୫୧୪ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୨୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା – Kalinga News

[ad_1]
ନୂଆଦିଲ୍ଲୀ : ଦେଶରେ ୫୧୪ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୨୫ ଜଣ ତଥା ୪୪ ପ୍ରତିଶତ ସାଂସଦ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି। ସେମାନଙ୍କ ଦ୍ବାରା ଦାଖଲ ହୋଇଥିବା ସତ୍ୟପାଠର ଏଡିଆର ଆକଳନ କରିବାପରେ ଏହା ଜଣାପଡ଼ିଛି। ଯେଉଁମାନଙ୍କର ସତ୍ୟପାଠ ଆକଳନ କରାଯାଇଛି ସେମାନଙ୍କ ମଧ୍ୟରୁ ୫ ପ୍ରତିଶତଙ୍କର ସମ୍ପତ୍ତି ୧୦୦ କୋଟିରୁ ଅଧିକ। ରିପୋର୍ଟ ଅନୁଯାୟୀ ୨୯ ପ୍ରତିଶତ ସାଂସଦ ସେମାନଙ୍କ ବିରୋଧରେ ଅତି ଗୁରୁତର ମାମଲା ଥିବା ଘୋଷଣା କରିଛନ୍ତି। ୯ ଜଣଙ୍କ ବିରୋଧରେ ହତ୍ୟା ମାମଲା ରହିଛି। ଆକଳନ ଅନୁଯାୟୀ ଉକ୍ତ ୯ ସାଂସଦଙ୍କ ମଧ୍ୟରୁ ୫ ଜଣ ହେଉଛନ୍ତି ବିଜେପିର। ସେହିପରି ୨୮ ବର୍ତ୍ତମାନର ସାଂସଦ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ଥିବା ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ହେଉଛନ୍ତି ବିଜେପିର। ସେହିପରି ୧୬ ଜଣ ବର୍ତ୍ତମାନର ସାଂସଦ ସେମାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ସହ ମହିଳାଙ୍କ ବିରୋଧରେ ଅପରାଧ ଭଳି ସଙ୍ଗୀନ ଅଭିଯୋଗ ରହିଛି। ପ୍ରମୁଖ ଦଳ ମାନଙ୍କ ମଧ୍ୟରୁ ବିଜେପି ଏବଂ କଂଗ୍ରେସର ସର୍ବାଧିକ ସାଂସଦଙ୍କର ୧୦୦ କୋଟିରୁ ଅଧିକ ସମ୍ପତ୍ତି ରହିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ହିମାଚଳପ୍ରଦେଶରେ ୫୦ ପ୍ରତିଶତରୁ ଅଧିକ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୭୩ ପ୍ରତିଶତ ସାଂସଦ ଗ୍ରାଜୁଏଟ। ଅନ୍ୟପକ୍ଷେ କେବଳ ୧୫ ପ୍ରତିଶତ ସାଂସଦ ହେଉଛନ୍ତି ମହିଳା।
[ad_2]




