ଜ୍ୟୋତିଷ

ଗୁରୁବାର ବ୍ୟବହାର କରନ୍ତୁ ଏହି ଧାତୁର ବାସନ, ଭାଗ୍ୟରେ ଆସିବ ପରିବର୍ତ୍ତନ

ଗୁରୁବାର ଦିନ ଦେବଗୁରୁ ବୃହସ୍ପତିଙ୍କୁ ସମର୍ପଣ କରାଯାଇଥାଏ । ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଇଥାଏ । ଗୁରୁ ଗ୍ରହ ବୁଦ୍ଧି, ଜ୍ଞାନ, ଧର୍ମ ଏବଂ ସୁଖ-ସମୃଦ୍ଧିର କାରକ । ଏହାକୁ ବୈବାହିକ ଜୀବନ ଏବଂ ଭାଗ୍ୟର କାରକ ମଧ୍ୟ କୁହାଯାଇଥାଏ । ମାନ୍ୟତା ରହିଛି ଗୁରୁବାର ଦିନ ଯଦି ବୃହସ୍ପତି ସହ ଜଡିତ କିଛି ବିଶେଷ ଉପାୟ କରାଯାଏ ତେବେ ଜାତକରେ ଲାଭ ପ୍ରାପ୍ତ ହୋଇଥାଏ । ଗୁରୁଙ୍କ ଜଡିତ ଏହି ଉପାୟ ଆପଣଙ୍କ ଭାଗ୍ୟକୁ ମଧ୍ୟ ଚମକାଇଥାଏ ।

bruhaspatiଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ ପିତ୍ତଳ ବାସନ ବ୍ୟବହାର କରିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ । ପୂଜା-ପାଠରେ ପିତ୍ତଳ କିମ୍ବା ତମ୍ବାର ବାସନ ପ୍ରୟୋଗ କରିବା ଶୁଭ ହୋଇଥାଏ । ଯଦି ଆପଣଙ୍କ ଭାଗ୍ୟରେ କିଛି ସମସ୍ୟା ଦେଖାଯାଇଥାଏ ତେବେ ଗୁରୁବାର ଦିନ ପିତ୍ତଳ ବାସନ ବ୍ୟବହାର କରନ୍ତୁ । ଏଥିସହ ପିତ୍ତଳ ପାତ୍ରରେ ଗୋଟିଏ ମୁଠା ଚଚ୍ଚା ଭିଜାଇ ରଖିଦିଅନ୍ତୁ । ତା’ପରଦିନ ସକାଳୁ ଉଠି ଏହାକୁ ଗୁଡରେ ମିଶାଇ କୌଣସି ଗାଈକୁ ଖୁଆନ୍ତୁ । ଏପରି କରିବା ଦ୍ୱାରା ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ ।

 pujaସେହିଭଳି ଯଦି ଆପଣ ଆର୍ଥିକ ସମସ୍ୟା ଭିତରେ ଫସି ରହିଥାନ୍ତି ତେବେ ଗୁରୁବାର ଦିନ ପିତ୍ତଳ ବାସନରେ ଶୁଦ୍ଧ ଦେଶୀ ଘିଅ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ । ଏହାପରେ ଏହି ଘିଅକୁ ପ୍ରସାଦ ରୂପେ କିଛି ଲୋକଙ୍କୁ ବାଣ୍ଟିବା ସହ ନିଜେ ସେବନ କରନ୍ତୁ । ଯଦି ଆପଣ ଏଭଳି ଉପାୟ ପ୍ରତ୍ୟେକ ଗୁରୁବାର ଦିନ କରିଥାନ୍ତି ତେବେ କେବେ ବି ଆପଣଙ୍କ ପାଖରେ ଆର୍ଥିକ ସମସ୍ୟା ଦେଖାଯିବ ନାହିଁ । ଗୁରୁବାର ଦିନ ପିତ୍ତଳ ଦୀପ ମା’ ଲକ୍ଷ୍ମୀଙ୍କ ପାଖରେ ଲଗାଇ ପୂଜା-ଅର୍ଚ୍ଚନା କରିବା ଦ୍ୱାରା ଧନ-ସମ୍ପତ୍ତିରେ ବୃଦ୍ଧି ହେବା ସହ ଆପଣଙ୍କ ଉପରେ ମା’ଙ୍କ କୃପା ବର୍ଷଣ ହୋଇଥାଏ ।

brassଯଦି ଜୀବନରେ କୌଣସି କଥାକୁ ନେଇ ଚିନ୍ତା ରହିଥାଏ ତେବେ ତାହାକୁ ଦୂର କରିବା ପାଇଁ ପିତ୍ତଳ ପାତ୍ରରେ ଦହି ପୂର୍ଣ୍ଣ କରି ନିଜ ଶୋଇବା ଘର ଖଟ ତଳେ ରଖନନ୍ତୁ । ତା’ପରଦିନ ସକାଳୁ ଏହାକୁ କୌଣସି ଏକ ଗଛ ମୂଳରେ ପକାଇଦିଅନ୍ତୁ । ଏହି ଉପାୟ ଆପଣଙ୍କ ପ୍ରତ୍ୟେକ ଚିନ୍ତା ଦୂର କରିବାରେ ଲାଭକାରୀ ହୋଇଥାଏ । ଏସବୁ ବ୍ୟତୀତ ଯଦି ଆପଣ ମନୋବାଞ୍ଚିତ ଫଳ ପାଇବାକୁ ଚାହୁଁଛନ୍ତି ତେବେ ଗୁରୁବାର ଦିନ ପିତ୍ତଳ କଳସରେ ଚଣା ଡାଲି ଭର୍ତ୍ତି କରି ଶ୍ରୀହରିଙ୍କୁ ଅର୍ପଣ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button