ଜ୍ୟୋତିଷ

ଜୂତା ଚପଲ କେଉଁ ଦିଗରେ ରଖିଲେ ଶୁଭ ହୋଇଥାଏ ଏବଂ କେଉଁ ଦିଗରେ ରଖିଲେ ଅଶୁଭ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜୂତା ଚପଲ କେଉଁ ଦିଗରେ ରଖିଲେ ଶୁଭ ହୋଇଥାଏ ଏବଂ କେଉଁ ଦିଗରେ ରଖିଲେ ଅଶୁଭ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଜୂତା ଚପଲ କିମ୍ବା ଜୂତା ରଖୁଥିବା ରେକକୁ କେଉଁ ଦିଗରେ ରଖିବା ଶୁଭ ହୋଇଥାଏ ଏବଂ କେଉଁ ଦିଗରେ ରଖିଲେ ଅଶୁଭ ହୋଇଥାଏ। ଆଜିକାଲି ଆମ ଜୀବନରେ ଜୂତା ଚପଲ ଖାସ ମହତ୍ୱ ରଖିଥାଏ। ପ୍ରତ୍ୟକ ମନୁଷ୍ୟ ଜୂତା ଚପଲର ବ୍ୟବହାର କରିଥାନ୍ତି। ଆଜିକାଲି ଲୋକେ ଜୂତା ଚପଲ ପିନ୍ଧି ବୁଲିଥାଆନ୍ତି ଏବଂ ଘରେ କେଉଁଠି ବି ଏଠି ସେଠି ରଖିଦିଅନ୍ତି ଯାହା ବାସ୍ତୁ ଅନୁସାରେ ଠିକ ନୁହେଁ କାରଣ ଘରର କେତେକ ସ୍ଥାନ ଦେବୀ ଦେବତାଙ୍କର ସ୍ଥାନ ହୋଇଥାଏ। ଏମିତି ସ୍ଥାନରେ ଜୂତା ଚପଲ ରଖିବା କିମ୍ବା ପିନ୍ଧି କରି ଯିବା ଶୁଭ ହୋଇନଥାଏ। ଏମିତି ସ୍ଥାନରେ ଜୂତା ଚପଲ ରଖିବା ବର୍ଜିତ ଅଟେ। ଏହି ସ୍ଥାନରେ ଜୂତା ଚପଲ ରଖିଲେ ଘରେ ନକରାତ୍ମକ ଉର୍ଜା ବଢି ଯାଇଥାଏ। ଯାହା ଦ୍ୱାରା ଘରର ସ୍ୱାମୀ ଏବଂ ସଦସ୍ୟଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଘରେ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ଅନେକ ସମସ୍ୟା ଆସିଥାଏ ଏବଂ ଏହା ସହିତ ଘରର ଆର୍ଥିକ ସ୍ଥିତି ଉପରେ ବି ଖରାପ ପ୍ରଭାବ ପଡିଥାଏ। ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଜୂତା ଚପଲ କିମ୍ବା ଜୂତା ଚପଲ ରଖୁଥିବା ରେକକୁ କେଉଁ ସ୍ଥାନରେ ରଖିବା ଶୁଭ ହୋଇଥାଏ ଏବଂ କେଉଁ ସ୍ଥାନରେ ରଖିବା ଅଶୁଭ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର-ପୂର୍ବ କିମ୍ବା ଇସାଣ କୋଣରେ ଜୂତା ଚପଲ କିମ୍ବା ସୁ ରେକକୁ କେବେବି ଭୁଲରେ ବି ରଖିବା ଉଚିତ ନୁହେଁ କି ଏହି ସ୍ଥାନରେ ପିନ୍ଧି କରି ମଧ୍ୟ ଯିବା ଉଚିତ ନୁହେଁ। କାରଣ ଏହି ଦିଗରେ ଭଗବାନଙ୍କର ବାସ ହୋଇଥାଏ। ଏହି ସ୍ଥାନ ବହୁତ ପବିତ୍ର ମାନାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ସ୍ଥାନକୁ ସର୍ବଦା ସଫା ଏବଂ ପରିଷ୍କାର ରଖିବା ଉଚିତ। ଏହି ସ୍ଥାନରେ ଜୂତା ଚପଲ ରଖିଲେ ଘରର ସ୍ୱାମୀ ଏବଂ ପରିବାର ସଦସ୍ୟଙ୍କୁ ସମାଜରେ ଅପମାନିତ ଏବଂ ଅପଯୋସର ସାମ୍ନା କରିବାକୁ ପଡିଥାଏ ଏହା ସହିତ ଘରେ ଆର୍ଥିକ ସମସ୍ୟା ବି ବନି ରହିଥାଏ। ଏଥିପାଇଁ ଏହି ଦିଗରେ ଜୂତା ଚପଲ କିମ୍ବା ସୁ ରେକ ରଖିବା ଉଚିତ ନୁହେଁ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗରେ ଚପଲ କିମ୍ବା ସୁ ରେକକୁ କେବେବି ଭୁଲରେ ବି ରଖିବା ଉଚିତ ନୁହେଁ କାରଣ ଏହି ଦିଗ ଭଗବାନ କୁବେରଙ୍କ ନିବାସ ସ୍ଥାନ ହୋଇଥାଏ। ଯିଏ ଧନ ସମ୍ପତ୍ତିର ଦେବତା ଅଟନ୍ତି। ଏହି ଦିଗରେ ଜୂତା ଚପଲ କିମ୍ବା ସୁ ରେକକୁ ରଖିଲେ ଟଙ୍କାର ଅଭାବ ଦେଖା ଦେଇଥାଏ। ଘରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଘରର ଉନ୍ନତି କେବେବି ହୋଇନଥାଏ। ଏଥିପାଇଁ ଏହି ଦିଗରେ ଜୂତା ଚପଲ କିମ୍ବା ସୁ ରେକକୁ କେବେବି ରଖନ୍ତୁ ନାହିଁ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ମଧ୍ୟମ ଭାଗରେ ଜୂତା ଚପଲ କିମ୍ବା ସୁ ରେକକୁ ରଖିବା ଉଚିତ ନୁହେଁ କାରଣ ଏହି ସ୍ଥାନରୁ ହିଁ ଉର୍ଜା ପୁରା ଘର ସାରା ସଞ୍ଚାର ହୋଇଥାଏ। ଏହି ସ୍ଥାନରେ ଜୂତା ଚପଲ କିମ୍ବା ସୁ ରେକ ରଖିଲେ ଘରେ ନକରାତ୍ମକ ଉର୍ଜାର ପ୍ରଭାବ ବହୁତ ଅଧିକ ବଢି ଯାଇଥାଏ। ଯେଉଁ କାରଣରୁ ଘରେ ଅନେକ ପ୍ରକାରର ରୋଗ ଉତ୍ପନ ହୋଇଥାଏ।ଘରର ସଦସ୍ୟଙ୍କୁ ଅନେକ ପ୍ରକାରର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏଥିପାଇଁ ଘରର ମଧ୍ୟମ ଭାଗ କିମ୍ବା ବ୍ରହ୍ମ ସ୍ଥାନରେ ଜୂତା ଚପଲ କିମ୍ବା ସୁ ରେକକୁ ରଖିବା ଉଚିତ ନୁହେଁ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ପୂର୍ବ ଦିଗରେ ଜୂତା ଚପଲ କିମ୍ବା ସୁ ରେକକୁ ରଖିବା ଉଚିତ ନୁହେଁ କାରଣ ଏହି ଦିଗର ସ୍ୱାମୀ ସୂର୍ଯ୍ୟଦେବ ଅଟନ୍ତି।ଯିଏ ଜ୍ଞାନ ଏବଂ ଉନ୍ନତିର କାରକ ଅଟନ୍ତି। ଏଥିପାଇଁ ଏହି ଦିଗକୁ ବହୁତ ପବିତ୍ର ମାନାଯାଏ। ଏହି ଦିଗରେ
ଜୂତା ଚପଲ କିମ୍ବା ସୁ ରେକକୁ ରଖିଲେ ଘରେ ନକରାତ୍ମକ ଉର୍ଜା ଘର ସାରା ସଂଚାର ହୋଇଥାଏ। ଘରେ ଅନେକ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ ଏବଂ ଟଙ୍କାର ଅଭାବ ଲାଗି ରହିଥାଏ। ଏଥିପାଇଁ ଏହି ସ୍ଥାନରେ
ଜୂତା ଚପଲ କିମ୍ବା ସୁ ରେକକୁ ରଖିବା ଉଚିତ ନୁହେଁ।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଜୂତା ଚପଲ କିମ୍ବା ସୁ ରେକକୁ ରଖିବାର ସର୍ବତମ ସ୍ଥାନ ପଶ୍ଚିମ ଦିଗକୁ ମାନାଯାଏ। ଏହି ଦିଗର ସ୍ୱାମୀ ଶନିଦେବ ଅଟନ୍ତି ଏହା ବ୍ୟତୀତ ଶନିଦେବଙ୍କୁ ପାଦର କାରକ ଗ୍ରହବି ମାନାଯାଏ। ଏଥିପାଇଁ ଜୂତା ଚପଲ କିମ୍ବା ସୁ ରେକକୁ ପଶ୍ଚିମ ଦିଗରେ ରଖିବା ଉଚିତ। ଏହି ଦିଗରେ ଜୂତା ଚପଲ କିମ୍ବା ସୁ ରେକକୁ ରଖିଲେ ନକରାତ୍ମକ ପ୍ରଭାବ ପଡିନଥାଏ। ଘରେ ସର୍ବଦା ସୁଖ ଶାନ୍ତି ବନି ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button