ମନୋରଞ୍ଜନ

ମୁଁ ଆରାଧ୍ୟାଙ୍କୁ ପରାମର୍ଶ ଦେଇପାରିବି ନାହିଁ; ଜାଣନ୍ତୁ କାହିଁକି ଏଭଳି କହିଲେ ନବ୍ୟା – Kalinga News

[ad_1]

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଶ୍ବେତାଙ୍କ ବଚ୍ଚନଙ୍କ ଝିଅ ନବ୍ୟା ନବେଲି ନନ୍ଦା ତାଙ୍କ ବହୁ ପ୍ରତୀକ୍ଷିତ ପୋଡକାଷ୍ଟ ହ୍ବାଟ ଦ ହେଲ ନବ୍ୟାର ଦ୍ୱିତୀୟ ସିଜିନ୍ ସହିତ ଫେରିଛନ୍ତି। ନବ୍ୟା ଦ୍ୱିତୀୟ ସିଜିନର ପ୍ରଥମ ଅଧ୍ୟାୟରେ ତାଙ୍କ ମାତା ଶ୍ୱେତା ବଚ୍ଚନ ଏବଂ ଜେଜେମା ଜୟା ବଚ୍ଚନଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ନବ୍ୟା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କୁ ପ୍ରଶଂସା କରିଥିବା ଦେଖାଯାଇଥିଲା। ନୂତନ ପିଢ଼ିର ପିଲାମାନେ ବିଶ୍ୱ ବିଷୟରେ ଅଧିକ ସଚେତନ ବୋଲି କହିଥିଲେ ନବ୍ୟା।

ନବ୍ୟାଙ୍କୁ ଯେତେବେଳେ ଆରାଧ୍ୟାଙ୍କୁ ଗୋଟିଏ ପରାମର୍ଶ ଦେବାକୁ କୁହାଯାଇଥିଲା, ସେତେବେଳେ ସେ କହିଥିଲେ ଯେ, ମୁଁ ତାଙ୍କୁ କ’ଣ ପରାମର୍ଶ ଦେବି। ସେ ବହୁତ ବୁଝିବାର ପିଲା। ମୋଠୁ ଅଧିକ ଜାଣନ୍ତି। ମୁଁ ଜାଣେ ନାହିଁ ମୁଁ ତାଙ୍କୁ କେବେ ପରାମର୍ଶ ଦେବିପାରିବି କି ନାହିଁ। ଯେତେବେଳେ ମୋତେ ୧୨ବର୍ଷ ହୋଇଥିଲା, ସେତେବେଳେ ମୁଁ ଦୁନିଆ ବିଷୟରେ ଅଧା ଜିନିଷ ଜାଣିନଥିଲି। ହେଲେ ନୂତନ ପିଢ଼ିର ପିଲାମାନେ ଦୁନିଆ ବିଷୟରେ ବହୁତ ସଚେତନ। ଆରାଧ୍ୟାଙ୍କୁ ବର୍ତ୍ତମାନ ୧୨ବର୍ଷ ବୟସ। ସେ ଏତେ କମ୍ ବୟସରେ ସବୁକିଛି ବିଷୟରେ ଅଧିକ ଅବଗତ ଅଛନ୍ତି। ପରିବାରରେ କିଛି ହେଲେ ସେ ବହୁତ ଭଲ ଭାବରେ ବୁଝନ୍ତି। ସେଥିପାଇଁ ମୁଁ ଭାବୁନାହିଁ ଯେ ମୁଁ ତାଙ୍କୁ କେବେବି ପରାମର୍ଶ ଦେବାକୁ ସମର୍ଥ ହେବି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button