ସ୍ୱାସ୍ଥ୍ୟ

ନାରୀର ସୌନ୍ଦର୍ଯ୍ୟ ବୃଦ୍ଧିରେ ବକ୍ଷୋଜର ଭୂମିକା

ପ୍ରତ୍ୟେକ ନାରୀର ଏକ ବିଶେଷତ୍ୱ ରହିଥାଏ ଯାହା ହେଉଛି ତାହାର ସୌନ୍ଦର୍ଯ୍ୟ।ଏହି ସୌନ୍ଦର୍ଯ୍ୟ ତାହାର ଶାରୀରିକ ଗଠନ,ଅଙ୍ଗଭଙ୍ଗୀ,ଚାଲିଚଳନକୁ ମଧ୍ୟ ବୁଝାଇଥାଏ।ତେଣୁ ନାରୀର ସୌନ୍ଦର୍ଯ୍ୟ ବୃଦ୍ଧିରେ ବକ୍ଷୋଜର ମଧ୍ୟ ଭୂମିକା ଗୁରୁତ୍ୱପୂର୍ଣ।ତେଣୁ ଯେତେବେଳେ ନାରୀର ସୁନ୍ଦର ତଥା ସୁଢଳ ବକ୍ଷୋଜ ରହିଥାଏ ତେବେ ତାହାର ସୌନ୍ଦର୍ଯ୍ୟ ଦ୍ଵିଗୁଣିତ ହେଇଯାଏ।ମାତ୍ର ସମସ୍ତ ନାରୀଙ୍କର ସୁନ୍ଦର ବକ୍ଷୋଜ ନଥାଏ।ଅନେକଙ୍କର ବକ୍ଷୋଜ ଝୁଲିପଡ଼ିଥାଏ ତାହା ପତିତ ହେଇଯାଏ।ମାତ୍ର ଏପରି କିଛି ଉପଚାର ରହିଛି ଯାହାକୁ କରିବାଦ୍ୱାରା ନାରୀମାନଙ୍କର ବକ୍ଷୋଜ କେବେ ମଧ୍ୟ ପତିତ ହେବନାହିଁ।ଚିରଦିନ ପାଇଁ ତାହା ସୁଢଳ ହେଇରହିବ।ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ।

ଯଦି ଏକ ନାରୀ ନିଜର ପ୍ରଥମ ଋତୁଚକ୍ର ସମୟରେ ଚାଉଳଧୁଆ ପାଣିରେ ନସ୍ୟ ସେବନ କରେ ତେବେ ତାହାର ବକ୍ଷୋଜ କେବେ ମଧ୍ୟ ପତିତ ହେବନାହିଁ।ସେହିପରି ଯଦି କୌଣସି ନାରୀ ନିଜର ପ୍ରଥମ ୠତୁଚକ୍ର ସମୟରେ ବାହାରିଥିବା ପ୍ରଥମ ରକ୍ତକୁ ଯଦି ନିଜ ବକ୍ଷୋଜ ରେ ମାରିବ ତେବେ ତାହାର ବକ୍ଷୋଜ କେବେ ମଧ୍ୟ ଝୁଲିପଡିବ ନାହିଁ।ଯଦି ନାରୀମାନେ ଭୂଇଁ କଦମ୍ବ ଏବଂ ପିପ୍ପଳି କୁ ରାଶିତେଲରେ ପାକ କରି ସେହି ତୈଳରେ ତୁଲା ତିନ୍ତାଇ ଯଦି ତାହାକୁ ନିଜ ବକ୍ଷୋଜ ରେ ମାରିବେ ତେବେ ସେମାନଙ୍କର ବକ୍ଷୋଜ ବେଲଫଳ ପରି ଉନ୍ନତ ହେବ ତଥା କେବେ ମଧ୍ୟ ପତିତ ହେବନାହିଁ।ଏହି ତୈଳକୁ ଲଗାଇବା ସହ ଏହାର ନୈସ୍ୟକୁ ମଧ୍ୟ ସେବନ କରିବାର ଆବଶ୍ୟକତା ରହିଛି।

ଆହୁରି ଏକ ପ୍ରଣାଳୀ ରହିଛି ଯାହା ଆପଣମାନେ ଅତ୍ୟନ୍ତ ସହଜରେ କାର୍ଯ୍ୟକାରୀ କରିପାରିବେ।ଏଥିପାଇଁ ଗମ୍ଭାରୀ ଗଛର ଛେଲି ଆବଶ୍ୟକ।ତେଣୁ ଆପଣ ପ୍ରଥମେ କିଛି ଗମ୍ଭାରୀ ଗଛର ଛେଲି ସଂଗ୍ରହ କରନ୍ତୁ।ଏହାର ଏକ କ୍ୱାର୍ଟ ପ୍ରସ୍ତୁତ କରନ୍ତୁ।ଏହାକୁ ରାଶିତେଲ ରେ ପକାଇ ଏକ ପାକ ପ୍ରସ୍ତୁତ କରନ୍ତୁ।ଏହି ତୈଳକୁ ତୁଳା ଦ୍ୱାରା ପ୍ରତ୍ୟେକ ଦିନ ନିଜ ବକ୍ଷୋଜ ରେ ମାଲିସ କରନ୍ତୁ।ଏହିପାରି ୩ ମାସ ଯାଏ ନିୟମିତ ଭାବେ ଆପଣଙ୍କୁ ମାଲିସ କରିବାକୁ ହେବ।ଆପଣ ଦେଖିପାରିବେ ଯେ ୩ ମାସପରେ ଏକ ଚମତ୍କାର ହେଇଥିବ।ଆପଣଙ୍କର ସ୍ତନର ଉତ୍ଥାନ ହେଇଯାଇଥିବ।ଯେଉଁମାନଙ୍କ ସ୍ତନ ପତିତ ସ୍ତନ ରହିଛି ସେମାନଙ୍କ ପାଇଁ ଏହି ପ୍ରଣାଳୀ ଅତ୍ୟନ୍ତ ଉପାଦେୟ ଅଟେ।ଏହି ସମସ୍ତ ଉପଚାର ଯଦି ଆପଣମାନେ କରିବେ ତେବେ ଆପଣଙ୍କର ସ୍ତନ ଜନିତ ସମସ୍ତ ସମସ୍ୟା ଦୂର ହେଇଯିବ।ଆପଣଙ୍କର ସ୍ତନ ଆହୁରି ଅଧିକ ସୁନ୍ଦର ହେଇଯିବା ସହ ଆପଣଙ୍କର ସୌନ୍ଦର୍ଯ୍ୟତା ମଧ୍ୟ ବୃଦ୍ଧି ହେଇଯିବା।

Related Articles

Leave a Reply

Your email address will not be published. Required fields are marked *

Back to top button