ଦେଶ- ବିଦେଶ

୫୦ ହଜାର ବର୍ଷ ପରେ ପୃଥିବୀ କକ୍ଷପଥ ମଧ୍ୟରେ ଗତି କରୁଛି ବିରଳ ସବୁଜ ଧୂମକେତୁ

ହଜାରେ ବର୍ଷ ପରେ, ବ୍ରହ୍ମାଣ୍ଡରେ ଏକ ଚମତ୍କାର ଘଟଣା ଘଟିଛି। ଏହି ସପ୍ତାହରେ ଏକ ବିରଳ ସବୁଜ ଧୂମକେତୁ ପୃଥିବୀ ଦେଇ ଗତି କରୁଛି। ବାଇନକୁଲାର ମାଧ୍ୟମରେ ଏହି ବିରଳ ଦୃଶ୍ୟକୁ ଦେଖିହେବ। ଏହି ଧୂମକେତୁର ନାମ ସି/୨୦୨୨ ଇ୩(ଜେଡ୍‌ଟିଏଫ୍‌) ରଖାଯାଇଛି। ଏହା ଶୁକ୍ରବାର ଏବଂ ଶନିବାର ସନ୍ଧ୍ୟାରେ ପୃଥିବୀ ଏବଂ ମଙ୍ଗଳ ଗ୍ରହର କକ୍ଷପଥ ମଧ୍ୟରେ ଅତିକ୍ରମ କରିବାକୁ ଯାଉଛି। ବିଶେଷ କଥା ହେଉଛି, ଧୂମକେତୁ ସୂର୍ଯ୍ୟ ଚାରିପଟେ ଏବଂ ଅଣ୍ଡାକାର କକ୍ଷପଥରେ ଗତି କରୁଥିବାବେଳେ ୫୦ ହଜାର ବର୍ଷ ମଧ୍ୟରେ ଗୋଟିଏ ରାଉଣ୍ଡ ସମାପ୍ତ କରେ। ୫୦ ହଜାର ବର୍ଷ ପୂର୍ବରୁ ଏହା ପୃଥିବୀର ନିକଟବର୍ତ୍ତୀ ହୋଇଯାଇଥିଲା। ତେବେ ଫେବୃୟାରୀ ୧ରେ ଧୂମକେତୁ ରାତିରେ ପୃଥିବୀର ନିକଟତର ହୋଇଥିଲା, ହେଲେ ଚନ୍ଦ୍ରର ଆଲୋକ ଯୋଗୁ ଏହା ସ୍ପଷ୍ଟ ଦେଖାଯାଇ ନ ଥିଲା। ଶୁକ୍ରବାର ରାତିରେ ଯେତେବେଳେ ଏହା ମଙ୍ଗଳ ଗ୍ରହର ନିକଟବର୍ତ୍ତୀ ହେବ, ସେତେବେଳେ ଏହା ଏତେ ସ୍ପଷ୍ଟ ଦେଖାଯିବ। କିନ୍ତୁ ପୁନର୍ବାର ଦେଖିବାକୁ ସୁଯୋଗ ମିଳିବ ନାହିଁ । ଏହାପରେ ପୃଥିବୀର କକ୍ଷପଥରୁ ସବୁଦିନ ପାଇଁ ରାସ୍ତା ବଦଳାଇପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button