ରାଜନୀତି

ବିଜେପି-ବିଜେଡିର ୧୦ ପିଲାଙ୍କ ଅନ୍ନପ୍ରାଶନ କଲା କଂଗ୍ରେସ – Kalinga News

[ad_1]

ବିଜେଡି କରିଥିବା ମହାଦୁର୍ନୀତିର ଖୁବ୍‌ଶୀଘ୍ର ପର୍ଦ୍ଦାଫାସ: ଅଜୟ କୁମାର

ଭୁବନେଶ୍ବର: କିଛିଦିନ ତଳେ ବିଜେପି ଓ ବିଜେଡିର ବିବାହ କରିଥିଲା କଂଗ୍ରେସ। ଭୁବନେଶ୍ବରଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ବିଜେପି-ବିଜେଡିର ବିବାହ କରାଯାଇଥିଲା। ଏବେ ଏହି ଦୁଇ ସରକାରଙ୍କ ଔରସରୁ ୧୦ ଦୁର୍ନୀତି ଶିଶୁ ଜନ୍ମ ନେଇଥିବା କହିଛି କଂଗ୍ରେସ। ତେଣୁ ଆଜି କଂଗ୍ରେସ ଭବନରେ ଏହି ୧୦ ସନ୍ତାନଙ୍କ ଅନ୍ନପ୍ରାଶନ ଉତ୍ସବ ଆୟୋଜନ କରିଛି ଦଳ। ୧୦ଟି କଣ୍ଢେଇ ସହ କୁଆଁ କୁଆଁ ଶବ୍ଦରେ କଂଗ୍ରେସ ଭବନରେ ଅଭନବ କାର୍ଯ୍ୟକ୍ରମ ଜରିଆରେ ପ୍ରତିବାଦ ଜଣାଇଛି। ଏହି ୧୦ଟି ଶିଶୁ ହେଉଛନ୍ତି ଚିଟ୍‌ଫଣ୍ଡ ଦୁର୍ନୀତି, ଗୁଣ୍ଡା, ଖଣି, ମାସ୍କ ଦୁର୍ନୀତି, ତାମିଲ, ଜମି ହଡ଼ପ, ସରକାରୀ ଚାକିରି ବିକ୍ରି, ବିଦ୍ୟୁତ ଯନ୍ତ୍ରଣା, ଦରଦାମ ବୃଦ୍ଧି ଓ ଜବ୍ ଜୁମ୍‌ଲା ଶିଶୁ। ୧୦ ଆସୁରିକ ସନ୍ତାନଙ୍କ ବିନାଶ ପାଇଁ ପୁ‌ରୋହିତଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯିବା ସହ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।

ଏହି ଶିଶୁମାନଙ୍କ ନାମକରଣ ପରେ ବିଶେଷତ୍ବ ସଂପର୍କରେ ସୂଚନା ଦେଇ ପ୍ରଭାରୀ ଅଜୟ କୁମାର କହିଥିଲେ, ଚିଟ୍‌ଫଣ୍ଡ ହେଉଛି ଏଭଳି ଏକ ଶିଶୁ ଯାହାର ତଦନ୍ତ କରିବାରେ ସିବିଆଇ ବିଫଳ ହୋଇଛି। ୬୦ଲକ୍ଷରୁ ଅଧିକ ପରିବାର ଏହି ଦୁର୍ନୀତିର ଶିକାର ହୋଇଛନ୍ତି। ଖଣି ଦୁର୍ନୀତି ଶିଶୁର ମଧ୍ୟ ସମାନ ଅବସ୍ଥା। ଗୁଣ୍ଡା ଶିଶୁ ଓଡ଼ିଶାରେ ନାବାଳିକା ଓ ମହିଳା ଅପହରଣ, ହତ୍ୟାକାଣ୍ଡ ଚଳାଇଛି। ତାମିଲ୍‌ ଶିଶୁ ଓଡ଼ିଶାରେ ଲକ୍ଷାଧିକ ଓଡ଼ିଆ ଠିକାଦାରଙ୍କ ପେଟକୁ ଲାତ ମାରିଛି। ଷଷ୍ଠ ସନ୍ତାନ ଓଡ଼ିଶାର ଆଦିବାସୀମାନଙ୍କ ଜମି ହଡ଼ପ କରି ବାହାର ପୁଞ୍ଜିପତିମାନଙ୍କୁ ବିକ୍ରି କରୁଛି। ସପ୍ତମ ଶିଶୁ ଜବ୍ ଜୁମ୍‌ଲା ବର୍ଷକୁ ୨କୋଟି ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ନବୀନ ସରକାର ମଧ୍ୟ ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ। ଉଭୟ ସରକାର ଏଥିରେ ବିଶ୍ବାସଘାତକତା କରିଛନ୍ତି। ଅଷ୍ଟମ ଶିଶୁଟି ସରକାରୀ ଚାକିରି ବିକ୍ରି କରୁଛି। ନବମ ଶିଶୁ ହେଉଛି ବିଦ୍ୟୁତ ଯନ୍ତ୍ରଣା। ୧୦ତମ ସନ୍ତାନ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ହେବାରେ ଲାଗିଛି। ବିଜେପି ଓ ବିଜେଡିରୁ ଜନ୍ମ ନେଇଥିବା ଏହି ୧୦ ଶିଶୁଙ୍କୁ ଦମନ କରିବା ପାଇଁ ରାଜ୍ୟବାସୀ ଏକ ହେବା ଆବଶ୍ୟକ। ନିର୍ବାଚନୀ ବଣ୍ଡରେ ବିଜେଡିକୁ ମିଳିଥିବା ଅର୍ଥ ଓ କେଉଁମାନେ ଏହି ଅର୍ଥ ଦେଇଛନ୍ତି ଖୁବଶୀଘ୍ର ଏହାର ପର୍ଦ୍ଦା‌ଫାସ କରାଯିବ ବୋଲି ଶ୍ରୀ କୁମାର କହିଥିଲେ।

ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ପଞ୍ଚାନନ କାନୁନ୍‌ଗୋ, ବିଶ୍ବରଂଜନ ମହାନ୍ତି, ସାହନାୱାଜ ଚୌଧୁରୀ, ଖ୍ରୀଷ୍ଟଫର ତିଲକ, ଶିବାନନ୍ଦ ରାୟ, ବିଶ୍ବଜିତ ଦାଶ, ରଶ୍ମି ମହାପାତ୍ର, ନକୁଳ ନାୟକ, ମନୋରଂଜନ ଦାଶ, ଝୁନା ପଟ୍ଟନାୟକ, ଜୟଶ୍ରୀ ପାତ୍ର ଓ ସୁବ୍ରତ ମହାପାତ୍ର, ସ୍ମୃତି ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button