ସ୍ୱାସ୍ଥ୍ୟ

ଥଣ୍ଡା, କାଶ ଓ କଫ ଭଳି ସମସ୍ୟାରୁ ତୁରନ୍ତ ମିଳିବ ଆରାମ

ଆଜିକା ସମୟରେ କିଛି ବି ରୋଗ ଛୋଟ ହୋଇ ନଥାଏ କାହିଙ୍କିନା ଏହା କେତେ ବେଳେ ବଡ ଆକାର ରୂପ ନେଇ ଆପଣଙ୍କ ଜୀବନ ନେଇ ଜୀବ ତାହା ବିଷୟରେ କେହି କହି ପାରିବେ ନାହିଁ । ତେବେ ଆମ ଖାଦ୍ଯ ପ୍ରଣାଳୀ ଏତେ ଖରାପ ଚାଲିଛି ଯେ ଆମକୁ ନିଜ ସ୍ୱାସ୍ଥ୍ୟ ଉପରେ ଅଧିକରୁ ଅଧିକ ଧ୍ୟାନ ଦବାକୁ ହବ । ଶରୀର ଏକ ଏମିତିକା ମେସିନ ଯେଉଁଥିରେ ସଠିକ ପୋଶତିକର ଖାଦ୍ଯ ଗଲେ ଏହା ଉତ୍ତମ କାମ କରିଥାଏ ନଚେତ ଏହାର ଅଙ୍ଗ ଖରାପ ହବାକୁ ଲାଗେ ଯାହା ମଣିଷ ପାଇଁ ବହୁତ ବଡ ସମସ୍ୟା ହୋଇଥାଏ ।

କରୋନା ବର୍ତମାନରେ କେତେ ଲୋକଙ୍କ ଜୀବନ ନେଇ ସାରିଛି ଆଉ କେତେ ଜୀବନ ନବ ତାହା ବିଷୟରେ କେହି କହି ପାରିବେ ନାହିଁ କିନ୍ତୁ ଏହା କେବଳ ଥଣ୍ଡା ଜର ଭାବରେ ଦେଖା ଦେଇଥାଏ ତେବେ ବିଚାର କରନ୍ତୁ ଯେଉଁ ଥଣ୍ଡା ଜରକୁ ଆମେ ସାମାନ୍ୟ ବିଚାର କରୁଥିଲୁ ତାହା ମଧ୍ୟ କେତେ ଘାତକ ରୂପ ନେଇ ପାରେ । ବହୁତ ଲୋକ ଅଛନ୍ତି ଯାହାଙ୍କୁ ଥଣ୍ଡା ଜର ହେଲେ ୨ ରୁ ୩ ଦିନ ଭିତରେ ଛାଡି ଯାଇଥାଏ କିନ୍ତୁ କଫ ବହୁତ ବହୁତ ଦିନ ଧରି ରହିଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଥଣ୍ଡା, କାଶ ଆଉ କଫ ଭଳି ସମସ୍ୟା ବହୁତ ସହଜରେ ଦୂର ହୋଇଯିବ ଆଉ ସାମଗ୍ରୀ ଆପଣଙ୍କ ଘରେ ମିଳିଯିବ ଯଦି ଘରେ ନଥାଏ ତେବେ ଲୋକାଲ ମାର୍କେଟରେ ସହଜରେ ମିଳିଯିବ । ଆପଣଙ୍କୁ ଦୁଇଟି ପାନ ପତ୍ର ନବାକୁ ହବ ଆପଣ ଏହି ପାନ ପତ୍ରରେ ୫ଟି ଗୋଲ ମରୀଚ ପକାନ୍ତୁ ଏହା ପରେ ଏଥିରେ ୫ଟି ତୁଲସୀ ପତ୍ର ପକାନ୍ତୁ ଆପଣ ଇଛା କଲେ ତୁଳସୀ ପତ୍ର ଆହୁରି ଅଧିକ ପକାଇ ପାରିବେ ।

ତେବେ ତୁଳସୀ ପତ୍ରରେ ରୋଗ ପ୍ରତି ରୋଧକ କ୍ଷୟମତା ବହୁତ ମାତ୍ରାରେ ରହିଥାଏ ସେଥିପାଇଁ ତୁଲସୀ ପତ୍ର ଖାଲି ଚୋବେଇବା ମଧ୍ୟ ଲାଭକାରୀ ହୋଇଥାଏ । ଏହା ପରେ ଆପଣ ଗୋଟେ ଛୋଟ କଞ୍ଚା ପିଆଜ ନିଅନ୍ତୁ ଏହି ସବୁ ଜିନିଷକୁ ପାନ ପତ୍ରରେ ମୋଦୀ ତାକୁ ପାନ ଚୋବେଇଲା ଭଳି ଅଳପ ଅଳପ ସେବନ କରନ୍ତୁ ଏହି ଉପାୟକୁ ଆପଣ ଦିନକୁ ୩ ଥର କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ମିଳିବ । ଆପଣଙ୍କୁ କେବେ ଥଣ୍ଡା କାଶ ବା କଫ ଭଳି ସମସ୍ୟା ହବ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button