ଦେଶ- ବିଦେଶ

ସୁନିତା କେଜ୍ରିୱାଲଙ୍କୁ ଭେଟିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ – Kalinga News

[ad_1]

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି ଏବଂ ସମର୍ଥନର ହାତ ବଢ଼ାଇଛନ୍ତି। ଉଭୟ ହେମନ୍ତ ସୋରେନ ଏବଂ ଅରବିନ୍ଦ କେଜ୍ରିୱାଲ ଇଡି ଦ୍ବାରା ଗିରଫ ହୋଇଛନ୍ତି। ସୁନିତା କେଜ୍ରିୱାଲ ଏବଂ କଳ୍ପନା ସୋରେନଙ୍କ ସାକ୍ଷାତ ପରେ ଦିଲ୍ଲୀ ମନ୍ତ୍ରୀ ଅତିଶୀ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ଶକ୍ତିଶାଳୀ ମହିଳାଙ୍କ ଭିଡିଓ ଦେଖି ବିଜେପି ନିଶ୍ଚିତ ଭୟ କରିବା ଉଚିତ। ସୁନିତା ଏବଂ କଳ୍ପନାଙ୍କ ଶକ୍ତି ଏବଂ ସାହସ ପାଇଁ ସେମାନଙ୍କୁ ମୁଁ ସାଲ୍ୟୁଟ କରୁଛି ବୋଲି ଅତିଶୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲଙ୍କୁ ଇଡି ଗିରଫ କରିବାପରେ କଳ୍ପନା ସୋରେନ ସୁନିତାଙ୍କ ସହ କଥା ହୋଇଥିଲେ। କଳ୍ପନା କହିଥିଲେ ଯେ ସେ ସୁନିତା କେଜ୍ରିୱାଲଙ୍କ ସମସ୍ୟା ବୁଝିପାରୁଛନ୍ତି। ସୁନିତାଙ୍କୁ ଭେଟିବାପରେ କଳ୍ପନା ସୋରେନ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ଜୀଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଜୀଙ୍କ ସହ କଥା ହେଲି ଏବଂ ତାଙ୍କୁ ସାହସ ଦେବାକୁ ଚେଷ୍ଟା କରୁଛି। ଜଣେ ବନ୍ଧୁ ଭାବେ ମୁଁ ସେମାନଙ୍କ ସମସ୍ୟାକୁ ବୁଝିପାରୁଛି। ସେ କହିଛନ୍ତି, ଲୋକପ୍ରିୟ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କର ବେଆଇନ ଗିରଫ ଏବଂ ଏପରିକି ଲୋକସଭା ନିର୍ବାଚନ ସମୟରେ ଗିରଫ କରାଯିବା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଆଦୌ ସାଧାରଣ କଥା ନୁହେଁ। ହେମନ୍ତ ସୋରେନ ଜୀଙ୍କ ନେତୃତ୍ବରେ ଏବେ ସମଗ୍ର ଝାଡ଼ଖଣ୍ଡ କେଜ୍ରିୱାଲଙ୍କ ପାଇଁ ଠିଆ ହୋଇଛି। ହେମନ୍ତ ସୋରେନଜୀଙ୍କ ନେତୃତ୍ବରେ ଦେଶ ନଇଁ ଯିବନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ ମଧ୍ୟ ଗତ ଫେବ୍ରୁଆରିରେ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ। ଗତ ସପ୍ତାହରେ ସ୍ବତନ୍ତ୍ର ପିଏମଏଲଏ କୋର୍ଟ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ତାଙ୍କ ନ୍ୟାୟିକ ହାଜତ ମିଆଦ ବୃଦ୍ଧି କରିଥିଲେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button