଓ କୋମଳ ହୃଦୟର ହୋଇଥାନ୍ତି। ଭବିଷ୍ୟତରେ ହେବାକୁ ଯାଉଥିବା କିଛି ବିଶେଷ ଘଟଣା ସମ୍ବନ୍ଧରେ ଏମାନଙ୍କୁ ଆଗରୁ ହିଁ ସୂଚନା ମିଳି ଯାଇଥାଏ।

୬/ ଷଷ୍ଠ ସଂକେତ ହେଉଛି, ଯେଉଁ ଲୋକମାନଙ୍କୁ ନିଜ ଆଖ ପାଖରେ ଧୂପ, ଦୀପ ,ଚନ୍ଦନ, ଏବଂ ଝୁଣାର ବାସ୍ନା ହେଉଥାଏ, ସେମାନଙ୍କ ପାଖରେ ଇଶ୍ୱରୀୟ ଶକ୍ତି ରହିଥାଏ।

୭/ ସପ୍ତମ ସଂକେତ ହେଉଛି, ଯଦି କୌଣସି ବ୍ୟକ୍ତି ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ନିଜ ନିତ୍ୟକର୍ମ କରିଥାନ୍ତି, ତାହେଲେ ସେହି ବ୍ୟକ୍ତି ଈଶ୍ୱରୀୟ ଶକ୍ତି ପ୍ରାପ୍ତ କରିଥାନ୍ତି। କାରଣ ବ୍ରହ୍ମ ମୁହୂର୍ତ୍ତକୁ ଶାସ୍ତ୍ରରେ ସର୍ବ ଶ୍ରେଷ୍ଠ ଓ ଶୁଭ ମୁହୂର୍ତ୍ତ ବୋଲି କୁହାଯାଇଛି।

୮/ ଅଷ୍ଟମ ସଂକେତ ହେଉଛି, ଆମେ ଯେବେ ମନ୍ଦିରକୁ ଯାଇ ସେଠାରେ ସତସଙ୍ଗ କିମ୍ବା ଭଜନ ଶୁଣିଥାଉ। ସେହି ଭଜନଟି ଯେତେ ସୁନ୍ଦର ଏବଂ ମଧୁର ହେଲେ ମଧ୍ୟ ଆମେ ବେଳେବେଳେ ଅନ୍ୟମନସ୍କ ହୋଇ ଯାଇଥାଉ । କିନ୍ତୁ ଏଭଳି କିଛି ଲୋକ ଅଛନ୍ତି, ଯେଉଁ ମାନେ ଭଜନ କୀର୍ତ୍ତନରେ ମଜ୍ଜି ଯାଇଥାନ୍ତି ଓ ସେମାନେ କେବଳ ଈଶ୍ଵରଙ୍କ ନିକଟରେ ନିଜକୁ ସମର୍ପି ଦେଇଥାନ୍ତି।

୯/ ନବମ ସଂକେତ ହେଉଛି, ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ଚରଣ ତଳେ ପରମ ଆନନ୍ଦ ପ୍ରାପ୍ତି କରିଥାଏ ଏବଂ ଈଶ୍ୱର ଭକ୍ତିକୁ ହିଁ ବାସ୍ତବ ସତ୍ୟ ମାନିଥାଏ, ସେହି ଲୋକ କେବେବି ଦୁଃଖରେ ରହେ ନାହିଁ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button