ଘରକୁ ଚଢ଼େଇ ଆସିବା ଶୁଭ ନା ଅଶୁଭ ! ଚଢେଇ ଦ୍ଵାରା ମିଳିଥାଏ 5 ଟି ସଂକେତ
ପ୍ରକୃତି ଆମକୁ ଆମର ଆଗକୁ ଆସୁଥିବା ସମୟ ପାଇଁ ଛୋଟ ଛୋଟ ସୂଚନା ସବୁ ଦେଇଥାଏ । ଭବିଷ୍ୟତରେ ଘଟିବାକୁ ଥିବା ଭଲ ଓ ଖରାପ ସବୁ ଘଟଣାର ସଂକେତ ଆମକୁ ଦେଇଥାଏ । ଯଦି ସେହି ସବୁ ସଂକେତକୁ ଆମେ ମାନେ ବୁଝିଯିବା ତେବେ ଜୀବନରେ କିପରି ଭଲରେ ଭଲରେ ଆଗକୁ ବଢିବା ସେଥିପାଇଁ ଆମେ ଭଲ ଭାବେ ଯୋଜନା କରିପାରିବା । ହେଲେ ଅନେକ ସମୟରେ ଲୋକେ ଏହି ପ୍ରକୃତି ଦେଉଥିବ ସଙ୍କେତକୁ ବୁଝି ପାରନ୍ତି ନାହିଁ ବା ବୁଝି ବି ଅଣଦେଖା ତାହାକୁ କରିଦେଇଥାନ୍ତି ।
ଯେପରି ଗଛ, ପଶୁପକ୍ଷୀ ଏହି ସବୁ ମାଧ୍ୟମରେ ଆମ କୁ କିଛି ନା କିଛି ସଂକେତ ମିଳିଥାଏ । ତେବେ ପକ୍ଷୀ ମାନଙ୍କ ଦ୍ଵାରା ମିଳୁଥିବା କିଛି ସଂକେତ ବିଷୟରେ ଚାଲନ୍ତୁ ଜାଣିବା । 1- ଯଦି ଅନେକ କାଉ ଗୋଟିଏ ସ୍ଥାନରେ ଜୋରଜୋର କରି ରାବିଠନ୍ତି । ତେବେ ଏହାକୁ ଅଶୁଭ ବୋଲି କୁହାଯାଇଥାଏ । ସେହି ସ୍ଥାନରେ କିଛି ସଙ୍କଟ ଆସିବାର ସଂକେତ ତାହା ହୋଇପାରେ । ତେଣୁ ଯଦି ସେହି ସ୍ଥାନରେ ରହିଥିବେ ତୁରନ୍ତ ସେହି ସ୍ଥାନରୁ ପଳାଇ ଯାଆନ୍ତୁ ।
ଯଦି କାଉ ମାଂସର ଟୁକୁଡା ନେଇକି ଯିବାର ଦେଖିବାକୁ ପାଆନ୍ତି । ବା ପାଣି ଭରା ପାତ୍ର ଉପରେ କାଉକୁ ବସିବାର ଦେଖନ୍ତି । ଏହା ଶୁଭ ସୂଚନ ଅଟେ । ଏହା ଘରକୁ ସୁଖ ଓ ସମୃଦ୍ଧି ଆସିବାର ସୁଚାଇଥାଏ । ତେଣୁ ଯଦି ସମ୍ଭବ ଘର ସାମ୍ନାରେ କୌଣସି ପାତ୍ରରେ ଜଳ ଭର୍ତ୍ତି କରି ରଖନ୍ତୁ।
2- ଯଦି କାହାର ଘରର ଛାତ ଉପରେ ପେଚା ଆସି ବସିବାକୁ ଲାଗେ । ତେବେ ତାହା ଅଶୁଭ ଅଟେ । ସେହି ଘରକୁ କିଛି ବିପଦ ଆସିବାକୁ ଯାଉଛି ବୋଲି ସୁଚାଇଥାଏ । ହେଲେ ଯଦି ଧଳା ରଙ୍ଗର ପେଚା କେଉଁଠାରେ ଦେଖିବାକୁ ପାଇଥାନ୍ତି । ତେବେ ଏହା ଶୁଭତ୍ଵକୁ ଦର୍ଶାଇଥାଏ । ଏହା ଧନ, ସମ୍ପତ୍ତି ପ୍ରାପ୍ତ ହେବାର କଥାକୁ ଜଣାଇଥାଏ ।
3- ଯଦି କୌଣସି କାର୍ଯ୍ୟରେ ଯାଉଥିବା ସମୟରେ ମୟୂରର ଦର୍ଶାଅ ମିଳିଯାଇଥାଏ । ବ ମୟୂରର ଶବ୍ଦ ଶୁଣିବାକୁ ପାଆନ୍ତି । ତେବେ ଏହା ଶୁଭ ହୋଇଥାଏ ।
4- ପାରାକୁ ପକ୍ଷୀକୁ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ । ସକାଳୁ ସକାଳୁ ଘର ପାଖକୁ ପାରା ଆସିବା ଦ୍ଵାରା ଭଲ ଅଟେ । ହେଲେ ଯଦି ସନ୍ଧ୍ଯା ସମୟରେ ପାରା ଘର ପାଖରେ ଗୁମୂରୁ ଥିବାର ଶୁଣିବାକୁ ପାଆନ୍ତି । ତେବେ ସେହି ସ୍ଥାନରେ ଚୋରୀ କିମ୍ବ ଅକୌଣସି ବିପଦ ଆସିବାର ସଂକେତ ପାରା ଠାରୁ ମଧ୍ୟ ମିଳିଥାଏ ।