ଜ୍ୟୋତିଷ

ଘରେ ପିମ୍ପୁଡି ଦେଖିଲେ ରଖନ୍ତୁ ୧ ଟି ଜିନିଷ କୋଟି କୋଟି ଟଙ୍କା ରୋଜଗାର କରିବେ। ଆପଣଙ୍କ ଇସାରାରେ ଦୁନିଆ ନାଚିବ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ପିମ୍ପୁଡି ଦେଖିଲେ ରଖନ୍ତୁ ୧ ଟି ଜିନିଷ କୋଟି କୋଟି ଟଙ୍କା ରୋଜଗାର କରିବେ। ଆପଣଙ୍କ ଇସାରାରେ ଦୁନିଆ ନାଚିବ। ପିମ୍ପୁଡି ହେଉଛି ଏକ ସାଧାରଣ ଜୀବ। ଯାହାକୁ ପରିଶ୍ରମୀ ଏବଂ ଏକତା ପରାୟଣ ଜୀବ ବୋଲି କୁହାଯାଏ। ଏମାନେ ଗୋଟେ ପାହାଡ଼କୁ ବି ଭାଙ୍ଗିବାର କ୍ଷମତା ରଖିଥାନ୍ତି। ସନାନ୍ତନ ଧର୍ମରେ ସବୁ ପ୍ରଜାତିର ଜୀବଙ୍କୁ ମୁଖ୍ୟ ଭାବେ ବିବେଚନା କରାଯାଏ ସେ ଛୋଟ ହେଉ କିମ୍ବା ବଡ଼। ଠିକ ସେହିପରି ପିମ୍ପୁଡି ମଧ୍ୟ ଏକ କ୍ଷୁଦ୍ର ଜୀବ। ପ୍ରାୟ ଅନେକ ସମୟରେ ଆମେ ନିଜ ଘରେ ପିମ୍ପୁଡି ହେଉଥିବାର ଦେଖିଥାଉ। ଏମିତିରେ କିଛି ଲୋକ କେତେକ ସମୟରେ ପିମ୍ପୁଡି ମରା ଔଷଧ ପ୍ରୟୋଗ କରି ସେମାନଙ୍କୁ ମାରି ଦେଇଥାନ୍ତି ମଧ୍ୟ। କିନ୍ତୁ କଣ ଆପଣ ଜାଣନ୍ତି କି ଏହି ପିମ୍ପୁଡି ଘରକୁ ଆସିବାର ଅର୍ଥ କଣ ଏବଂ ଏମାନେ ଘରକୁ ଆସିବା ଦ୍ୱାରା ଆମକୁ କେଉଁ ସଂକେତ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଏହି ପୋଷ୍ଟରେ।

ପିମ୍ପୁଡି ଘରକୁ ଆସିବାର ଅର୍ଥ କଣ ଏବଂ ଏହା ଆମକୁ କେଉଁ ସଂକେତ ଦେଇଥାଏ। ସାଧାରଣତଃ ଆମେ ଦୁଇ ପ୍ରକାରର ପିମ୍ପୁଡି ଦେଖିଥାଉ। ଯଥା ନାଲି ଏବଂ କଳା। କଳା ପିମ୍ପୁଡିକୁ ଶୁଭ ବୋଲି ମାନାଯାଉଥିବା ବେଳେ ନାଲି ପିମ୍ପୁଡିକୁ ଅଶୁଭ ବୋଲି କୁହାଯାଏ। ଏହାର ଅର୍ଥ ଏହା ନୁହେଁ ଯେ ନାଲି ପିମ୍ପୁଡି ଖରାପ। ଏହାର ଅର୍ଥ ଏହା ଯେ ନାଲି ପିମ୍ପୁଡି ଘରକୁ ଆସିବା ଦ୍ୱାରା ଆମକୁ କିଛି ଅଶୁଭ ସଂକେତ ମିଳିଥାଏ। ଅର୍ଥାତ ଆମ ପରିବାର ଉପରକୁ କିଛି ବିପଦ ଆସିପାରେ ବା କିଛି ଦୁର୍ଘଟଣା ଘଟିବାକୁ ଯାଉଛି। ତେଣୁ ଆମେ ନାଲି ପିମ୍ପୁଡିକୁ ଅଶୁଭ ବୋଲି କହି ଥାଉ।

