ସ୍ୱାସ୍ଥ୍ୟ

ମାଆ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ୍ ଚିହ୍ନଟ କଲେ ବୈଜ୍ଞାନିକ

ଅତ୍ୟଧିକ ପ୍ଲାଷ୍ଟିକ୍‌ର ବ୍ୟବହାର ମାନବ ସମାଜ ପାଇଁ କାଳ ହେବାକୁ ବସିଛି। ମାଇକ୍ରୋପ୍ଲାଷ୍ଟିକର୍‌ ପରିମାଣ ଆଜି ଏତେ ବଢ଼ିଯାଇଛି ଯେ ମାଆ କ୍ଷୀରରୁ ବି ମାଇକ୍ରୋ ପ୍ଲାଷ୍ଟିକ୍‌ ଥିବା ଜଣାପଡ଼ିଛି। ପିଲା ଜନ୍ମହେବା ପରେ ମାଆ ଠାରୁ ଅମୃତ ପିଇବା ବଦଳରେ  ପିଉଛି ପ୍ଲାଷ୍ଟିକ କଣିକା। ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକ ଗବେଷଣାରୁ ଏହି ତଥ୍ୟା ସମ୍ନାକୁ ଆସିଛି। ପ୍ରଥମ ଥର ପାଇଁ ମାଆ କ୍ଷୀରରୁ ମାଇକ୍ରୋପ୍ଲାଷ୍ଟିକ୍ କଣିକା ଖୋଜି ପାଇଛନ୍ତି ବୈଜ୍ଞାନିକ। ଫଳରେ କ୍ଷୀର ଖାଉଥିବା ଶିଶୁର ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତା ବଢିଯାଇଛି।

କଣ ଏହି ମାଇକ୍ରୋପ୍ଲାଷ୍ଟିକ୍ ?

ମାକ୍ରୋପ୍ଲାଷ୍ଟିକ କଣିକା ହେଉଛି ପ୍ଲାଷ୍ଟିକ୍‌ର ଅତି କ୍ଷୁଦ୍ର କଣିକା। ଯାହା ବଡ଼ ବଡ଼ ପ୍ଲାଷ୍ଟିକ୍‌ରୁ ଭାଙ୍ଗି ଅତି କ୍ଷୁଦ୍ର ରୂପ ନେଇଥାଏ। ଏହା ୫ ମିଲିମିଟର (୦.୨ ଇଞ୍ଚ୍) ଠାରୁ ବି ଏହା ଛୋଟ। ସମୁଦ୍ରରେ, ପାହାଡ଼ ପର୍ବତ ଓ ବାୟୁରେ ଏହି କଣିକାଗୁଡ଼ିକ ଭାସିବୁଲୁଥାଏ। ୨୦୦୪ ରେ ମାଇକ୍ରୋପ୍ଲାଷ୍ଟିକ୍ର ଆବିଷ୍କାର ହୋଇଥିଲା। ଏହା ପୃଥିବୀର ପ୍ରତି କୋଣରଅନୁକୋଣରେ ଏମିତି କି ସମୁଦ୍ରର ଗଭୀରତା ଭିତରେ ବି ଥିବା ଜଣାପଡ଼ିଛି। ଜମିଥିବା ବରଫରେ, ସାମୁଦ୍ରିକ ଖାଦ୍ୟରେ, ଲୁଣ, ପିଇବା ପାଣିରେ ମାଇକ୍ରୋପ୍ଲାଷ୍ଟିକ୍ ରହିଥିବା ବେଳେ ପ୍ଲାଷ୍ଟିକ୍‌ର ଏହି କଣିକା ସମ୍ପୂର୍ଣ୍ଣ ମିଳେଇବା ପାଇଁ ଦଶନ୍ଧୀରୁ ଅଧିକ ସମୟ ଲାଗିଥାଏ।

କେବଳ ବାହ୍ୟ ଦୁନିଆରେ ଯେ ଏହି ମାଇକ୍ରୋପ୍ଲାଷ୍ଟିକ୍ ଘୂରିବୁଲିଛି ତାହା ନୁହେଁ, ବିଭିନ୍ନ ମାଧ୍ୟମରେ ଏହା ମଣିଷ ଭିତରେ ବି ପ୍ରବେଶ କରିସାରିଲାଣି। ତେବେ ମାଆ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ୍ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବ୍ରିଟେନ୍ ଦୈନିକ ଖବର କାଗଜ ଗାର୍ଡିଆନରେ ଏହି ଗବେଷଣା ରିପୋର୍ଟ ପ୍ରକାଶ ପାଇଛି।

