ଦିନେ କପିଲ୍ଙ୍କ ସୋ’ରେ ଦର୍ଶକଙ୍କ ମେଳରେ ବସି ତାଳି ବଜାଉଥିଲେ ଈଶା, ଭାଇରାଲ୍ ହେଲା ପୁରୁଣା ଭିଡିଓ – Kalinga News

[ad_1]
ମୁମ୍ବାଇ: ବିଗ୍ବସ୍-୧୭ ସିନା ସରିଯାଇଛି, ହେଲେ ତା’ର ପ୍ରତିଦ୍ବନ୍ଦ୍ବୀମାନଙ୍କୁ ନେଇ ଚର୍ଚ୍ଚା ଏଯାଏ ସରିନି। ଏହି ସିଜିନ୍ରେ ପ୍ରତିଦ୍ବନ୍ଦ୍ବୀମାନେ ବି ଦର୍ଶକଙ୍କ ମନରେ ଘର କରିବା ପରି ଥିଲେ। ସମସ୍ତେ ନିଜ ନିଜର ସ୍ବତନ୍ତ୍ରତା ପାଇଁ ମୂଳରୁ ହିଁ ଚର୍ଚ୍ଚାରେ ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ଏକ ପୁରୁଣା ଭିଡିଓ ପାଇଁ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି ବିଗ୍ବସ୍-୧୭ର ପ୍ରତିଦ୍ବନ୍ଦ୍ବୀ ଈଶା ମାଲବ୍ୟ। ଆପଣ ଜାଣନ୍ତି କି ଈଶା ମାଲବ୍ୟ ଏକଦା କପିଲ ଶର୍ମାଙ୍କ ସୋ’ରେ ନଜର ଆସିଥିଲେ?
Bolo bolo yea kon hain ??????
Baby isha
Journey from a common audience to rising star#IshaMalviya #IshaHolics #BiggBoss17 pic.twitter.com/lUMQ0dImK0
— Reyansh . Risk everything… Regret nothing… (@reyansha91) February 23, 2024
ଏହି ସୋ’ରେ ଈଶା ଦଳର ଏକ ଅଂଶ ନଥିଲେ, ବରଂ ସେ ଦର୍ଶକ ଭାବରେ ସୋ’ରେ ପହଞ୍ଚିଥିଲେ। ଈଶାଙ୍କର ଏକ ପୁରୁଣା ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଦର୍ଶକ ଧାଡିରେ ବସିଥିବା ବେଳେ ସେ କରତାଳି ଦେଇ ହସୁଥିବାର ନଜର ଆସିଛନ୍ତି। ଈଶା ମାଲବ୍ୟଙ୍କ ଏହି ଭିଡିଓ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଆପଣ ଜାଣନ୍ତି ଯେ ଈଶା ‘ବିଗ୍ ବସ୍ ୧୭’ ର ଜଣେ ଚର୍ଚ୍ଚିତ ପ୍ରତିଦ୍ବନ୍ଦ୍ବୀ ଥିଲେ। ଟିଭି ସୋ’ ‘ଉଦରିଆଁ’ ହେତୁ ତାଙ୍କର ଅନେକ ପ୍ରଶଂସକ ଥିଲେ, କିନ୍ତୁ ‘ବିଗ୍ ବସ୍’କୁ ଯିବା ପରେ ଏହା ଆହୁରି ବୃଦ୍ଧି ପାଇଲା। ବର୍ତ୍ତମାନ ଯେଉଁଠି ଈଶା ଯାଆନ୍ତି, ପାପାରାଜି ଏବଂ ପ୍ରଶଂସକମାନେ ତାଙ୍କୁ ଘେରି ରହିଥାନ୍ତି। କିନ୍ତୁ କ୍ୱଚିତ୍ କେହି ଜାଣିଥିବେ ଯେ ଈଶା ଅଭିନେତ୍ରୀ ହେବା ପୂର୍ବରୁ ଜଣେ ମଡେଲ୍ ଥିଲେ। ସେ ପ୍ରତିଯୋଗୀ ଭାବରେ କିଛି ରିଆଲିଟି ସୋ’ରେ ମଧ୍ୟ ଭାଗ ନେଇଥିଲେ। କପିଲ ଶର୍ମାଙ୍କ ସୋ’ରେ ମଧ୍ୟ ତାଙ୍କୁ ଥରେ ଦେଖିବାକୁ ମିଳିଥିଲା।
[ad_2]