ସ୍ୱାସ୍ଥ୍ୟ

5 ମିନିଟରେ ବନ୍ଦ ନାକ ଖୋଲିଯିବ, ଛାତି ଓ ଗଳାରେ ଜମିଥିବା କଫ ବାହାରି ଶ୍ଵାସନଳୀ ପୁରା ସଫା ହେବ

ଆମକୁ ଥଣ୍ଡା ଧରିଲେ ନାକ ଚୁଣ୍ଟି ହେବା କାରଣରୁ ବହୁ ଅସ୍ତବ୍ୟସ୍ତ ଲାଗିଥାଏ । ଏଥିପାଇଁ ଆମେ କିଛି ନାସାଲ କ୍ରିମ କିମ୍ବା ଡ୍ରପ ବ୍ୟବହାର କରିଥାଉ । ଯାହା ଆମକୁ ଅଳ୍ପ ସମୟ ପାଇଁ ତ ଆରାମ ଦେଇଥାଏ କିନ୍ତୁ ସଂପୂର୍ଣ୍ଣ ସମାଧାନ କରିପାରେନି । ଶ୍ଵାସନଳୀ ସଂପୂର୍ଣ୍ଣ ପରିଷ୍କାର ନହେଲେ ବାରମ୍ବାର ନାକ ବନ୍ଦ ହୋଇଥାଏ । ତେବେ ଏହାକୁ ସଂପୂର୍ଣ୍ଣ ପରିଷ୍କାର କରି ଆପଣଙ୍କ ବନ୍ଦ ନାକ ଖୋଲିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଚମତ୍କାରୀ ଘରୋଇ ଉପଚାର ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣ ଏକ ପାତ୍ରରେ ଏକ ଗ୍ଳାସ ପାଣି ନିଅନ୍ତୁ ଓ ଏହାକୁ ଗ୍ଯାସରେ ବସେଇ ଗରମ କରନ୍ତୁ । ପାଣି ଗରମ ହେବା ପରେ ଏଥିରେ ଏକ ଚାମୁଚ ଜୀରା ପକାନ୍ତୁ ଏବଂ ଏହାପରେ ଚାରିରୁ ପାଞ୍ଚଟି ଲବଙ୍ଗକୁ ଗୁଣ୍ଡ କରି ସେହି ପାଣିରେ ପକାନ୍ତୁ । ଏବେ ଏହି ଜୀରା ଓ ଲବଣ ମିଶ୍ରିତ ପାଣିକୁ କେବଳ ତିନିରୁ ଚାରି ମିନିଟ ଗରମ କରନ୍ତୁ ।

ଏହି ଉପଚାରର ପ୍ରୟୋଗ କରିବା ଦ୍ଵାରା କେବଳ ଆପଣଙ୍କ ନାମ ଖୋଲିବ ତାହା ନୁହେଁ ବରଂ ଆପଣଙ୍କ ଛାତିରେ ଜମିଥିବା କଫ ମଧ୍ୟ ଏକାଥରେ ସଫା ହୋଇଯିବ । ଏହାସହ ଆପଣଙ୍କ ଶ୍ଵାସନଳୀ ଖୋଲିଯିବ ଏବଂ ନାକରେ ଥିବା ବ୍ୟାକ୍ଟେରିଆ ଓ ଜୀବାଣୁ ମଧ୍ୟ ଶେଷ ହେବା ସହ ନିଃଶ୍ଵାସ ପ୍ରଶ୍ଵାସ ନେବା ଅସୁବିଧା ମଧ୍ୟ ବନ୍ଦ ହୋଇଯିବ ।

ଆପଣ ଜାଣି ରଖନ୍ତୁ ଯେ ଆପଣଙ୍କ ଛାତିରେ ଯଦି ସବୁବେଳେ କଫ ଜମା ହୁଏ ତେବେ ଭବିଷ୍ୟତରେ ଆପଣଙ୍କୁ ଶ୍ଵାସରୋଗ ବା ଆଜମା ଭଳି ସମସ୍ଯା ଭୋଗ କରିବାକୁ ପଡିପାରେ । ଏହି ଉପଚାରର ପ୍ରୟୋଗ କରିବା ଦ୍ଵାରା ଆପଣ ଏହି ଭୟଙ୍କର ସମସ୍ୟାରୁ ମଧ୍ୟ ବଞ୍ଚିକି ରହିବେ ।

ବଜାରରେ ମିଳୁଥିବା କେମିକାଲ ଯୁକ୍ତ ନାସାଲ ସ୍ପ୍ରେ ବଦଳରେ ଆପଣ ଏହି ଘରୋଇ ଉପଚାର ଥରେ ପ୍ରୟୋଗ କରି ଦେଖନ୍ତୁ । ଏହି ଉପଚାର ଆପଣଙ୍କୁ ବିଭିନ୍ନ ଉପାୟରେ ଫାଇଦା ଦେବ । ତେବେ ଆପଣ ଯେତେବେଳେ ଏହି ଘରୋଇ ଉପଚାରଟି ଫୁଟିବାକୁ ଲାଗିବ ଆପଣ ଏହାକୁ ଗ୍ଯାସରୁ ଓହ୍ଲାଇ ଆଣନ୍ତୁ ଏହାର ବାମ୍ଫ ନିଃଶ୍ଵାସ ବାଟେ ନିଅନ୍ତୁ ।

ବାମ୍ଫ ନେବା ପ୍ରକ୍ରିୟା ତ ଆପଣ ଜାଣିଥିବେ । ଏଥିପାଇଁ ମୁଣ୍ଡରେ ଏକ ଗାମୁଛା ବା ଟାୱେଲ ପକାନ୍ତୁ ଯେମିତି ଏହାର ବାଷ୍ପ ବାହାରକୁ ନଯିବ । ଏହାକୁ ନାକ ବାଟେ ନେଇ ପାଟି ବାଟେ ଛାଡନ୍ତୁ ଏବଂ ପାଟି ବାଟେ ନେଇ ନାକ ବାଟେ ଛାଡନ୍ତୁ ।ଏମିତି ବାରମ୍ବାର ୫ରୁ ୧୦ମିନିଟ ବାଷ୍ପ ନିଅନ୍ତୁ । ଦେଖିବେ ଆପଣଙ୍କ ନାକ ସଂପୂର୍ଣ୍ଣ ଭାବେ ଖୋଲିଯିବ । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button