ପ୍ରକାଶିତ ଖବର ଅନୁସାରେ, ଇଟାଲୀର ରୋମରେ ଏହି ଗବେଷଣା କରାଯାଇଥିଲା। ପିଲା ଜନ୍ମର ସପ୍ତାହ ପରେ ରୋମ୍‌ରେ ରହୁଥିବା ୩୪ ଜଣ ସୁସ୍ଥ ମାଆଙ୍କ ଠାରୁ କ୍ଷୀର ସାମ୍ପଲ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ମହିଳାଙ୍କ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ୍ କଣିକା ଥିବା ଜଣାପଡ଼ିଥିଲା। ପଲିମର୍ସ ଜର୍ଣ୍ଣାଲ୍‌ରେ ଏହି ଗବେଷଣା ପ୍ରକାଶ ପାଇଛି। ପ୍ଲାଷ୍ଟିକ୍‌ରେ phthalates ହାନିକାରକ ରସାୟନ ରହିଥାଏ।

ମାଇକ୍ରୋପ୍ଲାଷ୍ଟିକ୍‌ ଡରି ମାଆ କ୍ଷୀର ବନ୍ଦ କରିବା ଉଚିତ୍ ନୁହେଁ

ଏହି ଗବେଷଣାରେ ପ୍ଲାଷ୍ଟିକ୍‌ ପ୍ୟାକେଟ୍‌ରୁ ଆସୁଥିବା ମାଆର ଖାଦ୍ୟ ଓ ସେମାନେ ଖାଉଥିବା ସାମୁଦ୍ରିକ ଖାଦ୍ୟ, ତଥା ବ୍ୟବହାର କରୁଥିବା ପ୍ଲାଷ୍ଟି୍କ ପାଣି ବୋତଲ ଓ ଅନ୍ୟ ପ୍ଲାଷ୍ଟିକ୍ ସାମଗ୍ରୀର ରେକର୍ଡ ମଧ୍ୟ କରାଯାଇଥିଲା।  ହେଲେ ମାଇକ୍ରୋପ୍ଲାଷ୍ଟିକ୍‌ର ମିଳିବା ଏଗୁଡ଼ିକ ସହିତ କିନ୍ତୁ କୌଣସି ସମ୍ପର୍କ ନଥିଲା। ତେବେ ମାଆ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ୍ ମିଳିବା ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି। ମାଇକ୍ରୋପ୍ଲାଷ୍ଟିକ୍‌ ବ୍ୟାପକତା ମଣିଷ ଶରୀର ପ୍ରତି ବିପଦ ସୃଷ୍ଟି କରିବା ନେଇ ଗବେଷକମାନେ ଚେତାବନୀ ଦେଇଛନ୍ତି।

ଇଟାଲୀ ଆଙ୍କୋନାର ୟୁନିଭର୍ସିଟି ପଲିଟେକ୍ନିକା ଡେଲ୍ଲେ ମାର୍ଚ୍ଚେର ବୈଜ୍ଞାନିକ ଡ. ଭାଲେଣ୍ଟିନା ନୋଟାରେଷ୍ଟୋଫାନୋ ନବଜାତଙ୍କ ସ୍ୱାସ୍ଥ୍ୟକୁ ନେଇ ଚେତାବନୀ ଦେଇଛନ୍ତି। ନବଜାତଙ୍କ ସଂଖ୍ୟା ପ୍ରତି ଏହା ବିପଦ ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି। ତେବେ ମାଇକ୍ରୋପ୍ଲାଷ୍ଟିକ୍‌ ଭୟ କରି ପିଲାକୁ ମାଆ କ୍ଷୀର ବନ୍ଦ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। କାରଣ ମାଇକ୍ରୋପ୍ଲାଷ୍ଟିକ୍ ଅପେକ୍ଷା ପିଲାର ଜୀବନ ଧାରଣ ପାଇଁ ମାଆ କ୍ଷୀରର ଆବଶ୍ୟକତା ଅଛି ବୋଲି ନୋଟାରେଷ୍ଟୋଫାନୋ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button