ଦେଶ- ବିଦେଶ

ମଧ୍ୟପ୍ରଦେଶରେ ପିକ୍-ଅପ୍ ଓଲଟି ୧୪ ମୃତ, ୨୧ ଆହତ – Kalinga News

[ad_1]

ଭୋପାଳ: ମଧ୍ୟପ୍ରଦେଶରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୧୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମଧ୍ୟପ୍ରଦେଶ ଡିଣ୍ଡୋରି ଜିଲ୍ଲାରେ ଗୁରୁବାର ଭୋର ସମୟରେ ଏକ ପିକ୍-ଅପ୍ ଗାଡ଼ି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୨୧ ଜଣ ଆହତ ହୋଇଛନ୍ତି। ପୁଲିସ ସୂଚନାନୁଯାୟୀ ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ଏକ ‘ଗୋଦ ଭରାଇ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଡିଣ୍ଡୋରି ଜିଲ୍ଲାର ଶାହପୁରା ଥାନା ଅନ୍ତର୍ଗତ ଆମହାଇ ଦେବରୀ ଗାଁକୁ ଯାଇଥିଲେ ଏବଂ ସେଠାରୁ ଫେରୁଥିବା ବେଳେ ବଡ଼ଝର ଘାଟ ନିକଟରେ ଏହି ଘଟଣା ଘଟିଛି। ଘଟଣା ସମ୍ପର୍କରେ ଖବର ପାଇ ଡିଣ୍ଡୋରି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ପହଞ୍ଚି ପୀଡ଼ିତଙ୍କୁ ସାହାଯ୍ୟ କରିଥିଲେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button