6 ମାସରେ ଥରେ ପିଅନ୍ତୁ ଏହି ଚମତ୍କାରୀ ଡ୍ରିଙ୍କ, ଚର୍ମରୋଗ, କବଜ, ମୁଣ୍ଡବିନ୍ଧା ଭଳି ହଜାରେ ପ୍ରକାରର ରୋଗ ସବୁ ଭଲ ହୋଇଯିବ
ଧୂଳି, ପାଣି, ପବନ ଓ ଖାଦ୍ୟ ଦ୍ଵାରା ଆମ ଶରୀରକୁ ଟକ୍ସିନ ଆସିଥାଏ । ଯଦି ଆପନ୍ନକ ନିଦ ପୂର୍ଣ୍ଣ ହେଲା ପରେ ବି ଆପଣଙ୍କୁ ଥକ୍କା ଲାଗୁଛି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଶରୀରର ସମସ୍ତ ଟିସ୍ୟୁରେ ଟକ୍ସିନ ଭର୍ତ୍ତି ହୋଇ ରହିଛି । ଏମିତି ସ୍ଥିତିରେ ଆପଣ ନିଜ ଶରୀରକୁ ଡିଟକ୍ସ କରି ଟକ୍ସିନକୁ ବାହାର କରିବା ନିହାତି ଆବଶ୍ୟକ । ନଚେତ ଆପଣଙ୍କ ଶରୀରରେ ହଜାରେ ପ୍ରକାରର ରୋଗ ଜନ୍ମ ନେଇଥାଏ । ଏହି ସମସ୍ଯାକୁ ଭଲ କରିବା କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାରୀ ଡ୍ରିଙ୍କ ନେଇ ଆସିଛୁ ।
ଆମ ଶରୀରରେ ଟକ୍ସିନ ଜମା ହେଲେ ଆମକୁ ଅନେକ ପ୍ରକାର ସଂକେତ ଦେଇଥାଏ । ଯଦି ଡାଏଟ ଓ ବ୍ୟାୟାମ ପରେ ଆପଣଙ୍କ ଓଜନ କମୁନାହିଁ ତେବେ ଆପଣଙ୍କ ଶରୀରରେ ଟକ୍ସିନ ବଢି ଥାଇପାରେ । ଏହାସହ କବଜ ଓ ଚର୍ମ ରୋଗ ଭଳି ସମସ୍ଯା ମଧ୍ୟ ଦେଖା ଦେଇଥାଏ । ଶରୀରରେ ବହୁତ ଅଧିକ ଟକ୍ସିନ ଥିଲେ ତାକୁ ବାହାର କରିବା ପାଇଁ ଲିଭରରେ ବହୁତ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ଯାହାଫଳରେ ଆମ ଶରୀର ଗରମ ରହିଥାଏ । ପାଚନତନ୍ତ୍ର ଖରାପ ଥିଲେ ବା ଟକ୍ସିନ ଭରି ରହିଥିଲେ ମୁଖରୁ ମଧ୍ୟ ଦୁର୍ଗନ୍ଧ ବାହାରିଥାଏ । ରକ୍ତରେ ଟକ୍ସିନ ଥିଲେ ଏହା ଆମ ନର୍ଭସ ସିଷ୍ଟମକୁ ପ୍ରଭାବିତ କରିଥାଏ । ଫଳରେ ଖୁବ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ । ତେବେ ଏହି ଟକ୍ସିନକୁ ବାହାର କରିବା ପାଇଁ ଏହି ଘରୋଇ ଉପଚାରକୁ କେମିତି ପ୍ରସ୍ତୁ କରିବା ଚାଲନ୍ତୁ ଜାଣିବା ।
ପ୍ରଥମେ ଆପଣ ଏକ ପାତ୍ରରେ ଏକ ଗ୍ଳାସ ବା ୨୫୦ଗ୍ରାମ କ୍ଷୀର ନେଇ ଗ୍ଯାସରେ ବସାନ୍ତୁ । ଏବେ ଏହି କ୍ଷୀରକୁ ଫୁଟିବାକୁ ଛାଡି ଦିଅନ୍ତୁ । କ୍ଷୀର ଫୁଟୁଥିବା ବେଳେ ଏକ ଲେମ୍ବୁରୁ ରସ ବାହାର କରି ଦିଅନ୍ତୁ । ପେଟ ରୋଗ ବା କବଜ ଭଳି ସମସ୍ଯା ପାଇଁ ଏହା ରାମବାଣ ଔଷଧ ଅଟେ । ସବୁଠୁ ଭଲ କଥା ହେଲା ପିଲା, ବୁଢା, ଗର୍ଭବତୀ ମହିଳା ଓ ରୋଗୀ ଲୋକମାନେ ସମସ୍ତେ ଏହାକୁ ବ୍ୟବହାର କରିପାରିବେ ।
କ୍ଷୀର ଭଲରେ ଫୁଟି ସାରିବା ପରେ ଗ୍ଯାସ ବନ୍ଦ କରି ଦିଅନ୍ତୁ ଓ ଏବେ ସେଥିରେ ଚିପୁଡି ରଖିଥିବା ଲେମ୍ବୁ ରସକୁ ଧୀରେ ଧୀରେ ପକାନ୍ତୁ । ଏହାକୁ ଧୀରେ ଧୀରେ କରି ଚାମୁଚ ଦ୍ଵାରା ଘାଣ୍ଟନ୍ତୁ, ଦେଖିବେ କିଛି ସମୟ ପରେ କ୍ଷୀର ଛିଡିଯିବ ଏବଂ ଛେନା ଓ ପାଣି ଅଲଗା ଅଲଗା ହୋଇଯିବ । ଏବେ ଆପଣ ଏହି ପାଣିକୁ ଛଣି ନିଅନ୍ତୁ ।
ଏହି ଛେନାରେ ଅଳ୍ପ ଚିନି ମିଶାଇ ଆପଣ ଏହାକୁ ଖାଇପାରିବେ । ଏବେ ଆପଣ ବଳିଥିବା ପାଣିକୁଆ ସଂପୂର୍ଣ୍ଣ ଥଣ୍ଡା ହେବାକୁ ଦିଅନ୍ତୁ । ଏହି ପାଣିକୁ ଖାଦ୍ଯ ଖାଇବାର ଦୁଇ ଘଣ୍ଟା ପୂର୍ବରୁ ବା ଖାଦ୍ଯ ଖାଇବାର ଦୁଇ ଘଣ୍ଟା ପରେ ସେବନ କରିବାକୁ ହେବ । ଏଥିରେ କୌଣସି ଚିନି କି କିଛି ମିଶାଇ ପିଅନ୍ତୁ ନାହିଁ ସେମିତି ହିଁ ସେବନ କରନ୍ତୁ । ଯଦି କ୍ଷୀର ଆପେ ଆପେ ଛିଣ୍ଡି ଯାଇଥିବ ତେବେ ସେପରି କ୍ଷୀରର ପାଣି ଆପଣ ପିଅନ୍ତୁ ନାହିଁ ।
୬ ମାସରେ ଥରେ ୧୫ ଦିନ ଧରି ଆପଣ ଏହି ପାଣିକୁ ସେବନ କରନ୍ତୁ । ଆପଣଙ୍କ ଶରୀରରେ ଯାହାବି ବିଷାକ୍ତ ପଦାର୍ଥ ଥିବ ସବୁ ବାହାରିଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