ସ୍ୱାସ୍ଥ୍ୟ

ଶରୀର ପାଇଁ ଥଣ୍ଡା କ୍ଷୀରର ଉପକାରିତା

ପ୍ରାୟତଃ ଆମେ ଶୋଇବା ସମୟରେ ଗରମ କ୍ଷୀର ପିଇବାକୁ ପସନ୍ଦ କରୁ । କାରଣ ଗରମ କ୍ଷୀର ପିଇବା ଦ୍ୱାରା ଭଲ ନିଦ ହୋଇଥାଏ । ଥଣ୍ଡା ଓ ସର୍ଦ୍ଦିରୁ ମଧ୍ୟ ରକ୍ଷା ମିଳିଥାଏ । କିନ୍ତୁ ଥଣ୍ଡା କ୍ଷୀର ଆମ ଶରୀର ପାଇଁ ଖୁବ୍ ଉପକାରୀ । ଏହା ଏକ ପ୍ରାକୃତିକ ଉପଚାର ମଧ୍ୟ ।
ଥଣ୍ଡା କ୍ଷୀର ପିଇଲେ ଏସିିଡିଟିରୁ ଉପଶମ ମିଳିଥାଏ । କ୍ଷୀରରେ ଥିବା ଲାକ୍ଟିକ୍ ଏସିଡ୍ ପେଟର ଅମ୍ଲତାକୁ ଶାନ୍ତ କରିଥାଏ । ଏଥିରେ ଥିବା କ୍ୟାଲସିୟମ୍ ଏସିଡ୍ ଗଠନକୁ ରୋକିଥାଏ ଏବଂ ଅତ୍ୟଧିକ ଏସିଡ୍ ହେବାରୁ ରକ୍ଷା ମିଳିଥାଏ । ଖାଇବା ପରେ ଥଣ୍ଡା କ୍ଷୀରରେ ଦୁଇ ଚାମଚ ଇସବଗୋଲ ମିଶାଇ ପିଇଲେ ଏସିିଡିଟି ହୋଇନଥାଏ । ଏହାକୁ ତ୍ୱଚାରେ ଲଗାଇଲେ ତ୍ୱଚା କୋମଳ ଓ ନରମ ଦିଶିଥାଏ ।

ଥଣ୍ଡା କ୍ଷୀର ପାଚନ ପ୍ରକ୍ରିୟା (ହଜମ) କରିବାରେ ସାହାଯ୍ୟ କରିଥାଏ । ଏହା ପିଇବାଦ୍ୱାରା ଖାଦ୍ୟ ନଳୀରେ ଗଚ୍ଛିତ ଚର୍ବି ସଫା କରିଥାଏ । ଯଦି ଆପଣ ପାଚନ ପ୍ରକ୍ରିୟା ବଢାଇବାକୁ ଚାହାନ୍ତି ତେବେ ଥଣ୍ଡା କ୍ଷୀରରେ ଅଦା କିମ୍ବା ଗୋଲମରିଚ ମିଶାଇ ପିଅନ୍ତୁ ।
ଏହାକୁ ପ୍ରାକୃତିକ କ୍ଲିନଜର୍ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହା ରକ୍ତ ସଂଞ୍ଚଳନରେ ସାହାଯ୍ୟ କରିଥାଏ ଓ ତ୍ୱଚାର ତୈଳାକ୍ତ ଅଂଶକୁ ଦୁର କରିଥାଏ ।
ଥଣ୍ଡା କ୍ଷୀରରେ ଥିବା ଇଲେକ୍ଟ୍ରୋଲାଇଟ ଶରୀରକୁ ଡିହାଇଡ୍ରେସନରୁ ରକ୍ଷା କରିଥାଏ । ଯଦି ଆପଣ ଦିନକୁ ଦୁଇ ଗ୍ଲାସ ଥଣ୍ଡା କ୍ଷୀର ପିଅନ୍ତି ତେବେ ଶରୀର ସର୍ବଦା ହାଇଡ୍ରେଟ୍ ରହିବ । କ୍ଷୀର ପିଇବା ପାଇଁ ସକାଳ ସମୟ ସର୍ବୋତ୍ତମ ।

Related Articles

Leave a Reply

Your email address will not be published. Required fields are marked *

Back to top button