ଘରେ ନାଲି ପିମ୍ପୁଡିର ଧାର ଆମକୁ ଆଗକୁ ଆସୁଥିବା ବିପଦ ପାଇଁ ସତର୍କ କରାଇଥାଏ। ଏହା ବ୍ୟତୀତ ଯଦି ଘରେ କଳା ପିମ୍ପୁଡି ଦେଖୁଥାଉ ବା ପିମ୍ପୁଡି ଗୁଡିକ ଖାଦ୍ୟ ବା ଅଣ୍ଡା କୋଷ ଧରି ଯାଉଥିବାର ଦେଖାଯାନ୍ତି ତେବେ ଏହାର ଅର୍ଥ ବେଶ ଶୁଭ ହୋଇଥାଏ। ଏହା ଆମକୁ ଏହି ସଂକେତ ଦେଇଥାଏ କି ଆମର ଆର୍ଥିକ ଅଭିବୃଦ୍ଧି ଘଟିବାକୁ ଯାଉଅଛି ବା ଘରେ କିଛି ଶୁଭ କାର୍ଯ୍ୟ ଘଟିବାକୁ ଯାଉଛି। ତେଣୁ ଆମେ କଳା ପିମ୍ପୁଡିକୁ ଶୁଭ ବୋଲି ମାନିଥାଉ।

ରୋଷେଇ ଘରେ ନାଲି ପିମ୍ପୁଡି ଦେଖା ଦେବାର ଅର୍ଥ ହେଉଛି ଘରେ କରଜର ଭାର ବଢିବାକୁ ଯାଉଛି ବା ଆପଣଙ୍କ ଆର୍ଥିକ ସ୍ଥିତି ଅଭାବ ଆଡ଼କୁ ଗତି କରୁଛି। ଏହା ଛଡା ଯଦି ଆପଣ ପିମ୍ପୁଡି ମାନଙ୍କୁ ମାରି ଦିଅନ୍ତି ତେବେ ଏହା ଆପଣଙ୍କ ପାଇଁ କ୍ଷତି କାରକ ହୋଇପାରେ। ଏହାର ଉପଚାର ପାଇଁ ଆପଣ ପିମ୍ପୁଡି ମାନଙ୍କୁ ଖାଇବାକୁ ଦିଅନ୍ତୁ। ଘରେ ନାଲି ପିମ୍ପୁଡି ଦେଖିଲେ ସେମାନଙ୍କୁ ଚିନି ମିଶା କିଛି ଅଟା ଖାଇବାକୁ ଦିଅନ୍ତୁ। ଆଗକୁ ଆସୁଥିବା ବିପଦ ଆପଣଙ୍କର ଟଳି ଯିବ।

ଯଦି ଆପଣ ପିମ୍ପୁଡି ମାନଙ୍କୁ ଘରୁ ବାହାର କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ନମାରି ବାହାରେ କିଛି ଚିନି ରଖିଦିଅନ୍ତୁ। ସେମାନେ ଆପେ ଘରୁ ପଳାଇ ଯିବେ। ଆପଣ ଏପରି ମଧ୍ୟ କରନ୍ତୁ ଗୋଟେ ଲେମ୍ବୁକୁ ଦୁଇ ଫାଳ କରି ପିମ୍ପୁଡି ବାହାରୁ ଥିବା ଜାଗାରେ ରଖିଦିଅନ୍ତୁ ଦେଖିବେ ପିମ୍ପୁଡି ଆପେ ଦୂର ହୋଇଯିବେ। ଯଦି ଆପଣ କଳା ପିମ୍ପୁଡିର ମନ୍ଦା ଘରେ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଧନ ବୃଦ୍ଧିର ସଂକେତ ହୋଇଥାଏ। ସେହି ପିମ୍ପୁଡି ମାନଙ୍କୁ କିଛି ଚିନି ମିଶା ଅଟା ଏବଂ କିଛି ପାଣି ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କର ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ। ଆପଣଙ୍କ ଘରକୁ ପିମ୍ପୁଡି ଆସୁଥିଲେ ଏପରି କରନ୍ତୁ। ଧନ ବୃଦ୍ଧି ହେବା ସହିତ ଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button