ସ୍ୱାସ୍ଥ୍ୟ

ସିଜରିଆନ୍ ଜନ୍ମର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ? ଜାଣି ନାହାନ୍ତି ଯଦି ନିହାତି ଜାଣନ୍ତୁ

ଯେମିତିକି ଆପଣ ଜାଣିଥିବେ ଯେ ଆଜିକାଲି ଅନେକ ମହିଳା ଗର୍ଭଧାରଣ ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେଉଁ କାରଣରୁ, ତାଙ୍କୁ ସିଜରିୟାନ୍ ଦ୍ୱାରା ପ୍ରସବ କରିବାକୁ ପଡିଥାଏ । ଏହି ସମୟରେ ମହିଳାଙ୍କ ଜୀବନ ଶୈଳୀ ଓ ଖାଦ୍ୟ ଗର୍ଭଧାରଣ ଉପରେ ବହୁତ ମହତ୍ଵପୁର୍ଣ ପ୍ରବାହ ପକାଇଥାଏ ।

ଗର୍ଭାବସ୍ଥାରେ ଶିଶୁର ସ୍ଥିତି ବାରମ୍ବାର ବଦଳିଥାଏ, ଏଭଳି ଅନେକ ସମସ୍ୟା ପାଇଁ ସିଜରିଆନ୍ କରାଯାଏ, ଏଭଲିକି ଶିଶୁ ଏବଂ ମା ପାଇଁ ସାମାନ୍ୟ ବିପଦ ଥିବାବେଳେ ମଧ୍ୟ ସିଜରିଆନ୍ କରାଯାଏ । ସାଧାରଣତଃ ଟାଇପ ବା ସିଜରିଆନ୍ ପରେ, ଜଣେ ମହିଳାଙ୍କ ଶରୀର ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ ବହୁତ ସମୟ ନେଇଥାଏ ।

ଏହି ସମୟରେ ଅନେକ ମହିଳା ଜାଣନ୍ତି ନାହିଁ ଶାରୀରିକ ସମ୍ପର୍କ ସ୍ଥାପନ କରିଥାନ୍ତି । ପ୍ରସବ ପରେ ଗର୍ଭାଶୟ ସାଧାରଣ ଆକାରକୁ ଫେରିବା ପାଇଁ କିଛି ସମୟ ଲାଗେ ଏବଂ ରକ୍ତସ୍ରାବ ବନ୍ଦ ହେବା ପାଇଁ ସମୟ ଲାଗେ । ତେଣୁ, ଏକ ସିଜରିଆନ୍ ଜନ୍ମ ପରେ, କିଛି ସପ୍ତାହ ପର୍ଯ୍ୟନ୍ତ ଯୌନ ସମ୍ପର୍କ ରଖିବା ଉଚିତ୍ ନୁହେଁ, କିଛି ମହିଳା ବିଳମ୍ବରେ ସୁସ୍ଥ ହୁଅନ୍ତି । ତେଣୁ ଯଦି ଆପଣ ଯୌନ ସମ୍ପର୍କ ରଖିବାକୁ ଚିନ୍ତା କରୁଛନ୍ତି ତେବେ ପ୍ରଥମେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଅତ୍ୟନ୍ତ ଜରୁରୀ ।

ଅନ୍ୟପକ୍ଷରେ ସିଜରିଆନ୍ ପରେ ଯୌନ ସମ୍ପର୍କ ଯନ୍ତ୍ରଣାଦାୟକ । କାରଣ ଏହି ସମୟ ମଧ୍ୟରେ ମହିଳା ଶିଶୁକୁ ସ୍ତନ୍ୟପାନ କରାନ୍ତି ଏବଂ ଏହି ସମୟରେ ପ୍ରାକୃତିକ ଲୁବ୍ରିକାଣ୍ଟର ଅଭାବ ରହିଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସିଜରିଆନ୍ ପରେ ୬ ସପ୍ତାହ ପରେ ଶାରୀରିକ ସମ୍ପର୍କ କରାଯିବା ଉଚିତ୍ । କିଛି ବ୍ୟାୟାମ ସହିତ ଏକ ସୁସ୍ଥ ଖାଦ୍ୟ ଖାଇବା ଦ୍ୱାରା ପ୍ରସବ ପରେ ଗର୍ଭାଶୟ ସାଧାରଣ ଆକାରକୁ ଫେରିବାରେ ସାହାଯ୍ୟ କରିଥାଏ । ଏହା ସହ ଦୌଡ଼ିବା, କଠିନ ବ୍ୟାୟାମ ଏବଂ କିଛି ଭାରି ଜିନିଷ ଉଠାଇବା ଉପର ଡାକ୍ତର ବାରଣ କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button