ଅଯୋଧ୍ୟାରେ ପହଞ୍ଚି ଝିଅ ଓ ସ୍ବାମୀ ସହିତ ଭଗବାନ ରାମଲଲ୍ଲାଙ୍କ ଦର୍ଶନ କଲେ ପ୍ରିୟଙ୍କା – Kalinga News

[ad_1]
ନୂଆଦିଲ୍ଲୀ: ଅନେକ ଦିନପରେ ଭାରତ ଫେରି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ଝିଅ ମାଳତୀ ମେରୀ ଚୋପ୍ରାଙ୍କ ସହିତ ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପରିବାର ସହିତ ପ୍ରିୟଙ୍କା ରାମଲଲ୍ଲାଙ୍କ ଦର୍ଶନ କରିବା ସମୟର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ହୋଇଛି। ଏଥିରେ ମନ୍ଦିରର ପୂଜକମାନେ ପ୍ରିୟଙ୍କାଙ୍କ କାନ୍ଧରେ ଉତ୍ତରୀୟ ପକାଇ ଚନ୍ଦନ ଲଗାଉଥିବା ଦେଖିବାକୁ ମିଳୁଛି।
Actor Priyanka Chopra Jonas, husband and singer Nick Jonas and their daughter Maltie Marie Jonas offered prayers at Ram Janmabhoomi Temple in Ayodhya, Uttar Pradesh.
(Source: Temple priest Pradeep Das) pic.twitter.com/WdWmcrXkwg
— ANI (@ANI) March 20, 2024
ଚଳିତବର୍ଷ ଅର୍ଥାତ ୨୦୨୪ରେ ପ୍ରିୟଙ୍କା ପ୍ରଥମଥର ଭାରତରେ ଆସି ପହଞ୍ଚିଛନ୍ତି। କିଛିଦିନ ପୂର୍ବରୁ ପ୍ରିୟଙ୍କାଙ୍କ ସ୍ବାମୀ ନିକ ଜୋନସ ମୁମ୍ବାଇରେ ପହଞ୍ଚିଥିଲେ। ମୁମ୍ବାଇ ଆସିବା ପରେ ପ୍ରିୟଙ୍କାଙ୍କୁ ଅନେକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ସର୍ବପ୍ରଥମେ ସେ ତାଙ୍କ ଅଳଙ୍କାର କମ୍ପାନିର ଉଦଘାଟନ କରିଥିଲେ। ଏହାପରେ ପ୍ରିୟଙ୍କାଙ୍କୁ ଇଶା ଅମ୍ବାନି, ରାଧିକା ମର୍ଚେଣ୍ଟ ଓ ଶ୍ଳୋକା ମେହତାଙ୍କ ସହିତ ହୋଲି ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା।
[ad_2]




