ବୋଉର ବିଶ୍ବାସ ଯୋଗୁଁ ବିଧାୟକ ହୋଇପାରିଲି – Kalinga News

[ad_1]
ମୁଁ କାହିଁକି ନେତା ହେଲି/ତାରାପ୍ରସାଦ ବାହିନୀପତି
ପାଠପଢ଼ା ସରିବା ପରେ ମୁଁ ଓଡ଼ିଶା ପୁଲିସରେ ହାବିଲ୍ଦାର ହିସାବରେ କାର୍ଯ୍ୟ କରୁଥିଲି। ଏଥିସହ ପୁଲିସ ବିଭାଗର କନେଷ୍ଟବଳ, ହାବିଲଦାର ଓ ସିପାହୀ ମହାସଂଘର ସଭାପତି ମଧ୍ୟ ଥିଲି। ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ବିଧାନସଭା ସମ୍ମୁଖରେ ଗଣ୍ଡଗୋଳ କରିଥିବାରୁ ଧାରା ୩୧୧ ଅନୁସାରେ ମୋତେ ଚାକିରିରୁ ବରଖାସ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଚାକିରି ପାଇଥିଲେ ବି ଚାକିରିରେ ଆଉ ଯୋଗ ଦେଇ ନ ଥିଲି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସହ ମୋର ସେତେବେଳେ ଭଲ ପରିଚୟ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଅନେକ ସମୟରେ ମୁଁ ଝଗଡ଼ାଝାଟି ତଥା ମାର୍ପିଟ୍ କରୁଥିବାରୁ ଲୋକମାନେ ମୋତେ ଭୋଟ୍ ଦେବେନି ବୋଲି ସେତେବେଳେ ମୋର ଧାରଣା ଥିଲା। ମୁଁ ମନା କଲା ପରେ ମୋ’ ବୋଉ ସହ ଜାନକୀବାବୁ କଥା ହୋଇଥିଲେ। ବୋଉର ଭରସା ଥିଲା ଯେ ମୁଁ ଜଣେ ସୁଦକ୍ଷ ନେତା ହୋଇପାରିବି।
ଦିନେ କଥା ପ୍ରସଙ୍ଗରେ ଜାନକୀବାବୁ ମୋତେ କୋରାପୁଟ ଏନ୍ଏସି ଅଧ୍ୟକ୍ଷ ନିର୍ବାଚନ ଲଢ଼ିବାକୁ କହିଲେ। ମୁଁ କିନ୍ତୁ ମନା କରିଥିଲି। ମୋର ଠୋ’ଠା କଥାବାର୍ତ୍ତା ଯୋଗୁଁ ଏବଂ ଅନେକ ସମୟରେ ମୁଁ ଝଗଡ଼ାଝାଟି ତଥା ମାର୍ପିଟ୍ କରୁଥିବାରୁ ଲୋକମାନେ ମୋତେ ଭୋଟ୍ ଦେବେନି ବୋଲି ସେତେବେଳେ ମୋର ଧାରଣା ଥିଲା। ମୁଁ ମନା କଲା ପରେ ମୋ’ ବୋଉ ସହ ଜାନକୀବାବୁ କଥା ହୋଇଥିଲେ। ବୋଉର ଭରସା ଥିଲା ଯେ ମୁଁ ଜଣେ ସୁଦକ୍ଷ ନେତା ହୋଇପାରିବି। କିନ୍ତୁ, ମୋର ସେ ବିଶ୍ବାସ ନ ଥିବାରୁ ଉକ୍ତ ନିର୍ବାଚନରେ ମୁଁ ଠିଆ ହେବାକୁ ସାହସ କଲିନାହିଁ ଓ ମୋ ବଦଳରେ ଶିବ ପଟ୍ଟନାୟକ ଠିଆ ହୋଇଥିଲେ। କିନ୍ତୁ, ସେବେଠାରୁ ମୁଁ କଂଗ୍ରେସ ଦଳ ପାଇଁ କାମ କରିବା ଆରମ୍ଭ କରି ଦେଇଥିଲି। ଦଳ ପାଇଁ ତଥା ଦଳର ବିଭିନ୍ନ ନେତାଙ୍କ ପାଇଁ ଆନ୍ଦୋଳନ, ଅନଶନ ଆଦିରେ ମାତିଥିବା ବେଳେ ପରବର୍ତ୍ତୀ ସମୟରେ ଦେଖିଲି ସେହି ନେତାମାନେ ହିଁ ମୋତେ ସହଯୋଗ କରୁନାହାନ୍ତି। ଏଣୁ ମୁଁ ନିଜେ ପ୍ରତ୍ୟକ୍ଷ ରାଜନୀତିକୁ ଆସିବାକୁ ନିଷ୍ପତ୍ତି ନେଇଥିଲି।
୧୯୯୫ ମସିହାରେ କୋରାପୁଟ ଜିଲ୍ଲା ଯୁବ କଂଗ୍ରେସର ସଭାପତି ହୋଇଥିଲି। ‘କେବିକେ ଡେଭ୍ଲପ୍ମେଣ୍ଟ ଫୋରମ୍’ ଗଠନ କରି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଗଠନ, କୋରାପୁଟକୁ ରେଳ ଯୋଗାଯୋଗ ଓ ମେଡିକାଲ୍ କଲେଜ ସ୍ଥାପନ ଆଦି ଦାବିରେ ଆନ୍ଦୋଳନ କରିଥିଲି। ୨୦୦୦ ମସିହାରେ କୋରାପୁଟ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଦଳରୁ ବିଧାୟକ ଟିକେଟ ପାଇଥିଲି। ତେବେ ଯେତେବେଳେ ମୋର ସଂଗଠନ, ସଭାସମିତି ଆୟୋଜନ କରିବାର ସାହସ ନ ଥିଲା, ମୋ ବୋଉ ସେ ସାହସ ମୋତେ ଯୋଗାଇଥିଲା। ମୋର ପ୍ରଥମ ସଭାରେ ଜାନକୀବାବୁ ମୋତେ ୨୦୦୦ ଲୋକ ଏକାଠି କରିବାକୁ କହିଥିଲେ, ମୁଁ ଏତେ ଲୋକ ଯୋଗାଡ଼ କରିପାରିବି ନାହିଁ ବୋଲି କହିଥିଲି। ମୋ ବୋଉ ବୁଲି ବୁଲି ୨୦୦୦ରୁ ଅଧିକ ଲୋକଙ୍କୁ ସଭାକୁ ନେଇ ଆସିଥିଲା। ତା’ରି ବିଶ୍ବାସ ଆଜି ମୋତେ ନେତା କରିପାରିଛି।
[ad_2]




