ଇସ୍ତଫା ଦେଲେ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ, ବିଜେପିରେ ଯୋଗ ଦେବାନେଇ ଚର୍ଚ୍ଚା – Kalinga News
[ad_1]
ନୂଆଦିଲ୍ଲୀ : କାଲକାଟା ହାଇକୋର୍ଟ ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ଆଜି ଇସ୍ତଫା ଦେଇଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଜଷ୍ଟିସ ଗଙ୍ଗୋପାଧ୍ୟାୟ ବିଜେପିରେ ଯୋଗ ଦେବାନେଇ ଚର୍ଚ୍ଚା ହେଉଥିବାବେଳେ ଆଜି ତାଙ୍କ ଇସ୍ତଫା ଏହି ଚର୍ଚ୍ଚାକୁ ଆହୁରି ଦୃଢ଼ିଭୂତ କରିଛି। ମଙ୍ଗଳବାର ଦିନ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଇସ୍ତଫା ଦେବେ ବୋଲି କହିଥିଲେ। ଜଣେ ବିଚାରପତି ଭାବେ ସେ ତାଙ୍କ କାର୍ଯ୍ୟ ଶେଷ କରିଥିବାରୁ ଇସ୍ତଫା ଦେବେ ବୋଲି କହିଥିଲେ। ତେବେ ତାଙ୍କ ନିଷ୍ପତ୍ତି ଉପରେ ସେ ପୁନଃ ବିଚାରବିମର୍ଶ କରିବାପାଇଁ ତାଙ୍କୁ କିଛି ଆଇନଜୀବୀ କହିଥିଲେ। କିନ୍ତୁ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଆଜି ଇସ୍ତଫା ଦେଇଛନ୍ତି। ତେବେ ବିଜେପିରେ ଯୋଗ ଦେବା ସଂକ୍ରାନ୍ତ ଚର୍ଚ୍ଚାକୁ ନେଇ ସେ କୌଣସି ଟିପ୍ପଣୀ ରଖିନାହାନ୍ତି। ଦିର୍ଘ ୨୪ ବର୍ଷ ଧରି ଜଷ୍ଟିସ ଗଙ୍ଗୋପାଧ୍ୟାୟ ହାଇକୋର୍ଟରେ ଆଇନ ଅଭ୍ୟାସ କରିଥିଲେ। ୨୦୧୮ ମେ’ ୨ରେ ସେ କାଲକାଟା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ଯୋଗ ଦେଇଥିଲେ। ୨୦୨୦ ଜୁଲାଇ ୩୦ରେ ସେ ଜଣେ ସ୍ଥାୟୀ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ।
[ad_2]