ଖେଳ ଖବର

ଚପ୍ପରରେ ଧର୍ମଶାଳା ପହଞ୍ଚିଲେ ରୋହିତ – Kalinga News

[ad_1]

ଧର୍ମଶାଳା: ଭାରତ-ଇଂଲଣ୍ଡ ଟେଷ୍ଟ୍‌ ଶୃଙ୍ଖଳାର ପଞ୍ଚମ ତଥା ଶେଷ ମ୍ୟାଚ୍‌ ଧର୍ମଶାଳାରେ ଗୁରୁବାରଠୁ ଆରମ୍ଭ ହେବ। ଏହି ମ୍ୟାଚ୍‌ ଲାଗି ଭାରତୀୟ ଅଧିନାୟକ ରୋହିତ ଶର୍ମା ନୂଆ ଷ୍ଟାଇଲ୍‌ରେ ଧର୍ମଶାଳାରେ ମଙ୍ଗଳବାର ପହଞ୍ଚିଛନ୍ତି। ‌ସେ ଚପ୍ପରରେ ଆସି ‌ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ରବିବାର ଉଭୟ ଭାରତ ଓ ଇଂଲଣ୍ଡ ଦଳ ଧର୍ମଶାଳାରେ ପହଞ୍ଚି ସାରିଛନ୍ତି। କିନ୍ତୁ ରୋହିତ, ପତ୍ନୀଙ୍କ ସହ ଜାମ୍‌ନଗରରେ ଆୟୋଜିତ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଓ ରାଧିକା ମର୍ଚ୍ଚାଣ୍ଟ୍‌ଙ୍କ ପ୍ରାକ୍‌ବିବାହ ଉତ୍ସବରେ ଯୋଗ ଦେଇଥିବାରୁ ଦଳ ସହ ଆସିପାରି ନଥିଲେ। ଏବେ ସେ ଦଳ ସହ ଯୋଗ ଦେଇ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ସଂପ୍ରତି ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଭାରତ ହାରିବା ପରେ ପରବର୍ତ୍ତୀ ୩ଟି ଯାକ ଜିତି ୩-୧ରେ ଆଗୁଆ ଶୃଙ୍ଖଳା କବ୍‌ଜା କରି ନେଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button