ଦେଶ- ବିଦେଶ

ଅରୁଣାଚଳପ୍ରଦେଶ‌ରେ ଏନପିପି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବ : ସାଙ୍ଗମା – Kalinga News

[ad_1]

ନୂଆଦିଲ୍ଲୀ : ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ଼ ସାଙ୍ଗମା ରବିବାର କହିଛନ୍ତି ଯେ ତାଙ୍କ ଏନପିପି (ନେସନାଲ ପିପୁଲ୍ସ ପାର୍ଟି) ଦଳ ଅରୁଣାଚଳପ୍ରଦେଶରେ ୨ଟି ଲୋକସଭା ଆସନରେ କୌଣସି ପ୍ରାର୍ଥୀ ଦେବନାହିଁ। ଏହା ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବ ବୋଲି ସାଙ୍ଗମା ଆଜି କହିଛନ୍ତି। ଏନପିପି ହେଉଛି କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏର ଏକ ଅଂଶ। ଆଜି ଏକ୍ସରେ ଏକ ପୋଷ୍ଟ୍‌ କରି ସାଙ୍ଗମା କହିଛନ୍ତି, ଏନପିପି ଅରୁଣାଚଳପ୍ରଦେଶରେ ୨ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିବନି ବୋଲି ନିଷ୍ପତ୍ତି ନେଇଛି। ଏନଡିଏରେ ଏକ ଅଂଶୀଦାର ଭାବେ ଏନପିପି ଜାତୀୟ କମିଟି ଆସନ୍ତା ଲୋକସଭା ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ସାଙ୍ଗମାଙ୍କ ଏଭଳି ନିଷ୍ପତ୍ତିକୁ ପ୍ରଶଂସା କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ଏନଡିଏର ମେଣ୍ଟର ସଦସ୍ୟଙ୍କର ଏଭଳି ପ୍ରତିବଦ୍ଧତା ପାଇଁ ଏନଡିଏ ଚଳିତ ଲୋକସଭା ନିର୍ବାଚନରେ ୪୦୦ରୁ ଅଧିକ ଆସନରେ ଜିତିବ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button