ଅପରାଧ

ଋଣ ପରିଶୋଧ ହୋଇନି, ଚାଲିଗଲେ ବାପା: ଅଦାଲତକୁ ଟଣାହେଲେ ୨ କଅଁଳ ପିଲା – Kalinga News

[ad_1]

କରୋନା ନେଇଥିଲା ମା’ଙ୍କ ଜୀବନ, ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କଲେ

ଭୁବନେଶ୍ବର: ୨୦୨୦ ମସିହାରେ ହୃଦ୍‌ଘାତରେ ବାପା ଏବଂ ୨୦୨୧ ମସିହାରେ କରୋନାରେ ମା’ଙ୍କୁ ହରାଇ ଅସହାୟ ହୋଇ ପଡ଼ିଛନ୍ତି ସେମାନେ। ବାପା ଋଣ ନେଇଥିଲେ, ଏକଥା ସେମାନେ ଜାଣିନାହାନ୍ତି। ଏ ବୟସରେ ଏକଥା ବୁଝିବା ବି ମୁସ୍କିଲ୍‌। କିନ୍ତୁ ବାପାଙ୍କ ନାମରେ ଥିବା ୪.୯୯ ଲକ୍ଷ ଋଣ ପରିଶୋଧ ମାମଲାରେ ୧୧ ଏବଂ ୭ ବର୍ଷୀୟ ଦୁଇ ନାବାଳକଙ୍କୁ ବରଗଡ଼ ଦେୱାନି ଅଦାଲତରେ ହାଜର ହେବାକୁ ପଡ଼ିଛି। ଷ୍ଟେଟ୍‌ ବ୍ୟାଙ୍କ ବରଗଡ଼ଙ୍କ ଅଭିଯୋଗ ଆଧାରରେ ଅଦାଲତ ଉଭୟଙ୍କ ନାମରେ ସମନ ଜାରି କରିଥିଲେ। ଋଣ ପରିଶୋଧ ଭଳି ଘଟଣାରେ କଅଁଳ ଶିଶୁଙ୍କୁ ଏଭଳି ଅଦାଲତରେ ହାଜର କରାଇବା କେତେ ଯୁକ୍ତିସଙ୍ଗତ ତାକୁ ନେଇ ରାଷ୍ଟ୍ରପତି, ରାଜ୍ୟପାଳ, ମାନବାଧିକାର କମିସନ ଏବଂ ଶିଶୁ କମିସନଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରାଯାଇଛି।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ନିବାସୀ ତଥା ସୁବର୍ଣ୍ଣପୁର ଜିଲ୍ଲାର ଥାନା ଅଧିକାରୀ ବିଧୁଭୂଷଣ ପୁଟାଙ୍କର ୨୦୨୦ ମସିହା ଜାନୁଆରି ମାସରେ ହୃଦ୍‌ଘାତରେ ଦେହାନ୍ତ ହୋଇ ଯାଇଥିଲା। ଏକ ବର୍ଷ ପରେ କରୋନାରେ ତାଙ୍କ ପତ୍ନୀ ସସ୍ମିତା ପୁଟାଙ୍କ ମୃତ୍ୟୁ ହୋଇଗଲା। ସେବେ ଏକୁଟିଆ ହୋଇଗଲେ ସେମାନଙ୍କ ୯ ଏବଂ ୪ ବର୍ଷୀୟ ଦୁଇ ପୁଅ। ଅଜା ସମ୍ବଲପୁର ଜିଲ୍ଲା କେନାଢିପା ନିବାସୀ ସାରଥି ଧୁରୁଆ(୭୨) ଏବଂ ଆଈ ମୈଥେଳି ଧୁରୁଆ(୭୦)ଙ୍କ ଉପରେ ଉଭୟ ପିଲାଙ୍କ ପାଳନର ଦାୟିତ୍ବ ନେଇଛନ୍ତି।

ସାରଥି ଧୁରୁଆଙ୍କ କହିବା ଅନୁସାରେ, ଷ୍ଟେଟ୍‌ ବ୍ୟାଙ୍କରୁ ଆସିଥିବା ନୋଟିସ ଦେଖିବା ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଜାମାତା ବିଧୂଭୂଷଣ ଧୁରୁଆ ୭ ଲକ୍ଷ ଟଙ୍କାର ଋଣ ନେଇଥିଲେ। ଦରମା ସହିତ ଋଣ ସଂପୃକ୍ତ ହୋଇଥିବାରୁ ୨ ଲକ୍ଷ ଟଙ୍କା ପରିଶୋଧ ହୋଇ ସାରିଛି। ତାଙ୍କ ଦେହାନ୍ତ ହେବାର ଏକ ବର୍ଷ ପରେ ଋଣ ସହିତ ସୁଧ ଯୋଡ଼ି ଦିଆଯାଇଥିବାରୁ ବକେୟା ୪.୯୯ ଲକ୍ଷରେ ପହଞ୍ଚିଛି। ସାରଥି ନିଜେ ଜଣେ ଅବସରପ୍ରାପ୍ତ ବୃଦ୍ଧ ଶିକ୍ଷକ। ଉଭୟ ନାତିଙ୍କୁ ପାଳନ ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ୁଛି। ଏଭଳି ସ୍ଥିତିରେ ଏତେ ଟଙ୍କା ପରିଶୋଧ ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ସୁଧ ବାବଦରେ ଥିବା ୧ ଲକ୍ଷ ଟଙ୍କା ଜମା ପାଇଁ କିଛି ସମୟ ମହଲତ ଦେବା ପାଇଁ ଅକ୍ଟୋବର ମାସରେ ବ୍ୟାଙ୍କକୁ କହିଥିଲେ। ଏହାସତ୍ତ୍ବେ ଜାନୁଆରି ମାସରେ ଋଣ ପରିଶୋଧ ପାଇଁ ତାଙ୍କ ଦୁଇ ନାତିଙ୍କ ପାଖକୁ ସମନ ଆସିଥିଲା।ଏହା କେତେଦୂର ନ୍ୟାୟ ସଙ୍ଗତ ବୋଲି ସେ ପ୍ରଶ୍ନ କରିଛନ୍ତି। ସାରଥିଙ୍କ କହିବା ଅନୁସାରେ ତାଙ୍କର ଉଭୟ ନାତି ନାବାଳକ ଅଛନ୍ତି। ସେମାନଙ୍କ ଜେଜେ ବା ବିଧୁଭୂଷଣଙ୍କ ବାପାଙ୍କ ମଧ୍ୟ ଦେହାନ୍ତ ହୋଇ ସାରିଛି। ତେଣୁ ବିଧୁଭୂଷଣଙ୍କ ନାମରେ ଥିବା ଭୂ ସମ୍ପତି କିମ୍ବା ଜମା ଟଙ୍କା ମଧ୍ୟ ସେମାନେ ଉଠାଣ କରିପାରିବେ ନାହିଁ। ଏଭଳି ସ୍ଥିତିରେ ଏତେ ଟଙ୍କାର କିଭଳି ପରିଶୋଧ କରିବେ ତାହା ଚିନ୍ତାର କାରଣ ପାଲଟିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button