ଦେଶ- ବିଦେଶ

ଏଥର ହୋଲିରେ ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରଣ, ଜାଣନ୍ତୁ କଣ ରହିଛି ଏହାର ପ୍ରଭାବ

ହିନ୍ଦୁ ଧର୍ମରେ ଅନେକ ଶାସ୍ତ୍ର ପୁରାଣ ରହିଛି । ଏମାନଙ୍କ ମଧ୍ୟରୁ ଜୋତିଷଶାସ୍ତ୍ର ହେଉଛି ସମ୍ପୂର୍ଣ୍ଣ ଭିନ୍ନ । କାରଣ ଏହି ଶାସ୍ତ୍ର ସାହାଯ୍ୟରେ ଜୋତିଷ ବିଶାରଦମାନେ ଗ୍ରହ ନକ୍ଷତ୍ରଙ୍କ ଗଣନା ଠାରୁ ଆରମ୍ଭ କରି ଜଣେ ବ୍ୟକ୍ତିର ଭବିଷ୍ୟତ ବିଷୟରେ ଅନେକ କିଛି କଥା ଜାଣିପାରନ୍ତି । ଏଥିସହିତ କେଉଁ ଗ୍ରହ କେଉଁ ସମୟରେ ସେମାନଙ୍କ ଗତିପଥ ପରିବର୍ତ୍ତନ କରନ୍ତି ତାହା ଏହି ଜ୍ୟୋତିଷଶାସ୍ତ୍ର ମାଧ୍ୟମରେ ହିଁ ଜଣାପଡିଥାଏ । ତେବେ ଏହି ଗ୍ରହ ନକ୍ଷତ୍ରମାନେ ସେମାନଙ୍କ ସ୍ଥାନ ପରିବର୍ତ୍ତନ କରିବା ଦ୍ୱାରା ପୂର୍ଣ୍ଣିମା, ଅମାବାସ୍ୟା, ସୂର୍ଯ୍ୟ ପରାଗ, ଚନ୍ଦ୍ର ଗ୍ରହଣ ଆଦି ହୋଇଥାଏ । ତେବେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆସନ୍ତା ମାସ ୨୫ ତାରିଖରେ ପଡୁଛି । ଯାହାକି ଚଳିତ ବର୍ଷର ରଙ୍ଗ ଖେଳକୁ ଫିକା କରିପାରେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆସନ୍ତା ମାସ ୨୫ ତାରିଖ ଅର୍ଥାତ ରଙ୍ଗର ପର୍ବ ହେଉଛି ହୋଲି ଦିନ ହିଁ ପଡୁଛି । ଫଳରେ ଏହା ରଙ୍ଗର ପର୍ବକୁ ଫିକା କରିପାରେ ବୋଲି ଅନୁମାନ କରାଯାଉଛି । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଫାଲଗୁନ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ହୋଲି ପର୍ବ ପାଳନ କରାଯାଇଥାଏ । ଏହାର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଏଥର ହୋଲି ଖେଳ ହେବ କି ନାହିଁ , ଯଦି ହେବ କେଉଁ ସମୟରେ ହେବ ତାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ତେବେ ହୋଲିରେ ଚନ୍ଦ୍ର ଗ୍ରହଣର କଣ ପ୍ରଭବ ପଡୁଛି ଆସନ୍ତୁ ଜାଣିବା ।

ରଙ୍ଗର ପର୍ବ ହେଉଛି ହୋଲି । ଏହି ପର୍ବକୁ ସାରା ଦେଶ ଖୁବ୍ ଧୁମଧାମରେ ପାଳନ କରିଥାଏ । ଖୁସି, ଉଲ୍ଲାସ ଓ ଭାଇଚାରାର ପର୍ବ ହୋଲିରେ ପରସ୍ପରକୁ ରଙ୍ଗ ଲଗାଇବା ସହ ଅଭିନନ୍ଦନ ଜଣାଇଥାନ୍ତି । କିନ୍ତୁ ଚଳିତ ବର୍ଷ ହୋଲିରେ ପାଡୁଛି ଚନ୍ଦ୍ର ଗ୍ରହଣ । ହୋଲି ଦିନ ଅର୍ଥାତ ମାର୍ଚ୍ଚ ୨୫ ତାରିଖରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ପଡୁଥିବା ଜ୍ୟୋତିଷ ଶାସ୍ତ୍ରରୁ ଜଣାପଡିଛି । ଏହି ଚନ୍ଦ୍ର ଗ୍ରହଣ ୨୫ ତାରିଖ ଦିନ ସକାଳ ୧୦ଟା ୨୪ ରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ୧ ମିନିଟ୍ ରେ ସମାପ୍ତ ହେବ । ଚନ୍ଦ୍ର ଗ୍ରହଣର ସୁତକ କାଳ ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ । ଏହି ସମୟରେ କୌଣସି ଶୁଭ କାଯ୍ୟ, ମାଙ୍ଗଳିକ କାଯ୍ୟ, ପୂଜା-ପାଠ ଯଜ୍ଞ ଆଦି କରାଯାଏ ନାହିଁ । ଏହି ସମୟରେ ମନ୍ଦିର ଦ୍ୱାର ବନ୍ଦ ରହିଥାଏ । ତେବେ ଚନ୍ଦ୍ର ଗ୍ରହଣ ଦିନରେ ହେଉଥିବାରୁ ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ । ଏହା ଆୟରଲ୍ୟାଣ୍ଡ, ଇଟାଲି, ଜର୍ମାନୀ, ଇଂଲଣ୍ଡ, ଫ୍ରାନ୍ସ, ଆମେରିକା ଆଦି ସ୍‌ଛାନରେ ଦେଖିବାକୁ ମିଳିବ ।

Related Articles

Leave a Reply

Your email address will not be published. Required fields are marked *

Back to top button