ରାଜନୀତି

ମାର୍ଚ୍ଚ ୧୩ ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା: ପ୍ରାର୍ଥୀଙ୍କ ଉପରେ ନଜର ରଖିବ ଏଆଇ – Kalinga News

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଛି। ନିର୍ବାଚନ କମିସନ ମାର୍ଚ୍ଚ ୧୩ ତାରିଖ ପରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି।। ଏହା ପୂର୍ବରୁ ନିର୍ବାଚନ କମିସନ ମାର୍ଚ୍ଚ ପ୍ରଥମ ସୁଦ୍ଧା ଜମ୍ମୁ-କାଶ୍ମୀର ସମେତ ବିଭିନ୍ନ ରାଜ୍ୟ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ନିର୍ବାଚନ କମିସନ ପଶ୍ଚିମବଙ୍ଗର ସମ୍ବେଦନଶୀଳ ବୁଥ୍‌ଗୁଡ଼ିକର ତାଲିକା ମାଗିଛନ୍ତି। ଏଥର ମଧ୍ୟ ସାଧାରଣ ନିର୍ବାଚନ ୭-୮ ପର୍ଯ୍ୟାୟରେ ହେବା ସମ୍ଭାବନା ରହିଛି। ୨୦୧୯ରେ ସାଧାରଣ ନିର୍ବାଚନ ପାଇଁ ୭ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ନିର୍ବାଚନ ତାରିଖ ଘୋଷଣା ୧୦ ମାର୍ଚ୍ଚରେ ହୋଇଥିବା ବେଳେ ନିର୍ବାଚନ କମିସନ ୧୧ ଏପ୍ରିଲ ୨୦୧୯ରୁ ୧୯ ମେ ୨୦୧୯ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ନିର୍ବାଚନ କରାଇଥିଲେ। ମେ ୨୩ରେ ନିର୍ବାଚନ ଫଳାଫଳ ଆସିଥିଲା।

ବିଜେପି ଏହି ନିର୍ବାଚନରେ ୩୦୩ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ନେତୃତ୍ବାଧୀନ ମେଣ୍ଟକୁ ୩୫୩ ଆସନ ମିଳିଥିଲା। ୨୦୨୪ ନିର୍ବାଚନ ପାଇଁ କିଛି ମାସ ହେଲା ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏବେ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଉଛି। ନିର୍ବାଚନ କମିସନ ଏଥର କୃତ୍ରିମ ବୁଦ୍ଧିମତା (ଏଆଇ) ଜ୍ଞାନକୌଶଳର ସହାୟତା ନେବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମରେ ମିଥ୍ୟା ତଥ୍ୟକୁ ଏଡ଼ାଇବା ପାଇଁ ଏଆଇର ପ୍ରୟୋଗ ନି‌ମନ୍ତେ ଏକ ବିଶେଷ ବିଭାଗ ଗଠନ କରାଯାଇଛି।

ସୂଚନାଯୋଗ୍ୟ ନିର୍ବାଚନ କମିସନର ନିକଟରେ ଓଡ଼ିଶା ଓ ବିହାର ଗସ୍ତ କରିସାରିଛନ୍ତି। ବର୍ତ୍ତମାନ କମିସନ ତାମିଲନାଡ଼ୁ ଗସ୍ତରେ ଅଛନ୍ତି। ତାମିଲନାଡ଼ୁ ଗସ୍ତ ପରେ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଜମ୍ମୁ-କାଶ୍ମୀର ଗସ୍ତ କରି ପ୍ରସ୍ତୁତି ସମୀକ୍ଷା କରାଯିବ। ୨୦୨୪ ଲୋକସଭା ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ନିର୍ବାଚନ କମିସନ ତାରିଖ ଘୋଷଣା କରିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button