ବିଜେଡିରେ ଯୋଗଦେଲେ ବଣାଇ କିସାନ ସମାଜ ସଭାପତି – Kalinga News
[ad_1]
ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ବଣାଇ କିସାନ ସମାଜର ସଭାପତି ଓ ସମ୍ପାଦକଙ୍କ ସମେତ ୨ ହଜାରରୁ ଅଧିକ କର୍ମୀ ଆଜି ବିଜେଡିରେ ମିଶିଛନ୍ତି। ଶଙ୍ଖ ଭବନରେ ମନ୍ତ୍ରୀ ତଥା ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଂଜନ ଘଡ଼ାଇ, ସୁନ୍ଦରଗଡ଼ ଜିଲ୍ଲାର ସହପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକ ଓ ବଣାଇ ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଷ୍ଟାଲିନ ପରିଜାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସମସ୍ତ କିସାନ ସମାଜ କର୍ମୀଙ୍କୁ ଉପଢ଼ୌକନ ଦେଇ ଦଳକୁ ସ୍ୱାଗତ କରାଯାଇଥିଲା। କିସାନ ସମାଜର ଯୋଗଦାନ ଫଳରେ ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଘଡ଼ାଇ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ବିଜେଡିରେ ସାମିଲ ହୋଇଥିବା ବଣାଇ କିସାନ ସମାଜ ସଭାପତି ରତ୍ନାକର କିସାନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲୁ। ଦଳ ଆଗକୁ ଯାହା ଦାୟିତ୍ୱ ଦେବ ତାହାକୁ ସୁଚାରୁରୂପେ ତୁଲାଇବୁ। ଏହି ମିଶ୍ରଣ ପର୍ବରେ ବଣାଇ କିସାନ ସମାଜ ସମ୍ପାଦକ ଉତ୍ତମ କିସାନଙ୍କ ସମେତ ଗୋଲବଦନ କିସାନ, ହରିହର କିସାନ, ମିଶ୍ର କିଷାନ, ବନେଶ୍ୱର କିସାନ, ଚରଣ ପ୍ରଧାନ, ପ୍ରାଣକୃଷ୍ଣ କିସାନ, ମୁନା କିସାନ, ବାସୁଦେବ କିସାନ, ରାଧା କିସାନ, ରଣଜିତ କିସାନ, ଲକ୍ଷ୍ମୀ କିସାନ, ମଂଜୁଲତା କିସାନ, ଚମ୍ପାବତୀ କିସାନ, ମାଳତୀ କିସାନ, ନିରୂପମା କିସାନଙ୍କ ସହ ଦୁଇ ହଜାରରୁ ଅଧିକ କର୍ମୀ ବିଜେଡିରେ ସାମିଲ୍ ହୋଇଥିଲେ। ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
[ad_2]