ଦେଶ- ବିଦେଶ

ଆପଣଙ୍କ ପୁରୁଣା କୁଲର ମଧ୍ୟ ରୁମକୁ କରିଦେବ ପୁରା ଏସି ପରି ଥଣ୍ଡା, ଆପଣାନ୍ତୁ କେବଳ ଏହି 5 ଟି ଟ୍ରିକ

ଆଜିକାଲି ଗରମ ଯେଉଁପ୍ରକାର ହେଉଛି ଲୋକମାନେ ପୁରା ହନ୍ତସନ୍ତ ହୋଇଯାଉଛନ୍ତି। କେହି ଘରୁ ବାହାରିବାକୁ ଚାହୁଁନାହାନ୍ତି। ରାସ୍ତାରେ ଚାଲି ଚାଲି ମଧ୍ୟ କେହି ଯାଇପାରୁନାହାନ୍ତି। ବର୍ତ୍ତମାନ ଲୋକମାନେ ପୁରୁଣା କୁଲର୍ ଏବଂ ଏସିକୁ ବ୍ୟବହାର କରୁଛନ୍ତି। ଆପଣମାନେ ତ ଜାଣିଥିବେ ଭାରତର ଅଧିକାଂଶ ଲୋକ ଏସି ଅପେକ୍ଷା କୁଲର ବ୍ୟବହାର କରୁଛନ୍ତି।

ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ପୁରୁଣା କୁଲର୍ ବ୍ୟବହାର କରୁଛନ୍ତି। ଯଦି ଖରାପ ହୋଇଯାଏ ତେବେ ପୁଣି ମରାମତି କରି ଏହାକୁ ବର୍ଷ ବର୍ଷ ଧରି ବ୍ୟବହାର କରୁଛନ୍ତି। ତେବେ କୁଳର ଗୁଡିକ ବହୁତ ପୁରୁଣା ହେବା କାରଣରୁ ପୂର୍ବ ପରି ଭଲ ଥଣ୍ଡା ପବନ ଦେଇନଥାଏ। ଏହା ପରେ ବ୍ୟକ୍ତିଟି ଏକ ନୂଆ କୁଲର କିଣିବା ପାଇଁ ବାଧ୍ୟ ହୋଇଯାଏ।

ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ଏହି 5ଟି ଉପାୟ ଆଣିଛୁ, ଯାହା ଦ୍ୱାରା ଆପଣଙ୍କର ପୁରୁଣା କୁଲର୍ ମଧ୍ୟ ଏସି ପରି ଥଣ୍ଡା ପବନ ଦେବ। ତେବେ ଆସନ୍ତୁ ଜାଣିବା।

– ନୂଆ ହେଉ କିମ୍ବା ପୁରୁଣା କୁଲର ଏହାକୁ ସବୁବେଳେ ଖୋଲା ସ୍ଥାନରେ ରଖନ୍ତୁ। ସିଧାସଳଖ କହିବାକୁ ଗଲେ ଖୋଲା ସ୍ଥାନରେ କୁଲର ରଖିଲେ ଏହା ଅଧିକ ଥଣ୍ଡା ପବନ ଦେବ। ତେଣୁ କୁଲରକୁ ଝରକାରେ ଫିଟ୍ କରନ୍ତୁ କିମ୍ବା ଏହାକୁ ଜାଲି କବାଟ ପାଖରେ ରଖନ୍ତୁ।

– ଯଦି ଆପଣ କୁଲର କୁ ଏପରି ସ୍ଥାନରେ ରଖିଛନ୍ତି ଯେଉଁଠାରେ ଭେଣ୍ଟିଲେସନ୍ ନାହିଁ ତେବେ କୁଲର ଥଣ୍ଡା ପରିବର୍ତ୍ତେ ଗରମ ପବନ ଦେବ। କୁଲରକୁ ପର୍ଯ୍ୟାପ୍ତ ଭେଣ୍ଟିଲେସନ୍ ଆବଶ୍ୟକ ହୋଇଥାଏ। ରୁମରୁ ପବନ ବାହାରିଲେ ହିଁ କୁଲର୍ ଥଣ୍ଡା ପବନ ଦେବ।

– ଯେଉଁଠାରେ ଅଧିକ ସୂର୍ଯ୍ୟକିରଣ ପଡ଼ିଥାଏ ଲୋକମାନେ ପ୍ରାୟତଃ ସେହିଠାରେ ହିଁ କୁଲର କୁ ରଖନ୍ତି। ଏହା ଦ୍ୱାରା ଥଣ୍ଡା ପବନ ମିଳେ ନାହିଁ। କୁଲରକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ସିଧାସଳଖ ସୂର୍ଯ୍ୟ କିରଣ ପଡୁନଥିବ। ଯଦି ଘରର ସବୁ ସ୍ଥାନରୁ ଖରା ଆସୁଛି, ତେବେ ଏପରି ବ୍ୟବସ୍ଥା କରନ୍ତୁ ଯାହା ଦ୍ୱାରା ସିଧାସଳଖ ଖରା କୁଲର୍ ଉପରେ ପଡ଼ିବ ନାହିଁ।

– କୁଲରର ପାଣି ପମ୍ପରେ ଜଳ ପ୍ରବାହ ସଠିକ୍ ହେବା ଜରୁରୀ। ଯଦି ପମ୍ପକୁ ପାଣି ମିଳୁନାହିଁ ତେବେ କୁଲରରୁ ଥଣ୍ଡା ପବନ ଆସିବ ନାହିଁ। ପ୍ରାୟତଃ ଦେଖାଯାଏ ଯେ କୁଲରରେ ଥିବା ଜଳ ନିଷ୍କାସନ ହୋଲ୍ ଯଦି ବନ୍ଦ ହୋଇଯାଏ ତେବେ କୁଳରରେ ପାଣି ପ୍ରବାହ ଭଲ ହୁଏନାହିଁ ଏବଂ ଆଉ ଥଣ୍ଡା ପବନ ମିଳେନାହିଁ। ସେଥିପାଇଁ ଏହାକୁ ତୁରନ୍ତ ଯାଞ୍ଚ କରନ୍ତୁ ଏବଂ ହୋଲରୁ ଧୂଳି ବାହାର କରନ୍ତୁ।

-ଯଦି ଆପଣ ପୁରୁଣା କୁଲର୍ ବ୍ୟବହାର କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଏହାର ଭିତରେ ଥିବା ଘାସକୁ ପରିବର୍ତ୍ତନ କରନ୍ତୁ। କୁଲରର ଜାଲି ପଛରେ ଥିବା ଘାସରେ ଧୂଳି ଜମା ହୋଇ ଥିଲେ ଏଥିରେ ପାଣି ପସିବା ମାତ୍ରେ ଏହା ମଧ୍ୟ ଜାମ ହୋଇଯାଏ। ଏଭଳି ପରିସ୍ଥିତିରେ ବାୟୁର ରାସ୍ତା ଅବରୋଧ ହୋଇଯାଏ। ଯାହାପରେ ଆଉ ଥଣ୍ଡା ପବନ ମିଳେନାହିଁ। ସେଥିପାଇଁ ଘାସ ମଝିରେ ଫାଙ୍କା ରହିବା ନିହାତି ଜରୁରୀ।

Related Articles

Leave a Reply

Your email address will not be published. Required fields are marked *

Back to top button