ଦେଶ- ବିଦେଶ

ରୁଷ୍-ୟୁକ୍ରେନ ଯୁଦ୍ଧାଞ୍ଚଳରେ ଫସିଛନ୍ତି ୨୦ ଭାରତୀୟ, ଉଦ୍ଧାର ପାଇଁ ଏସଓଏସ୍ ପଠାଇଲେ – Kalinga News

[ad_1]

ନୂଆଦିଲ୍ଲୀ : ରୁଷ୍-ୟୁକ୍ରେନ ୱାରଜୋନରେ ପ୍ରାୟ ୨୦ ଜଣ ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାପାଇଁ ସେମାନେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଏସଓଏସ ପଠାଇଛନ୍ତି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ କହିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରନ୍ଧିର ଜୟସ୍ବାଲ କହିଛନ୍ତି, ଭାରତୀୟଙ୍କୁ ଫେରାଇ ଆଣିବାପାଇଁ ଭାରତ ଚେଷ୍ଟା ଜାରି ରଖିଛି ଏବଂ ରୁଷ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଉଛି। କେନ୍ଦ୍ର ସରକାର ଫେବ୍ରୁଆରି ୨୩ ତାରିଖରେ ସ୍ବୀକାର କରିଛନ୍ତି ଯେ କିଛି ଭାରତୀୟ ରୁଷ୍ –ୟୁକ୍ରେନ ଯୁଦ୍ଧରେ ଫସି ରହିଛନ୍ତି। ତେବେ ଭାରତ ସରକାର ରୁଷ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରଖିଛନ୍ତି। ରିପୋର୍ଟ ଅନୁଯାୟୀ ଡଜେନରୁ ଅଧିକ ଭାରତୀୟଙ୍କୁ ରୁଷରେ ସାମରିକ ସେବାରେ ନିୟୋଜିତ କରାଯାଇଥିଲା। ସେମାନଙ୍କ ଅଜାଣତରେ ସେମାନଙ୍କୁ ସେନାରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରେ ଜମ୍ମୁ କାଶ୍ମୀରର ଜଣେ ବ୍ୟକ୍ତି ଅଛନ୍ତି। ତାଙ୍କୁ ଫେରାଇ ଆଣିବାପାଇଁ ତାଙ୍କ ପରିବାର ସଦସ୍ୟ ଅପେକ୍ଷା କରିଛନ୍ତି। ବଳପୂର୍ବକ କିଛି ଭାରତୀୟ ନାଗରିକଙ୍କୁ ଯୁଦ୍ଧ ଲଢ଼ିବାକୁ କୁହାଯାଇଛି। ସେମାନେ୍ ଭାରତ ଫେରିବାପାଇଁ ଭାରତ ଏସଓଏସ ପଠାଇଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button